ଆପଣ ବର୍ଷ ସାରା ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କ ମନସ୍କାମନା ପୂରଣ ହେଉ ନାହିଁ, ଅଧିକାଂଶ ସମୟରେ କୌଣସି କାର୍ଯ୍ୟ ସଫଳ ମଧ୍ୟ ହେଉ ନାହିଁ | ବିବାହ ରେ ବାଧା ଆସୁଛି ଏହା ସହିତ ବ୍ୟବସାୟ ରେ ମଧ୍ୟ ବାଧା ଆସୁଛି ଏବଂ ବ୍ୟାପାର ଓ ପରୀକ୍ଷା ରେ ମଧ୍ୟ ବାଧା ଆସୁଛି | ତେବେ ଏହି ସବୁ ମନସ୍କାମନା ପୂରଣ ହେବ ଗୋଟିଏ ଛୋଟ ଉପାୟରେ ଏବଂ ଏହାପାଇଁ ଆବଶ୍ୟକ ହେଉଛି ବିଶ୍ୱାସ ବାସ ସେହି ଉପାୟ ଟିକୁ ଆପଣ ବିଶ୍ୱାସ ର ସହ କରନ୍ତୁ |
ତେବେ ଆପଣ ଯେଉଁ ଶିବ ମନ୍ଦିର ଯାଆନ୍ତି ସେଠାରେ ସାମ୍ନାରେ ନନ୍ଦି ବସିଥାନ୍ତି, ଆପଣ ଦେଖି ଥିବେ ଆପଣଙ୍କ ମନରେ ଆସି ଥିବ କି ପ୍ରଭୁ ଶିବ ମନ୍ଦିର ରେ ନନ୍ଦି କାହିଁକି ଥାଆନ୍ତି |ପ୍ରଥମ କଥା ଏହାକି ସବୁ ଶିବ ମନ୍ଦିର ରେ ନନ୍ଦି ଅବଶ୍ୟ ଥାଆନ୍ତି ଏବଂ ଶାସ୍ତ୍ର ଅନୁସାରେ ଆପଣ ନନ୍ଦି କାନରେ ଯାହା ବି ଚୁପଚାପ ମାଗିବେ ତାହା ଶୀଘ୍ର ପୂରଣ ହୋଇ ଯିବ | ତେବେ ଏକ ମନ୍ତ୍ର ରହିଛି ଯାହା ମନସ୍କାମନା ସହ ମନ୍ତ୍ର ଟି କହିଲେ ଆପଣଙ୍କର ଖୁବ ଶୀଘ୍ର ମନସ୍କାମନା ପୂରଣ ହୋଇ ଯିବ |
ନନ୍ଦି ଭଗବାନ ଶିବଙ୍କର ପ୍ରମୁଖ ଗଣ କିପରି ହେଲେ :-
ସିଲାକ ମୁନି ଜଣେ ଥିଲେ ସେ ତପସ୍ୟା କରୁଥିଲେ ଏବଂ ତାଙ୍କର ଯେଉଁ ପିତୃଗଣ ଥିଲେ ସେମାନେ ଭାବିଲେ କି ଏପରି କଲେ ତାଙ୍କର ବଂଶ ଆଉ ଆଗକୁ ବଢିବ ନାହିଁ | ତେଣୁ ସେଥିପାଇଁ ସେମାନେ କହିଲେ ସିଲାକ ଆପଣ ଏପରି ପୁତ୍ର କୁ ଜନ୍ମ ଦିଅନ୍ତୁ ଯିଏ ଚିରଜୀବୀ ହୋଇ ଥିବ ଯାହାର ମୃତ୍ୟୁ ହେବ ନାହିଁ |
ଏଣୁ ସିଲାକ ମୁନୀ ଭଗବାନ ଇନ୍ଦ୍ର ଙ୍କୁ ପାର୍ଥନା କରି ପ୍ରସନ୍ନ କଲେ ଆଉ ଇନ୍ଦ୍ର ପ୍ରକଟ ହୋଇ ବରଦାନ ମାଗିବାକୁ କହିଲେ | ଏହାପରେ ସିଲାକ ମୁନୀ ଚିରଞ୍ଜିବି ପୁତ୍ର ଦେବା ପାଇଁ ବରଦାନ ମାଗିଲେ, ଇନ୍ଦ୍ର କହିଲେ ମୁଁ ଏପରି ବର ଦେଇ ପାରିବି ନାହିଁ ଆପଣ ଭଗବାନ ଶିବଙ୍କର ଉପାସନା କରନ୍ତୁ |
ଏହାପରେ ସିଲାକ ମୁନୀ ବହୁତ ବର୍ଷ ଧରି ଭଗବାନ ଶିବ ଙ୍କର ପାର୍ଥନା କରିଲେ ଏବଂ ଭଗବାନ ଶିବ ମୁନୀ ଙ୍କର କଠୋର ତପସ୍ୟା ଦେଖି ପ୍ରକଟ ହେଲେ ଏହାସହିତ ଚିରଞ୍ଜିବି ପୁତ୍ର ପାଇଁ ମଧ୍ୟ ବରଦାନ ଦେଲେ | ଏହାପରେ ସିଲାକ ମୁନୀ ଙ୍କୁ ଏକ ବାଳକ ପ୍ରାପ୍ତି ହେଲା ଯାହାର ନାମ ନନ୍ଦି ରଖାଗଲା |
ବଡ଼ ହେବା ପରେ ମିତ୍ର ଏବଂ ବରୁଣ ନାମରେ ଦୁଇ ମୁନୀ ସିଲାକ ମୁନୀ ଙ୍କ ଆଶ୍ରମ କୁ ଆସିଲେ | ସେମାନେ ନନ୍ଦି ଙ୍କୁ ଦେଖି ଭବିଷ୍ୟ ବାଣୀ କରି କହିଲେ ଯେ ନନ୍ଦି ଅଳ୍ପ ଆୟୁ ଅଟେ, ଯେଉଁ ବରଦାନ ତାଙ୍କୁ ଦିଆଯାଇ ଥିଲା ତାହା ହେଲା ନାହିଁ | ଏହାପରେ ନନ୍ଦି ମୃତ୍ୟୁ କୁ ଜୟ କରିବା ପାଇଁ ମହାଦେବ ଙ୍କୁ ଆରାଧନ କଲେ ଏବଂ ପରେ ମହାଦେବ ପ୍ରସନ୍ନ ହୋଇ ନନ୍ଦି ଙ୍କୁ ମୃତ୍ୟୁ ରୁ ମୁକ୍ତ କଲେ |
ଭଗବାନ ଶିବଙ୍କ ଠାରୁ ଏହି ବର ନନ୍ଦି ପାଇକି ସେ ଭଗବାନ ଶିବଙ୍କ ପାଖରେ ରହିଲେ ଆଉ ଶିବ ଙ୍କୁ କୁଆଡେ ଯିବାକୁ ହେଲେ ସେ ନନ୍ଦିଙ୍କ ପିଠିରେ ବସି ଯାଆନ୍ତି | ଏଣୁ ଏହି କାରଣ ରୁ ନନ୍ଦି ଭଗବାନ ଶିବ ଙ୍କର ବାହାନ ଅଟେ ଏବଂ ସାମ୍ନାରେ ରହି ଥାଏ | ତେବେ ଭଗବାନ ଙ୍କୁ କିଛି ମନସ୍କାମନା ଜଣାଇବାକୁ ହେଲେ ପ୍ରଥମେ ନନ୍ଦି ଙ୍କ କାନରେ କହିବାକୁ ପଡ଼ି ଥାଏ | ତେବେ ଏହି ବର୍ଷ ଶିବରାତ୍ରି 1 ମାର୍ଚ୍ଚ ମଙ୍ଗଳବାର ଦିନ ପଡ଼ିବ, ତ ଆପଣ ଏହି ଦିନ ଏହି ଛୋଟ ଉପାୟ କରନ୍ତୁ | ଉପାୟ ଟି ହେଉଛି ଭଗବାନ ଶିବଙ୍କ ମନ୍ଦିର କୁ ଯାଇ ଶିବରାତ୍ରି ଦିନ ଆପଣ ଭଗବାନ ଶିବ ଙ୍କର ପୂଜା କରନ୍ତୁ |
ଭଗବାନ ଶିବଙ୍କୁ କ୍ଷୀର, ଦହି ଓ ଚିନି ଆଦିରେ ସ୍ନାନ କରାନ୍ତୁ ଏବଂ ଚାଉଳ, ଚନ୍ଦନ, ଫୁଲ, ବେଲପତ୍ର ଚଢାଇ ଏହାପରେ ଆଳତୀ କରନ୍ତୁ ଏହାପରେ ନନ୍ଦି ଆଗରେ ଏକ ଦୀପ ଜଳାନ୍ତୁ | ଏହାପରେ ନନ୍ଦି ଙ୍କ କାନରେ ମନସ୍କାମନା କହିବା ଆଗରୁ ଆପଣ ଭଗବାନ ଶିବଙ୍କ ଆଗରେ 3 ଥର ତାଳି ମାରନ୍ତୁ ଆଉ ଏହାପରେ ନନ୍ଦିଙ୍କ ସିଙ୍ଗ ଉପରେ ଆପଣଙ୍କ ତର୍ଜନୀ ଓ କନିଷ୍ଠା ଆଙ୍ଗୁଳି କୁ ଉପରେ ରଖିବେ | ଏହାପରେ ନନ୍ଦି ଙ୍କ କାନରେ ଏହି ମନ୍ତ୍ର ଟିକୁ କହି ଦେବେ, ମନ୍ତ୍ର ଟି ହେଉଛି ଓଁ ତତପୁରୁଷାୟେ ଵିଦମହେ ମହାଦେବାୟ ଧୀମହୀ ତନୋ ରୁଦ୍ରୟ ପ୍ରଚଦୟାତ | ଏହି ମନ୍ତ୍ର କୁ କହିବା ପରେ ଆପଣଙ୍କର ମନସ୍କାମନା ଧୀରେ ଧୀରେ ପୂରଣ ହୋଇ ଯିବ |