ମା ପାଇଁ ପୁଅ ମାଗିଲା ଭିକ, ଷ୍ଟେଜ ପାଖରେ ଟଙ୍କାଦେଇ କାନ୍ଦିଲେ ଦର୍ଶକ… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ, ଦେଖନ୍ତୁ VIDEO

ବେମାରିଆ ମା ଡାକ୍ତରଖାନା ବେଡ଼ ରେ ପଡ଼ିଛି ଆଉ ଡାକ୍ତର ଟଙ୍କା ମାଗୁଛନ୍ତି ହେଲେ ଗରିବ ପୁଅ ପାଖରେ ମା ର ଦେହ ଭଲ କରିବା ପାଇଁ ଟଙ୍କା ନାହିଁ | ଆଉ କରଜ କରି ଥିବା ଟଙ୍କା ମୁଣ୍ଡ ଉପରେ ବୋଝ ହୋଇ ଗଡ଼ି ଗଡ଼ି ଚାଲୁଛି, ସଂସାର ଯେମିତି ଡଙ୍ଗା ପାଲଟି ଯାଇଛି ଯାହାକି ମଝି ନଈ ରେ ଫସି ରହିଛି ଆଉ ଯାହା ଟଳମଳ ହେବାକୁ ଲାଗିଛି |

ଟଳମଳ ହେଉ ଥିବା ଏହି ଡଙ୍ଗା କୁ ବଞ୍ଚାଇବା ପାଇଁ ଏହି ପରିବାର ଟି ଲୋକ ଙ୍କର ସାହାଯ୍ୟ ମାଗିବାରେ ଲାଗି ପଡ଼ିଛି | ଆଉ ଯେଉଁ ଦୃଶ୍ୟ ଏତେ ଜୀବନ୍ତ ଓ ବାସ୍ତବିକ ଥିଲା ଯେ ଯାହାକୁ ଯିଏ ବି ଦେଖିବ ତା ଆଖିରେ ଲୁହ ନିହାତି ଚାଲି ଆସିବ |


ଲୋକ ମାନେ ସତକୁ ସତ ଏହି ଦୁଇ ଅଭିନେତା ଙ୍କୁ ଟଙ୍କା ଦେବା ଆରମ୍ଭ କରି ଥିଲେ | ଏ ହେଉଛି ଯାତ୍ରା ଲୋକ ପ୍ରିୟ ନାଟକ ମଝି ନଈରେ ଜୀଵନ ନୌକା ସତେ କି ଆଜି ଏହି ନଈରେ ଡଙ୍ଗା ଟି ଟଳମଳ ହେଉଛି | ଦୁଃଖ ସେତିକି ରେ ସରି ନାହିଁ ଏପଟେ ଗର୍ଭବତୀ ଭଉଣୀ ଙ୍କୁ ମେଡିକାଲ ନେବା ପାଇଁ ଯେତେ ବେଳେ ଆମ୍ବୁଲାନ୍ସ କୁ ଫୋନ କରାଗଲା ସେତେ ବେଳେ ଆମ୍ବୁଲାନ୍ସ ବି ଟଙ୍କା ମାଗିଲା |

ହେଲେ ଭାଇ ପାଖରେ ଟଙ୍କା ନଥିଲା ସେ ଚିନ୍ତା ରେ ଥିଲା କି ତା ଭଉଣୀ କୁ ସେ କେମିତି ମେଡିକାଲ ନେବ | ସେଥିପାଇଁ ଏକ ବଡ଼ ଶିଳା ପଥର ଆଣି ବାହୁଙ୍ଗୀ ର ଗୋଟିଏ ପଟରେ ପଥର ରଖି ଆଉ ଗୋଟେ ପଟେ ନିଜ ଭଉଣୀ କୁ ବସାଇ ମେଡିକାଲ ନେବା ପାଇଁ ବାହାରିଲା |


ସେଠାରେ ବସିଥିବା ଦର୍ଶକ ନିଜକୁ ଆଉ ଅଟକାଇ ପାରି ନଥିଲେ ଆଉ ଉଠି ଆସି ଥିଲେ ସାହାଯ୍ୟ ରେ ପଇସା ଦେବା ପାଇଁ | ଭାଇ ଜଣଙ୍କ କାନ୍ଦି କାନ୍ଦି କହୁଛନ୍ତି କି ବାବୁ ମତେ ଟଙ୍କା ଦିଅ ମୋ ମା ହସ୍ପିଟାଲ ର ବେଡ଼ରେ ପଡ଼ିଛି ଆଉ ଏପଟେ ଗର୍ଭବତୀ ଭଉଣୀ ଙ୍କୁ ମେଡିକାଲ ନେବା ପାଇଁ ପାଖରେ ଟଙ୍କା ନାହିଁ |

ସେଥିପାଇଁ ଏହି ଗାମୁଛା ରେ କାନି ପତେଇ ମୁଁ ଆପଣ ଙ୍କୁ ଭିକ ମାଗୁଛି | ଗୋଟେ କଳାକାର ପାଇଁ ଏହା ଠାରୁ ବଡ଼ ପୁରସ୍କାର ସତରେ ଆଉ କଣ ବା ହୋଇ ପାରେ ଯାହାକି ଏହି ଯାତ୍ରା ଟି ଏତେ ସଫଳ ହୋଇ ପାରିଛି ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଆମ ସମାଜ ରେ ଯାହା ବି ଘଟିଥାଏ ତାହାର ଦର୍ପଣ ହେଉଛି ଯାତ୍ରା ଜଗତ ଯାହାକି ସମାଜ ରେ ଘଟୁ ଥିବା ପ୍ରତେକ ଘଟଣା କୁ ଏଭଳି ଢଙ୍ଗୀ ରେ ଉପସ୍ଥାପିତ କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.