ଆମ ଶରୀର ରେ ବିଭିନ୍ନ ପ୍ରକାର ର ହର୍ମୋନ କ୍ଷରଣ ହୋଇ ଥାଏ ଆଉ ଯଦି ହର୍ମୋନ କ୍ଷରଣ ରେ କିଛି ଅସୁବିଧା ହୋଇ ଥାଏ ତେବେ ହର୍ମୋନ ଇନବାଲାନ୍ସ ହୋଇ ଥାଏ | ତେବେ ଖାଦ୍ୟ ଉପରେ ଆମର ହର୍ମୋନ ସନ୍ତୁଳିତ ରହିବାର ନିର୍ଭର କରୁଛି ଯେମିତି କି ଖାଦ୍ୟ ଆମର ସୁଷମ ଖାଦ୍ୟ ହେବା ଦରକାର | ଆଉ ଯେତେ ଆମ ଖାଦ୍ୟ ରେ ସବୁଜ ପନିପରିବା ଯୁକ୍ତ ଖାଦ୍ୟ ଏବଂ ଫଳ ଏହି ସବୁ ଯେତେ ରଖିବା ତାହା ଆମ ଶରୀର ରେ ହର୍ମୋନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ |
ଖାଦ୍ୟ ହର୍ମୋନ ଅସୁନ୍ତଳ କରିଥାଏ :-
କିଛି ଖାଦ୍ୟ ଥାଏ ଯାହାକି ଇନଫ୍ଲାକ୍ସନ ବଢ଼ାଇ ଥାଏ ଏବଂ ଶରୀର ରେ ହର୍ମୋନ କୁ ବାଲାନ୍ସ ରଖି ଥାଏ | ଏଥିରେ କଶରୀର ରେ କ୍ୟାଲସିୟମ ମଧ୍ୟ କମିଯାଏ ଯାହାକି ଗୋଡ଼ ହାତ ବିନ୍ଧା ହେବା, ଥକା ଲାଗିବା, ସାଇକେଲିଙ୍ଗ ପ୍ରତିଦିନ ନ କରି ପାରିବା ଏସବୁ ଅସୁବିଧା ଲାଗି ରହିଥାଏ |
ତେଣୁ କରି ସବୁ ପ୍ରକାର ଖାଦ୍ୟ ଆମେ ଖାଇ ପାରିବା କିନ୍ତୁ ଆମ ପାଇଁ ଯେତିକି ଦରକାର ଯେମିତି ଅଳ୍ପ ତେଲ ରେ ରୋଷେଇ କରିକି ଆମେ ଖାଇ ପାରିବା | ମହିଳା ମାନଙ୍କର ଅଧିକାଂଶ ହର୍ମୋନ ଇନବାଲାନ୍ସ ହେବାରେ ଦେଖା ଯାଇଥାଏ ଯାହାକି ଷ୍ଟ୍ରେସ ହିଁ ମୁଖ୍ୟ କାରଣ ହୋଇ ଥାଏ |
ହର୍ମୋନ ଅସୁନ୍ତଳନ ଯୋଗୁଁ ମୋଟା ବା ପତଳା ହେବାର ଆଶଙ୍କା ଥାଏ କି :-
ଆମ ଶରୀର ରେ ହର୍ମୋନ କମ କ୍ଷରଣ ହେଲେ ବି ଖରାପ ଆଉ ଅଧିକ କ୍ଷରଣ ହେଲେ ବି ଖରାପ ହୋଇ ଥାଏ | ପ୍ରାୟ ଜଣଙ୍କ ମନରେ ପ୍ରଶ୍ନ ଆସିଥାଏ କି ଆମର ହର୍ମୋନ ଇନବାଲାନ୍ସ ହେଉଛି ବୋଲି ଆମେ କେମିତି ଜାଣିବା | ତେବେ ମହିଳା ମାନଙ୍କର ଓଜନ ରେ ବୃଦ୍ଧି ହେବା, କେଶ ଝଡ଼ିବା ଏବଂ ମୁହଁରେ ବ୍ରଣ ବାହାରିବା ଏଭଳି ସବୁ ସମସ୍ୟା ଦେଖା ଯାଇଥାଏ | ପୁରୁଷ ମାନଙ୍କର ଦାଢ଼ି ବା ନିଶ ଠିକ ଭାବରେ ଡେଭଲପ ହୋଇ ପାରେ ନାହିଁ ଏହିଭଳି କିଛି କିଛି ସମସ୍ୟା ଦେଖା ଯାଇଥାଏ |
ଚିକେନ ଓ କ୍ଷୀର ଖାଇବା ଦ୍ୱାରା ଅସନ୍ତୁଳନ ହୋଇ ଥାଏ କି :-
କ୍ଷୀର ରେ ହର୍ମୋନ ରହି ଥାଏ ଆଉ ବହୁତ ଜଣ କୁହନ୍ତି କି ହର୍ମୋନ ଇନବାଲାନ୍ସ ହେଲେ କ୍ଷୀର ଖାଇବା ବନ୍ଦ କରି ଦେବା ଉଚିତ କିନ୍ତୁ ଏହା ନୁହେଁ କି କ୍ଷୀର ପୁରା ବନ୍ଦ କରି ଦେବା, ଆମେ ଦହି, ଛେନା ଏସବୁ କମ ପରିମାଣ ରେ ନେଇ ପାରିବା | ଦେଶୀ ଚିକେନ ରେ ବହୁତ ପ୍ରୋଟିନ ଥାଏ ତେଣୁ ଆମେ ଦେଶୀ ଚିକେନ ଖାଇ ପାରିବା ଏବଂ ଅଣ୍ଡା ମଧ୍ୟ ଖାଇ ପାରିବା ଯାହା ଦ୍ୱାରା ଆମର ହର୍ମୋନ ଇନବାଲାନ୍ସ ହେବ ନାହିଁ |
ହର୍ମୋନ ସନ୍ତୁଳନ କରିବା ପାଇଁ ବାଲାନ୍ସ ଡାଏଟ :-
ପ୍ରଥମହେଉଛି ଆମେ ଉପଯୁକ୍ତ ସମୟରେ ଖାଇବା ଉପଯୁକ୍ତ ସମୟରେ ରେଷ୍ଟ ନେବା ଏବଂ ବାଲାନ୍ସ ଖାଦ୍ୟ ଖାଇବା | ଆମେ ଖାଦ୍ୟ ରେ ଜଙ୍କ ଫୁଡ଼ ଯେପରି ଚକଲେଟ ହେଉ କି ପିଜା ବର୍ଗର ଏହି ସବୁ ଖାଦ୍ୟରୁ ଯେତେ ଦୂରେଇ ରହିବା | ଫାଇବର ଖାଦ୍ୟ ଖାଇଲେ ମଧ୍ୟ ହର୍ମୋନ ଇନବାଲାନ୍ସ ହୋଇ ନଥାଏ ଏବଂ ହେଲଥ ମେଣ୍ଟେନ ହୋଇକି ରହିଥାଏ | କଲଡ଼ ଡ୍ରିଙ୍କ, ଚା, କଫି ଏହା ମଧ୍ୟ ହର୍ମୋନ ଇନବାଲାନ୍ସ କରାଇ ଥାଏ ଏହାକୁ କମ ପରିମାଣ ରେ ନେବା ଉଚିତ, କିନ୍ତୁ ବ୍ଲାକ ଟି ଓ ଗ୍ରୀନ ଟି ଆମେ ନେଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।