EXCLUSIVE – ଗୋପାଳଙ୍କ ସ୍ତ୍ରୀ ଦେଲେ କଡା ମନ୍ତବ୍ୟ !ମୋ ସ୍ୱାମୀ ଯେଉଁ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ଦିଅ ,ହେଲେ ତାଙ୍କ ଜୀବନ ବଞ୍ଚେଇ ଦିଅ, ଦେଖନ୍ତୁ VIDEO…
ବନ୍ଧୁମାନେ ଗୋପାଳ ଜେଲ ଯିବାପର ଠାରୁ ମନ୍ତ୍ରୀ ହତ୍ୟା କେଶର ନୂଆ ନୂଆ ତଥ୍ୟ ସଂଗ୍ରହ କରିବାରେ ଲାଗିଥିଲା କ୍ରାଇମବ୍ରାଞ୍ଚ ।ଆଉ ଏଥିପାଇଁ ବହୁତ ସମୟରେ ଗୋପାଳ କୁ ରିମାଣ୍ଡ ରେ ନେଇଥିଲା କ୍ରାଇମବ୍ରାଞ୍ଚ ।ତେବେ ବର୍ତ୍ତମାନ ଗୋପାଳ ର ସ୍ତ୍ରୀ ନିଜ ସ୍ୱାମୀ ଙ୍କୁ ନେଇ ଚିନ୍ତାରେ ରହିଥିବାର ଶୁଣିବାକୁ ମିଳିଛି ।
ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା କରିବା ପରେ ପୋଲିସ ଗୋପାଳ କୁ ଗିରଫ କରିଥିଲା ।ଆଉ ତାପରେ କ୍ରାଇମବ୍ରାଞ୍ଚ ଟିମ ଏହି କେସ କୁ ହାତ କୁ ନେଲା ପରେ ଅନେକ ତନାଘନା କରିଥିଲେ, ସେହି ଭିତରେ ଅନେକ ସୁରାକ ବି ତାଙ୍କୁ ମିଳିଥିଲା ।କେବଳ ସେତିକି ନୁହେଁ ଗୋପାଳ କୁ 3 ଥର ରିମାଣ୍ଡ ରେ ନିଆ ଯାଇସାରିଛି, ତେବେ ବର୍ତ୍ତମାନ ଝାଡସୁଗୁଡା ଜେଲ ରେ ଗୋପାଳ ପାଇଁ ବିପଦ ରହିଛି ବୋଲି ଗୋପାଳ ର ସ୍ତ୍ରୀ କହିଛି ।
ତେବେ କିଛି ଦିନ ପୂର୍ବରୁ ଗୋପାଳ କୁ ଝାଡୁସୁଗୁଡ଼ା ଜେଲ ରେ ମାରି ଦିଆଯିବ କଥା ନିଜେ ଗୋପାଳ ବି କହିଥିଲେ ।ତେବେ ସେ କହିଛନ୍ତି ମୋ ସ୍ୱାମୀ ବହୁତ ବଡ ଭୁଲ କାମ କରିଛନ୍ତି, ଯାହା ଦଣ୍ଡ ଦେବା କଥା ଦିଅ। ମୁଁ କୋର୍ଟ ଙ୍କ ରାୟ ଉପରେ ସହମତ। ହେଲେ ତାଙ୍କ ଜୀବନ ପ୍ରତି ଏବେ ବିପଦ ରହିଛି।
ତାଙ୍କ ସହ ଜେଲରେ କିଛି ବି ହୋଇପାରେ। ଜେଲରେ ତାଙ୍କୁ ମାରିଦେଇ ପାରନ୍ତି। ତାକୁ ରକ୍ଷା କର। ତାଙ୍କୁ ରକ୍ଷା ନକଲେ ଜେଲରୁ ସିଧା ଶ୍ମଶାନ କୁ ଚାଲିଯିବେ। ସେ ଜେଲରେ ରୁହନ୍ତୁ ପଛେ ପୁରା ଜୀବିତ ହୋଇ ରୁହନ୍ତୁ। ତେବେ ଗୋପାଳ ର ସ୍ତ୍ରୀ ଏଭଳି ସନ୍ଦେହ କରୁଥିବା ଚର୍ଚ୍ଚା ହେଉଛି। ଜେଲ ଭିତରେ ତାଙ୍କ ସ୍ୱାମୀ ଉପରେ ବିପଦ ଥିବା କଥା ଜାଣି ଭୟରେ ସବୁବେଳେ ଚିନ୍ତାରେ ରହୁଛନ୍ତି। ତାଙ୍କ ସ୍ୱାମୀଙ୍କ ଜେଲ ଭିତରେ କିଛି ହୋଇ ଯିବନି ତ ଭାବି ଭାବି ତାଙ୍କର ସମୟ କଟୁଛି।
ଏହା ପୂର୍ବରୁ ଗୋପାଳ ମଧ୍ୟ ତା ଜୀବନ ପ୍ରତି ବିପଦ ଥିବା କଥା କ୍ରାଇମବ୍ରାଞ୍ଚ କୁ କହିଥିଲା। ରିମାଣ୍ଡ ସମୟରେ ଜେରା ଚାଲିଥିଲା ସମୟରେ ଏମିତି କିଛି କହିଥିଲା ଗୋପାଳ କ୍ରାଇମବ୍ରାଞ୍ଚ କୁ। କାରଣ ସେ ଯେତେବେଳେ ଝାରସୁଗୁଡ଼ା ରେ ଥିଲା ସେତେବେଳେ ତାଙ୍କୁ ଅନେକ ଥର ଧମକ ମିଳିଛି।
ଜେଲ ଭିତରେ ଏମିତି ଲୋକ ଅଛନ୍ତି ଯେଉଁମାନେ ମାରିବାକୁ ଚାହୁଛନ୍ତି ବୋଲି କହିଛନ୍ତି ଗୋପାଳ। ଯାହାପରେ ଗୋପାଳର ସ୍ତ୍ରୀ ଏବେ ଏଭଳି ଅଭିଯୋଗ କରିଛନ୍ତି। ତେବେ ଗୋପାଳର ନାର୍କୋ ଟେଷ୍ଟ ସରିଗଲା ପରେ କ୍ରାଇମବ୍ରାଞ୍ଚ ଗୋପାଳକୁ କୋର୍ଟ ରେ ହାଜର କରିଥିଲା।
ତାପରେ ଗୋପାଳକୁ ଝାରସୁଗୁଡ଼ା ଜେଲରେ ରଖାଯାଇଥିଲା। ତାପରେ ତାଙ୍କର ବୟାନ ରେକର୍ଡ଼ କରାଯାଇ ଝାରସୁଗୁଡ଼ା ଜେଲରୁ ଚୌଦ୍ଵାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଗୋପାଳର ଏପରି ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏଭଳି ପଦକ୍ଷେପ ନେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।