Sushree Tapaswini – ଝିଅଙ୍କର ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? ଜାଣନ୍ତୁ କାରଣ ଏବଂ ଚିକିତ୍ସା ସମ୍ପର୍କରେ…

ଆମେ ଯେଉଁ ୟୁରିନ୍ ଇନଫେକସନ୍ କହୁ ତାହାକୁ ଓଡ଼ିଆରେ ମୂତ୍ର ମାର୍ଗ ସଂକ୍ରମଣ ବୋଲି କହିଥାଉ। ଆମର ପରିସ୍ରା ଯେଉଁ ରାସ୍ତା ରେ ଆସୁଛି ଅର୍ଥାତ୍ ପରିସ୍ରା ତିଆରି ହେଲା ପରେ ୟୁରିନାରି ବ୍ଲାଡର ଅଛି ଯାହାକୁ ମୂତ୍ର ଥଳୀ କୁହାଯାଏ। ଯେଉଁଠି ମୂତ୍ର ଜମା ହୋଇ ରହିଥାଏ ସେଠାରୁ ଏକ ପାଇପ୍ ଦେଇ ବାହାରକୁ ଆସେ। ତାହାକୁ ଆମେ ମୂତ୍ର ମାର୍ଗ ବୋଲି କହୁ।

ଯଦି ତା ଭିତରେ ଜୀବାଣୁ ମାନେ ପଶି ସଂକ୍ରମଣ ଘଟାନ୍ତି ତାହାକୁ ଆମେ ମୂତ୍ର ମାର୍ଗ ସଂକ୍ରମଣ ବା ୟୁରିନ୍ ଇନଫେକସନ୍ ବୋଲି କହିଥାଉ। ଆମର ଯେଉଁ ୟୁରିନାରି ସିଷ୍ଟମ ଅଛି ତାର ବିଭିନ୍ନ ପାର୍ଟ ଅଛି। ଆମର ଦୁଇଟି କିଡନି ଥାଏ ବାମ ପଟେ ଏବଂ ଡାହାଣ ପଟେ। କିଡନି ରେ ପରିସ୍ରା ତିଆରି ହେଲା ପରେ ସେଠାରୁ ଦୁଇଟି ପାଇପ୍ ଆସେ ତାହାକୁ ଆମେ ୟୁରେଟର ବୋଲି କହିଥାଉ।

 


ୟୁରେଟର ଦେଇ କିଡନି ଯେଉଁ ପରିସ୍ରା ତିଆରି ହୁଏ ସେହି ୟୁରେଟର ଦେଇ ପରିସ୍ରା ଆସେ, ଆଉ ତଳ ପେଟରେ ବ୍ଲାଡର ଥାଏ ସେହି ୟୁରିନାରି ବ୍ଲାଡର କୁ ପରିସ୍ରା ଥଳୀ କୁହାଯାଏ। ସେଥିରେ ପରିସ୍ରା ଜମା ହୋଇ ରହିଥାଏ। ତାପରେ ୩ ଘଣ୍ଟାରେ ୪ ଘଣ୍ଟାରେ ଥରେ ପରିସ୍ରା ଜମା ହୋଇଗଲା ପରେ ତାକୁ ଆମେ ପରିସ୍ରା କରିବା ପାଇଁ ଯାଉ।

କିଡନୀ ଠାରୁ ଆରମ୍ଭ କରି ଯେଉଁ ପାଇପ୍ ଅଛି ୟୁରେଟର, ୟୁରିନାରି ବ୍ଲାଡର ଏବଂ ମୂତ୍ର ମାର୍ଗ ଏହି ଚାରୋଟି ଯାକ ହେଉଛି ୟୁରିନାରି ସିଷ୍ଟମ୍ ର ପାର୍ଟ। ଯଦି ଇନଫେକସନ୍ କୌଣସି ବି ପାର୍ଟ ରେ ହେଲା ତେବେ ତାକୁ ଆମେ ୟୁରିନ୍ ଇନଫେକସନ୍ ବୋଲି କହୁ। ସାଧାରଣତଃ ୟୁରିନାରି ବ୍ଲାଡର ଏବଂ ପରିସ୍ରା ପାଇପ୍ ରେ ଇନଫେକସନ୍ ହୋଇଥାଏ।

ୟୁରିନ୍ ଇନଫେକସନ୍ ର ଆଶଙ୍କା କାହାକୁ ଅଧିକ ?

 

ଯଦି ଆପଣ ବୟସ୍କ କ୍ଷେତ୍ରରେ ନେବେ ନରମାଲ ଆଡଲ୍ଟ ଲୋକ ତାହେଲେ ମହିଳା ମାନଙ୍କ କ୍ଷେତ୍ରରେ ଏହି ଇନଫେକସନ୍ ଅଧିକ ଦେଖାଯାଏ। ୫୦ ରୁ ୬୦ ପ୍ରତିଶତ ମହିଳାଙ୍କୁ ଏହା ହୋଇଥିବ। ମହିଳା ମାନଙ୍କରେ ଯଥେଷ୍ଟ ଅଧିକ ହୁଏ। ପ୍ରାପ୍ତ ବୟସ୍କ ଛଡ଼ା ଛୋଟ ଶିଶୁ ମାନଙ୍କ ଠାରେ ବି ବେଶି ହୁଏ ଏବଂ ବୟସ୍କ ଲୋକ ମାନଙ୍କ ଠାରେ ବେଶୀ ହୁଏ। ତାହା ଛଡ଼ା ଆଉ କିଛି ବର୍ଗର ଲୋକେ ଅଛନ୍ତି ସେମାନଙ୍କ ଠାରେ ବେଶୀ ଇନଫେକସନ୍ ହୁଏ। ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ବିଭିନ୍ନ ପ୍ରକାରର ଅନ୍ୟ ରୋଗ ଥାଏ, ଡାଇବେଟିସ୍ ଅଛି, କ୍ୟାନସର ରୋଗୀ କିମ୍ବା ଏମିତି କିଛି ରୋଗ ଅଛି ଯାହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ କରିଦେବ ସେହି ଲୋକଙ୍କ ପାଖରେ ୟୁରିନ୍ ଇନଫେକସନ୍ ଅଧିକ ହେବାର ଦେଖାଯାଏ।

ୟୁରିନ୍ ଇନଫେକସନ୍ କାହିଁକି ହୋଇଥାଏ?

ଆମ ଶରୀରରେ ଯେତେ ରାସ୍ତା ଅଛି କାନ, ନାକ, ପାଟି, ଝାଡ଼ା ରାସ୍ତା, ପରିସ୍ରା ରାସ୍ତା ସବୁଠି ଆମର ଜୀବାଣୁ ଥାଆନ୍ତି। ଆମର ନଖ ମୂଳରୁ ମୁଣ୍ଡର ବାଳ ପର୍ଯ୍ୟନ୍ତ ଜୀବାଣୁ ଥାଏ। ତେଣୁ ପରିସ୍ରା ରାସ୍ତା ମଧ୍ୟ ଜୀବାଣୁ ଥାଏ। ହେଲେ ସମସ୍ତଙ୍କର ପରିସ୍ରା ଇନଫେକସନ୍ ହୁଏ ନାହିଁ। ଯଦି କୌଣସି କାରଣରୁ ରୋଗ ପ୍ରତିରୋଧକ ଶକ୍ତି କମ ହେଲା ଆଉ ସେହି ଜୀବାଣୁ ମାନଙ୍କ ସହିତ ଆପଣଙ୍କ ଶରୀର ଯଦି ଯୁଦ୍ଧ କରି ନପାରିଲା ତାହେଲେ ସେହି ଜୀବାଣୁ ଆପଣଙ୍କ ଶରୀର ଭିତରେ ପ୍ରବେଶ କରିବ। ପ୍ରବେଶ କରିବା ପରେ ଯେଉଁ ପରିସ୍ରା ରାସ୍ତା ଅଛି ତାହା ଭିତରେ ପଶି ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ।

Leave A Reply

Your email address will not be published.