ତୁଳସୀ ଗଣନାଟ୍ୟ – ଅଧା ରାତିର ସାଥି || ପିୟୁଷଙ୍କ ଜବରଦସ୍ତ seen ଦେଖି କାନ୍ଦିଲେ ଦର୍ଶକ,ମାତ୍ର 4 ଘଣ୍ଟାର 50 milion ରୁ ଅଧିକ ଲୋକ ଦେଖିସାରିଲେଣି….

ଖଣ୍ଡଗିରି ଅପେରା ଲଢ଼େଇର ଅନ୍ତିମ ପର୍ଯ୍ୟାୟରେ ମଇଦାନ କୁ ଓହ୍ଲାଉଛନ୍ତି କଳିଙ୍ଗ ଓ ତୁଳସୀ ଗଣନାଟ୍ୟ। ଜାଗମରା ଇନ୍ଦିରା ମଇଦାନକୁ କଳିଙ୍ଗ ଗଣନାଟ୍ୟ ଏ ବର୍ଷର ସୁପରହିଟ୍‌ ତଥା ବହୁଚର୍ଚ୍ଚିତ ନାଟକ ‘ସଂଜ ଆସେ ନଇଁ ନଇଁ’ ନେଇ ଆସୁଥିବା ବେଳେ ହରେକୃଷ୍ଣ ମହତାବ ପେଣ୍ଡାଲକୁ ତୁଳସୀ ଗଣନାଟ୍ୟ ନେଇ ଆସୁଛି ରହସ୍ୟଭରା କାହାଣୀ ଅଧାରିତ ନାଟକ ‘ଅଧା ରାତିର ସାଥୀ’।

ମଙ୍ଗଳବାର ରାତିରୁ ଏହି ଦୁଇ ପାର୍ଟି ଅପେରା ଲଢ଼େଇ ପ୍ରତିଯୋଗିତାରେ ଦର୍ଶକ ଙ୍କୁ ମତୁଆଲା କରିବେ ବୋଲି ଜୋର୍‌ଦାର୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନାଟ୍ୟକାର ଲିଲି ଦାଶଙ୍କ ରଚିତ ଓ ଓଲିଉଡ୍‌ ଅଭିନେତା ଅଶ୍ରୁମୋଚନଙ୍କ ନିର୍ଦ୍ଦେଶିତ ନାଟକ ‘ସଂଜ ଆସେ ନଇଁ ନଇଁ’ରେ ଜଣାଶୁଣା ଅଭିନେତା ସୁରେଶ ପଣ୍ଡା, ଆକାଶ, ସଞ୍ଜୟଙ୍କ ସହିତ ଖଳନାୟକ ରଞ୍ଜିତ୍‌ଙ୍କ ଯାଦୁ ଦେଖିବାର ମଉକା ପାଇବେ ଦର୍ଶକମାନେ। ‌

 ସେହିଭଳି ତୁଳସୀ ଗଣନାଟ୍ୟର ନାଟକ ‘ଅଧା ରାତିର ସାଥୀ’ରେ ପ୍ରଦୀପ ବେହେରା, ପୀୟୂଷ, ନିର, ଜୁଲି, ସୋନାଲି, ଗୁରିଆ ଓ ଶଶିଙ୍କ ଅଭିନୟ ଦର୍ଶକ ଙ୍କ ମନ ମୋହିବ ବୋଲି କୁହାଯାଉଛି। ତେଣୁ ଯାତ୍ରା‌ ପ୍ରେମୀ ମାନେ ବି ଏହି ଦୁଇ ଗଣନାଟ୍ୟର ନାଟକ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିବା କହୁଛନ୍ତି।

ବଡ଼ କଥା ହେଉଛି, ଏହି ଅପେରା ଲଢ଼େଇର ଶେଷ ପର୍ଯ୍ୟାୟ ରେ ଜଲିଉଡ୍‌ର ଲୋକପ୍ରିୟ ଯାତ୍ରା ପାର୍ଟି କୋଣାର୍କ ଗଣନାଟ୍ୟ, ଅପେରା ସୂର୍ଯ୍ୟମନ୍ଦିର, ଅପେରା ସ୍ବର୍ଣ୍ଣମହଲ ଓ ଅପେରା ରଙ୍ଗମହଲ ରହିଥିବାରୁ ତୁଳସୀ ଓ କଳିଙ୍ଗ ଗଣନାଟ୍ୟର ମଇଦାନ ପ୍ରବେଶ ଚଳିତ ବର୍ଷର ଏହି ପ୍ରତିଯୋଗିତା କୁ ଅଧିକ ଆକର୍ଷଣୀୟ କରିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।


ଆଉ ଝଲସିବନି ଚିକିମିକି ଲାଇଟ୍‌। ରଙ୍ଗୀନ୍‌ ହେବନି ମଞ୍ଚ କି ମତୁଆଲା ହେବେନି ଦର୍ଶକ। ଦୀର୍ଘ ୧୦ଦିନ ଧରି ଚାଲିଥିଲା ଖଣ୍ଡଗିରି ଯାତ୍ରା । ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ତୁଳସୀ ଗଣନାଟ୍ୟ। ୪ ଦିନ ରେ ୬୪ ଲକ୍ଷ ବ୍ୟବସାୟ କରିଛି ତୁଳସୀ ଅପେରା । ଦୁଇ ଦିନ ଡବଲ ଶୋ କରି ଦର୍ଶକ ଙ୍କୁ ବାନ୍ଧି ରଖିଲା ତୁଳସୀ ।

କାଲି ଶେଷ ରଜନୀ ରେ ପରିବେଷଣ ହୋଇଥିଲା ‘ଅଧା ରାତିର ସାଥୀ’। ପାରିବାରିକ କାହାଣୀ ଉପରେ ଆଧାରତ ଏହି ଅପେରା ଦର୍ଶକ ମାନ ଙ୍କୁ କନ୍ଦାଇ ଖିଥିଲା । ତୁଳସୀର ସମସ୍ତ କଳାକାର ଜୀବନ୍ତ ଅଭିନୟ କରିଥିଲେ । ବହିର ହିରୋ ଓ ଅଲରାଉଣ୍ଡର ପୀୟୂଷ ଙ୍କ ଅଭିନୟ ଖୁବ୍ ଚମତ୍କାର ଥିଲା ।

ପ୍ରତିଦିନ ଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା । ଏଥର ସମସ୍ତ ପାର୍ଟିକୁ ଅନେକ ଭଲ ପାଇବା ଦେଇଛନ୍ତି ଦର୍ଶକ । ସବୁ ଅପେରା ୫୦ ଲକ୍ଷରୁ ଅଧିକ ଲେଖାଏ ବ୍ୟବସାୟ କରିଛନ୍ତି । ଦୀର୍ଘ ୧୦ ଦିନ ଧରି ଦର୍ଶକ ଙ୍କ ବାନ୍ଧି ରଖି ଥିଲେ କଳାକାର । ଦୀର୍ଘ ଦୁଇ ବର୍ଷ ପରେ ଯାତ୍ରା ଦେଖି ମତୁଆଲା ହୋଇଛନ୍ତି ରାଜଧାନୀବାସୀ । ଗତକାଲି ଯାତ୍ରାର ଶେଷ ରାତି ଥିବା ରୁ ଲୋକ ଙ୍କ ପ୍ରବଳ ସମାଗମ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.