ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ..

ଏଲିନା ସାମନ୍ତରାୟ ଜନ୍ମ:୨୩ ଜୁଲାଇ ୧୯୯୬ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ । ଏଲିନା ତରଙ୍ଗ ଟିଭି ରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗର ବିଜେତା ହୋଇଥିଲେ । ଏହାପରେ ୨୦୧୫ ମସିହାରେ ତରଙ୍ଗର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।

ଏଲିନା ୧୯୯୬ ମସିହା ଜୁଲାଇ ୨୩ ତାରିଖ ଦିନ ଭଦ୍ରକର ଆଗରପଡ଼ା ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ମାତାଙ୍କ ନାମ ଅନୁରାଧା ଅଟେ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରୁ ସ୍ନାତକ ଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଇଂରାଜୀ ରେ ସ୍ନାତକୋତ୍ତର ଅଧ୍ୟୟନ ଜାରି ରଖିଛନ୍ତି । ଜଣେ ଶିକ୍ଷିକା ହେବା ର ଇଚ୍ଛା ରଖିଥିଲେ ଏଲିନା ।


ଏଲିନା ପ୍ରଥମେ ତରଙ୍ଗ ଟିଭି ରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ପ୍ରଥମ ଭାଗରେ ଅଂଶ ଗ୍ରହଣ କରିଥିଲେ ।ସେହି କାର୍ଯ୍ୟ କ୍ରମ ରେ ସେ ବିଜେତା ହୋଇଥିଲେ ଏବଂ ତରଙ୍ଗ ଟିଭି ପ୍ରଯୋଜନାର ପ୍ରଥମ ଚଳଚ୍ଚିତ୍ର ଇସ୍କ ତୁ ହି ତୁରେ ଅରିନ୍ଦମ ରାୟଙ୍କ ବିପକ୍ଷ ରେ ନାୟିକା ହେବାର ସୁଯୋଗ ପାଇଥିଲେ । ଏହି କଥାଚିତ୍ର ଟି ର ନିର୍ଦ୍ଦେଶନା ଦେଇଥିଲ ତାପସ ସରଘରିଆ । ଏହି କଥାଚିତ୍ର ଟି ରେ ମିହିର ଦାସ, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପ୍ରଜ୍ଞା ଖଟୁଆ ଆଦି ଅଭିନୟ କରିଥିଲେ ।


ଏହା ପରେ ଏଲିନା କେହି ନୁହେଁ କାହାର ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ରେ ଏଲିନା ଙ୍କ ସ‌ହ ନାୟକ ଭୂମିକା ରେ ଅଭିନୟ କରିଥିଲେ ଅଭିଶେକ ରଥ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ର ଟିର ନିର୍ଦ୍ଦେଶନା ଦେଇଥିଲେ ।ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂହ, ପିଙ୍କି ପ୍ରଧାନ ଆଦି କଳାକାର ମାନେ ଏହି କଥାଚିତ୍ରଟି ରେ ଅଭିନୟ କରିଥିଲେ ।


ଏହା ପରେ ୨୦୧୫ ଦୁର୍ଗାପୂଜା ସମୟ ରେ ଏଲିନା ଜଗା ହାତ ରେ ପଘା ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ଏହି କଥାଚିତ୍ର ରେ ସେ ଅନୁଭବ ମହାନ୍ତି ଏବଂ ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ମୂରଲି କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମହାଶ୍ୱେତା ରାୟ, ଅଜିତ ଦାସ, ମୀନକେତନ, କାଳିଆ, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟି ରେ ଅଭିନୟ କରିଥିଲେ ।


୨୦୧୬ ରେ ଏଲିନା ଅଭିନେତା ବାବୁଶାନ୍‌ ଙ୍କ ସ‌ହ ଲଭ୍ ଷ୍ଟେସନ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ ।ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।ଏହି କଥାଚିତ୍ରଟିରେ ମିହିର ଦାସ, ପପୁ ପମ ପମ, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.