କିଡ୍ନି, ୟୁରେଟର, ବ୍ଲାଡରକୁ ନେଇ ଆମ ଶରୀରର ୟୁରିନାରୀ ଟ୍ରାକ୍ଟ ତିଆରି ହୋଇଛି। ଏ ମଧ୍ୟରୁ ଯେକୌଣସି ଅଙ୍ଗ ସଂକ୍ରମଣ ହେଲେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ କୁହାଯାଏ। କିନ୍ତୁ ସାଧାରଣତଃ ୟୁରିନାରୀ ବ୍ଲାଡର ବା ମୂତ୍ରାଶୟରେ ସଂକ୍ରମଣ ହୋଇଥାଏ। ମୂତ୍ରାଶୟରେ ସଂକ୍ରମଣ ହେଲେ ତାହାକୁ ୟୁରିନ୍ ଇନ୍ଫେକ୍ସନ ବୋଲି କହିଥାଉ।ସାଧାରଣତଃ ୟୁରିନ ଇନ୍ଫେକ୍ସନ ଜୀବାଣୁ ସଂକ୍ରମଣ ଦ୍ୱାରା ହୋଇଥାଏ। ବାହ୍ୟ ବ୍ୟାକ୍ଟେରିଆଗୁଡ଼ିକ ମୂତ୍ରନଳୀ ଦେଇ ମୂତ୍ରାଶୟକୁ ସଂକ୍ରମଣ କରନ୍ତି ଯାହା ଫଳରେ ପରିସ୍ରା ସଂକ୍ରମଣ ହୋଇଥାଏ।
ୟୁରିନ୍ ଇନଫେକସନ୍ ର ଲକ୍ଷଣ
୧- ବାରମ୍ବାର ପରିସ୍ରା ଲାଗିବା
୨- ପରିସ୍ରା କରିବା ସମୟରେ ଜ୍ୱଳାପୋଡ଼ା ହେବା
୩-ପରିସ୍ରାରେ ରକ୍ତ ପଡ଼ିବା
୪-ଜ୍ୱର ହେବା
ଯଦି ୟୁରିନ୍ ଇନ୍ଫେକ୍ସନ ଗୁରୁତର ହୁଏ, ତା’ହେଲେ ଅତ୍ୟଧିକ ଜ୍ୱର ସହ ରକ୍ତଚାପ କମିପାରେ ଯାହାକୁ ୟୁରୋସେପ୍ସିସ୍ କହିଥାଉ । ଏହା ହେଲେ ରୋଗୀଙ୍କୁ ଆଇସିୟୁରେ ଆଡମିଟ୍ କରାଯାଏ।
ୟୁରେନ୍ ଇନଫେକସନ୍ ର କାରଣ –
୧- କୋଷ୍ଠକାଠିନ୍ୟ ସମସ୍ୟା ଯୋଗୁଁ ୟୁରିନ୍ ଇନ୍ଫେକ୍ସନ ହୋଇପାରେ।
୨- ଡାଏବେଟିସ୍ ଥିଲେ ୟୁରିନ୍ ଇନ୍ଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ।
୩- ପରିସ୍ରା ରାସ୍ତାରେ ଷ୍ଟୋନ୍ କିମ୍ବା ଟ୍ୟୁମର ହୋଇଥିଲେ ୟୁରିନ୍ ଇନ୍ଫେକ୍ସନ ହୋଇପାରେ।
୪- ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଦିଏ ୟୁରିନ୍ ଇନ୍ଫେକ୍ସନ। ୧୫ରୁ ୪୫ ବର୍ଷର ମହିଳାମାନେ ପ୍ରାୟତଃ ୟୁରିନ୍ ଇନ୍ଫେକ୍ସନର ଶିକାର ହୋଇଥା’ନ୍ତି। କିନ୍ତୁ ବେଳେ ବେଳେ ପାଣି, ମିଶିରି ପାଣି ପିଇବା ଦ୍ୱାରା ୟୁରିନ୍ ଇନ୍ଫେକ୍ସନ୍ ଭଲ ହୋଇଯାଇଥାଏ।
୫-କିଛି କ୍ଷେତ୍ରରେ ଲୋକଙ୍କୁ କ୍ରୋନିକ୍ ୟୁରିନ୍ ଇନ୍ଫେକ୍ସନ ହୋଇଥାଏ ଯାହା ଔଷଧ ଖାଇଲେ କମିବ ନାହିଁ। ନଚେତ୍ ମେଡିସିନ୍ ଖାଇଲେ ଭଲ ହୋଇଯିବ ଓ ଛାଡ଼ିଦେଲେ ପୁଣି ହେବ। ଜଣକର ବର୍ଷକରେ ଦୁଇରୁ ତିନିଥର ବା ତା’ଠାରୁ ଅଧିକ ପରିସ୍ରା ସଂକ୍ରମଣ ହେଲେ ରିକରେଣ୍ଟ ୟୁରିନ୍ ଇନ୍ଫେକ୍ସନ ହୋଇଥାଏ।
୬- ବୟସ୍କମାନେ ଅଧିକ ୟୁରିନ୍ ଇନ୍ଫେକ୍ସନର ଶିକାର ହୋଇଥା’ନ୍ତି। କାରଣ ସେମାନଙ୍କ ବୟସ କ୍ରମେ ପରିସ୍ରା ଧୀରେ ଧୀରେ କମିଯାଏ ଫଳରେ ସେମାନଙ୍କ ମୂତ୍ରାଶୟରେ ପରିସ୍ରା ରହିଯାଏ ଓ ସେମାନେ ତାହା ଜାଣିପାରନ୍ତି ନାହିଁ। ଏହା ମୂତ୍ର ସଂକ୍ରମଣର କାରଣ ହୋଇଥାଏ।
ୟୁରିନ୍ ଇନଫେକସନ୍ ର ଚିକିତ୍ସା –
ୟୁରିନ୍ ଇନ୍ଫେକ୍ସନର ଚିକିତ୍ସା କରିବା ପାଇଁ ପ୍ରଥମେ ସଂକ୍ରମଣର କାରଣ ଜାଣିବାକୁ ପଡ଼ିଥାଏ। ଡାଏବେଟିସ୍ ଥିଲେ ଏହାକୁ ନିୟନ୍ତ୍ରଣ କରିବାକୁ ହେବ। କୋଷ୍ଠକାଠିନ୍ୟ ଥିଲେ ଏହାର ନିରାକରଣ କରିବା ଦରକାର। ପାଣି ଯଥେଷ୍ଠ ମାତ୍ରାରେ ପିଇବାକୁ ପଡ଼ିବ। ମୂତ୍ରନଳୀରେ ଷ୍ଟୋନ୍ ହୋଇଥିଲେ ଏହାର ଚିକିତ୍ସା କରିବାକୁ ପଡ଼ିଥାଏ। ଏହାର ଚିକିତ୍ସା କରିବା ସହ ଆଣ୍ଟିବାୟୋଟିକ ବ୍ୟବହାର କରି ପରିସ୍ରା ସଂକ୍ରମଣର ଚିକିତ୍ସା କରାଯାଏ।କେତେକ କ୍ଷେତ୍ରରେ ପରିସ୍ରା ସଂକ୍ରମଣ ଲମ୍ବା ସମୟ ପାଇଁ ହୋଇଥାଏ। ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।