ରୁପା ପିଣ୍ଟୁ ଖୁସି ଙ୍କ ଲାଇଫ ଷ୍ଟାଇଲ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।

  ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି। ତେବେ କିନ୍ତୁ ବର୍ତ୍ତମାନ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ୍ ଏହିପରି ଏକ ଭିଡିଓ ଆସିଛି ଯାହାକୁ ଦେଖିଲେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ ଆଜି ଆମେ ଜାଣିବା ରୁପା ପିଣ୍ଟୁ ଖୁସି ଙ୍କ ପରିବାର ଏବଂ ତାଙ୍କ ଲାଇଫ୍ ଷ୍ଟାଇଲ ବିଷୟରେ ।
ତେବେ ତାଙ୍କର ଏହି ସଫଳତା ପଛରେ କାହାଣୀ ଆପଣ ଜାଣିଛନ୍ତି କି? ତେବେ ଆପଣ ମାନେ ଜାଣିଥିବେ ୨୦୨୦ ମସିହାଟି ସମସ୍ତଙ୍କ ପାଇଁ ଖରାପ ସମୟ ଥିଲା। କିନ୍ତୁ କିଛି ଲୋକ ଏହାକୁ ସୁଯୋଗ ବୋଲି ଗ୍ରହଣ କରି ନେଇଥିଲେ। ଆଉ ସେମାନଙ୍କ ମଧ୍ୟରୁ ହେଉଛନ୍ତି ଆମ ପିଣ୍ଟୁ ଭାଈ।

ସେହି ସମୟରେ ଆମ ଓଡ଼ିଶାରେ ଟିକଟକ୍ ର ଚାହିଦା ବହୁତ ବେଶି ଥିଲା। ଆଉ ପିଣ୍ଟୁ ଭାଇ ସେହି ସମୟରେ ମୋବାଇଲର ଫ୍ରଣ୍ଟ କ୍ୟାମେରା ଅନ୍ କରି ଗୋଟିଏ ଭିଡିଓ ସୁଟ୍ କରିଥିଲେ ଆଉ ତାପରେ କିଛିଟା ଭିଡିଓ ଅପଲୋଡ଼ କରିବା ପରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହୋଇ ଯାଇଥିଲା। ଆଉ ସାରା ଓଡିଶାର ଦର୍ଶକ ମାନେ ତାକୁ ଧୀରେ ଧୀରେ ପସନ୍ଦ କରିବାକୁ ଲାଗିଲେ, ଆଉ ପଛକୁ ଚାହିଁ ନଥିଲେ ପିଣ୍ଟୁ।

ଆଉ କିଛି ଦିନ ପରେ ଆସିଲା ଏକ ଖବର କି ,ଭାରତ ସରକାର ଟିକଟକ୍ କୁ ବ୍ୟାନ୍ କରିଦେଲେ। କିନ୍ତୁ ପିଣ୍ଟୁ ଭାଇ ହାର୍ ମାନି ନଥିଲେ। ତାଙ୍କ ମନରେ ଏକ ଯୋଜନା ଆସିଲା କି ୟୁଟ୍ୟବ ଭିଡିଓ ଚ୍ୟାନେଲ ଖୋଲିଲେ ଯାହାର ନାମ ଥିଲା ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ୍।

 ତାପରେ ପିଣ୍ଟୁ ପ୍ରତିଦିନ ଭିଡିଓ ଅପଲୋଡ଼ କଲେ, ଯାହାଦ୍ୱାରା ବହୁତ କମ୍ ସମୟରେ ସେ ଲୋକପ୍ରିୟତା ହାସଲ କରି ପାରିଥିଲେ। ଆଉ ବର୍ତମାନ ସମୟରେ ସେ ବହୁତ ଆଲବମ୍ ଏବଂ ଓଲିଉଡ଼ ଇଣ୍ଡଷ୍ଟ୍ରି ର ନାମୀଦାମୀ କଳାକାର ମାନଙ୍କ ସହ ଆଲବମ୍ କରି ସାରିଛନ୍ତି। ଯାହା ଦର୍ଶକ ମାନେ ଅଧିକା ଭଲ ପାଉଛନ୍ତି।


ତେବେ ପିଣ୍ଟୁଙ୍କ ପ୍ରକୃତ ଘର ହେଉଛି ଭଦ୍ରକ ଜିଲ୍ଲାରେ, ଆଉ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ରୁପା, ତାଙ୍କର ଜଣେ ଝିଅ ମଧ୍ୟ ଅଛି ଯାହାର ନାମ ଖୁସି ।ପିଣ୍ଟୁ ଙ୍କ ମାର୍କେଟ ରେ ଗୋଟିଏ ଛୋଟ ଲୁଗା ଦୋକାନ ଅଛି। କିନ୍ତୁ ବର୍ତ୍ତମାନ ସମୟରେ ପିଣ୍ଟୁ ୟୁଟ୍ୟବ ରେ ଷ୍ଟାର ପାଲଟି ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.