ତେବେ ଆପଣ ତ ଜାଣିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରସିଆ ରୋଗ ରେ ପୀଡିତ ଅଛନ୍ତି ଆଉ ତାଙ୍କର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦରକାର ଯାହାକୁ ନେଇ ସେ ଓଡ଼ିଶା ବାସୀ ଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି | ତେବେ ଏହାକୁ ନେଇ ନିର୍ଦ୍ଧେଶକ ଓ ଅଭିନେତା ରୁଦ୍ର ମନ କିପରି ନିଜର ପ୍ରତିକ୍ରିୟା ରଖି ଥିଲେ ତାହା ତ ଆପଣ ଜାଣି ଥିବେ ଯାହାକି ବେସ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି |
ତାଙ୍କର ପୁଣି ଥରେ କିଛି ପ୍ରତିକ୍ରିୟା ସାମ୍ନା କୁ ଆସିଛି | ସେ କହିଛନ୍ତି କି, ଆମ କଳାକାର କେବଳ ଲୁଟନ୍ତି କାରଣ ଆମ କଳାକାର ଭିତରେ ବି ଏମିତି ଅଛନ୍ତି ଯେଉଁ ମାନେ ଏଠି କହି ଦେବେ କି ମୁଁ ପରଡେ କାମ କରିବି 5ହଜାର ଟଙ୍କା ନେବି ପୁଣି ସେହି ଭାଇ ମାନେ ପଛ ପଟେ କହିବେ କି ମୁଁ ମାଗଣା କରି ଦେବି |
ପିଣ୍ଟୁ ଭାଇଙ୍କର ତ ଆକାଉଣ୍ଟ ନମ୍ବର ଦିଆ ଯାଇଛି କିନ୍ତୁ କିଏ କଣ ଦେଖୁଛି କି ପଇସା କୁଆଡେ ଯାଉଛି କଣ ହେଉଛି ଆମେ ଓଡ଼ିଶା ରେ କେବଳ ଇମୋସନାଲ ବାନ୍ଧି ହେଉଛେ | କିଛି ଜଣଙ୍କର କିଛି କାମ ନାହିଁ ଏମିତି ପଡିବେ ଫଣ୍ଡିଙ୍ଗ କରି ତାଙ୍କର ବ୍ୟବସାୟ ଚାଲେଇବେ | ପିଣ୍ଟୁ ଭାଇର ସବୁକଥାକୁ ହେୟ ଜ୍ଞାନ ପିଣ୍ଟୁ ଭାଇ ତ ପିଏ ଏଇଟା ଓଡ଼ିଶା ଜାଣିଛି ସମସ୍ତେ ଜାଣିଛନ୍ତି, କିନ୍ତୁ ପିଇବା ଲୋକ ଙ୍କର କଣ ଲିଭର ଖରାପ ହେବ ସେମିତି କିଛି ମାନେ ନାହିଁ |
କାଲି ଯଦି ମୋର ଲିଭର ଖରାପ ହେବ ସେମିତି କିଛି ମାନେ ନାହିଁ, ମୁଁ ସିନା ପିଉ ନାହିଁ କିନ୍ତୁ ରୋଗ ସମସ୍ତଙ୍କୁ ଧରିବ ହେଲେ ଆମକୁ ସଂଯତ ହେବାର ଅଛି ନା | ମୁଁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମାସକୁ 20 ହଜାର ଟଙ୍କା ରୋଜଗାର କରି ପାରିବି ତାମାନେ କଣ ମୁଁ ଯାଇକି ବଡ଼ ବଡ଼ ଜାଗାରେ ପିଇବି,
ସାଙ୍ଗ ମାନଙ୍କ ସହ ଯାଇକି ପିଇବି ମୁଁ ଗୋଟେ ବଡ଼ ଆର୍ଟିଷ୍ଟ, ମୁଁ ଗୋଟେ ବଡ଼ ଡାଇରେକ୍ଟର କିନ୍ତୁ ଯେତେ ବେଳେ ମେଡିକାଲ ରେ ପଡ଼ିଲା ବେଳକୁ ଏମିତି | ମୋ ପିଣ୍ଟୁ ଭାଇ ଙ୍କୁ 20 ଥର କହିଛି ଟିକେ ଚେଞ୍ଜ ହୁଅ ଘର ସଂସାର ହେଲା ପିଲା ମାନେ ହେଲେ ଏସବୁ ଟିକେ ଚେଞ୍ଜ କର କିନ୍ତୁ ମୋ କଥାକୁ ସବୁବେଳେ ତାର ହେୟଜ୍ଞାନ ଆଉ ଏହି ହେୟଜ୍ଞାନ ପାଇଁ ସେ ଆଜି ହଇରାଣ ହେଉଛି ଆଉ କିଛି ବି ନୁହେଁ |
ବହୁତ ବଡ଼ ବଡ଼ ଆର୍ଟିଷ୍ଟ ବଡ଼ ବଡ଼ ଡାଇରେକ୍ଟର ଅଛନ୍ତି ଯେଉଁ ମାନେ ପିଅନ୍ତି ନାହିଁ ଯଦି ମୋର ଇଚ୍ଛା ନଥିବ ତେବେ ସେ କଣ ମତେ ପିଆଇ ଦେବ କି କିନ୍ତୁ ଯିଏ ପିଇକି ଗର୍ବ କରିବ ସେ କିଳା ଟା ତମେ ନେବ ନା | ଯେ ଲୋକଙ୍କ ଆଗରେ ଆମେ ସିନେମା କଳାକାର ମଦୁଆ,
ସିନେମା ଇଣ୍ଡଷ୍ଟ୍ରି ଗଲେ ପୁଅ ମଦ ପିଇବ ତାକୁ ଆଉ ଝିଅ ଦେବାର ନାହିଁ ଏମାନଙ୍କର ରୋଜଗାର ନାହିଁ ଏମାନେ ହାତ ପତେଇ ଭିକ ମାଗିବେ | ତେଣୁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମୁଁ ଯେମିତି କ୍ଷତବିକ୍ଷତ ହୋଇଛି ଆଉ ମୋ ଛୁଆ ମାନଙ୍କୁ ମୁଁ ଆଣିବି ନାହିଁ ବୋଲି ରୁଦ୍ରମନ କହିଛନ୍ତି | ତେବେ ତାଙ୍କର କଥାକୁ ଅନେକ ଲୋକ ସମର୍ଥନ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।