ପୀୟୂଷ ତ୍ରିପାଠୀ ଙ୍କ ଜବରଦସ୍ତ ସିନ୍ ” ଖରା ହେଉଛି ବର୍ଷା ହଉଛି ଦଇତାରୀ ପଣ୍ଡା ବାହା ହଉଛି” ,ମାତ୍ର 4 ଘଣ୍ଟାର 50 milion ରୁ ଅଧିକ ଲୋକ ଦେଖିସାରିଲେଣି….

କାହାଣୀର ହିରୋ କୁ ତାଳି ମିଳେ ଆଉ ଭିଲେନକୁ ଗାଳି । ଭଲ ଚରିତ୍ରରେ ଅଭିନୟ କଲାବେଳେ ଦର୍ଶକଙ୍କ ତାଳି ଯେମିତି ଉତ୍ସାହିତ କରେ, ଠିକ ସେମିତି ଖଳନାୟକ ଭୂମିକା ରେ ଅଭିନୟ କରୁଥିବା କଳାକାର ପାଇଁ ହୁଏତ ଦର୍ଶକଙ୍କ ଘୃଣା ହିଁ ପୁରସ୍କାର ସଦୃଶ ।

ଗତ ୯ ତାରିଖ ରେ ଖଣ୍ଡଗିରି ଯାତ୍ରା ପଡିଆର ଦୃଶ୍ୟ । ତୁଳସୀ ଗଣନାଟ୍ୟର “ଖରା ହେଉଛି ବର୍ଷା ହଉଛି ଦଇତାରୀ ପଣ୍ଡା ବାହା ହଉଛି” ଏହି କାହାଣୀ ଟି ମଞ୍ଚରେ ପରିବେଷଣ ହେଉଥିଲା ପୀୟୂଷ କରିଛନ୍ତି । କାହାଣୀ ଅନୁସାରେ ଅଭିନେତା ପୀୟୁଷ ନିଜ ବୃଦ୍ଧା ମା ଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ମଞ୍ଚ ଉପରେ ଚୁଟି କୁ ଧରି ଘୋଷାଡିବା ଠୁ ଆରମ୍ଭ କରି ତଳେ ପକାଇ ମୁଥ ମାରିବା ଯାଏଁ ଦୃଶ୍ୟ ରହିଥିଲା । ଅଭିନୟ ଏତେ ବାସ୍ତବ ଧର୍ମୀ ଥିଲା ଯେ, ଦର୍ଶକ ରାଗି ପାଚି ଲାଲ ହୋଇ ଯାଇ ଥିଲେ ଏହି ଅଭିନୟ ଏତେ ନିଖୁଣ ଥିଲା ।

 ମାଆ ପ୍ରତି ସମସ୍ତ ଙ୍କ ଭିତ ରେ ଆବେଗ ରହିଥାଏ । ଆଉ ମଞ୍ଚ ଉପରେ ଜଣେ ମାଆ ଉପରେ ନିର୍ଦ୍ଦୟ ପୁଅର ଏଭଳି ଅକଥନୀୟ ଅତ୍ୟାଚାର ଦେଖି ଦର୍ଶକ ନିୟନ୍ତ୍ରଣ ବାହାର କୁ ଚାଲି ଯାଇ ଥିଲେ । ଖଳନାୟକ ଭୂମିକା ରେ ଅଭିନୟ କରୁଥିବା ପୀୟୁଷ ଙ୍କୁ ଲକ୍ଷ୍ୟ ଲୋକ ପ୍ରଂଶା କରିଥିଲେ ।

ଆଉ ସ୍ଥିତି ଏପରି ହେଲା ଯେ ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଉତ୍ତେଜିତ ଦର୍ଶକ ଙ୍କୁ ଶାନ୍ତ କରିବା ପାଇଁ କିଛି ସମୟ ଯାତ୍ରା ବନ୍ଦ କରିବା କୁ ପଡି ଥିଲା । ଉପସ୍ଥିତ ଦର୍ଶକ ଙ୍କୁ ବୁଝା ସୁଝା କରିବା ପରେ ଯାତ୍ରା ସ୍ୱାଭାବିକ ହୋଇଥିଲା । ଟେଲି ସିରିଏଲରେ ଅଭିନୟ କରୁଥିବା ପୀୟୂଷ ଏବେ ତୁଳସୀ ଗଣନାଟ୍ୟ ରେ ଯୋଗ ଦେବା ପରେ ବେଶ ଦର୍ଶକୀୟ ଆଦୃତି ପାଉଛନ୍ତି ।


ବେଳେ ବେଳେ ଅଭିନୟ କୁ ବାସ୍ତବ ଧର୍ମୀ କରିବା କୁ ଯାଇ ନାଟକ ରେ ଏଭଳି ଦୃଶ୍ୟ କୁ ଯାତ୍ରା ପାର୍ଟି ସ୍ଥାନ ଦେଉଛନ୍ତି, ଯାହାକୁ ନେଇ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ନୃଶଂସତା କୁ ପ୍ରଦର୍ଶନ କରିବା କୁ ଯାଇ ଯାତ୍ରା ଟାଇଗର ଦଇତାରୀ ପଣ୍ଡା ମଞ୍ଚ ଉପରେ କଞ୍ଚ କୁକୁଡା ମୋଡି ଖାଇବା ର ଦୃଶ୍ୟ ମଧ୍ୟ ଦର୍ଶକ ଦେଖିଛନ୍ତି ।

ଗୀତ ର ଡାଇଲଗ୍ ବି କହୁଥିଲେ ” ଖରା ହଉଛି ବର୍ଷା ହଉଛି ଦଇତାରୀ ପଣ୍ଡା ବାହା ହଉଛି “। ଏହି ଡ଼ାଇଲଗ ଦର୍ଶକ ମାନଙ୍କୁ ମନରେ ଘର କରିଛନ୍ତି । ତେଣୁ ନାଟକର ଦୃଶ୍ୟ କୁ ମଞ୍ଚ ରେ ଉପସ୍ଥାପନ କଲା ବେଳେ ଏକ ଲକ୍ଷ୍ମଣ ରେଖା ରହିବା ଉଚିତ ବୋଲି ମଧ୍ୟ ସାଧାରଣ ରେ ମତ ପ୍ରକାଶ ପାଇଛି । ପୀୟୂଷ ଦଇତାରୀ ପଣ୍ଡା ଙ୍କ ଡ଼ାଇଲଗ ବହୁତ୍ ଭଲ ଭାବରେ କହିଥିଲେ । ନୃଶଂସତା କୁ ପ୍ରଦର୍ଶନ କରିବାକୁ ଯାଇ ଯାତ୍ରା ଅଭିନୟରେ ଦର୍ଶକ ମାନଙ୍କୁ ଉତ୍ସ୍ୟାହିତ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.