ବର୍ତ୍ତମାନ ସମୟରେ ଗୋପାଳ ଜେଲରେ କାଳିଆ ଙ୍କର ଭଜନ ଗାଉଛି ଆଉ ତାଙ୍କ ଭଜନ ଶୁଣି ପୋଲିସ ମଧ୍ୟ ଅଟକି ଯାଇ ତାଙ୍କ ଭଜନ ଶୁଣୁଛି | ଏ ଜୀଵନ ଯୌବନ ସବୁ ପରା ତୁମ ଦାନ କିଛି ଦେଇ ନାହଁ ବୋଲି କି କରିବି ଅଭିମାନ ଆଉ ବେଳେ ବେଳେ ପୁଣି ଆହେ ନୀଳ ଶୈଳ ବୋଲୁଛି |
ଖାଲି ସେତିକି ନୁହେଁ କାଳିଆ ଜଣାଣ ଆଉ ଭକ୍ତି ଗତ ଭଜନ ଶୁଣି ଗୋପାଳ ଙ୍କ ସୁରକ୍ଷା ରେ ନିୟୋଜିତ ଥିବା ୱାର୍ଡେନ ମାନେ ସ୍ତବ୍ଧ ହୋଇ ରହି ଯାଉଛନ୍ତି | ଆଉ ଗୋପାଳ ଙ୍କର ଭକ୍ତି ଭାବ ଦେଖି ତାଙ୍କ ମନ ବି ତରଳି ଉଠୁଛି, ଚୌଦ୍ୱାର ମଣ୍ଡଳ କାରାଗାର ରେ ଗୋପାଳ ତାର ସେହି ପୁରୁଣା ଅଭ୍ୟାସ କୁ ଜାରି ରଖିଛି | ଅର୍ଥାତ ଈଶ୍ୱର ଭକ୍ତି ଜାରି ରଖିଛି, ଯେତେ ଝାରସୁଗୁଡା ଜେଲ ରେ ଗୋପାଳ ଥିଲା ସେତେ ବେଳେ ତାଙ୍କୁ ଜାଣି ଥିବା ଆଉ ଚିହ୍ନି ଥିବା ଲୋକ କୁହନ୍ତି ଗୋପାଳ ଈଶ୍ୱର ବିଶ୍ୱାସୀ ଥିଲା |
ଜଗନ୍ନାଥ ଙ୍କ ମନ୍ଦିର ରେ ପ୍ରତିଦିନ ଯାଇ ଗୋପାଳ ମୁଣ୍ଡିଆ ମାରୁଥିଲା ଏଭଳି କି ଗାନ୍ଧୀ ନଗର ଫାଣ୍ଡି ରେ ଯେତେ ବେଳେ ପୂଜକ ଆସି ପୂଜା କରୁ ଥିଲେ ସେହି ସମୟରେ ଗୋପାଳ ହାତ ଯୋଡି ଠିଆ ହେଇ ରହୁ ଥିଲେ ଆଉ ସବୁବେଳେ ଈଶ୍ୱର ଙ୍କୁ ପ୍ରାର୍ଥନା କରୁ ଥିଲେ |
ବଡ଼ ଖୁସ ମିଜାଜିଆ ଆଉ ଗୋପାଳ ଦାସ ସବୁବେଳେ ହସ ହସ ମୁଖ ରେ ରହୁ ଥିଲେ ଖାଲି ସେତିକି ନୁହେଁ ଯିଏ ଆସୁ ଥିଲେ ତାଙ୍କୁ ଚା ପଚାରିବା ସହିତ ତାଙ୍କ ସହିତ କଥାବାର୍ତା ମଧ୍ୟ ହେଉ ଥିଲେ | ଗୋପାଳ ନିଜ ମନକୁ ଖୁସି କରିବା ପାଇଁ କେତେ ବେଳେ ଭଜନ ଗାଇ ଥାଆନ୍ତି ତ ପୁଣି କେତେ ବେଳେ ଈଶ୍ୱର ଙ୍କୁ ଧ୍ୟାନ କରି ଥାଆନ୍ତି | ଜୀଵନ ରେ ଅନେକ ଝଡ଼ଝଞ୍ଜା ଆଉ ଜୀଵନ ରେ ଅନେକ ସାରା କଷ୍ଟ ରହିଛି ଆଉ ସେହି ଭଵ ସାଗର ରୁ ଏକ ମାତ୍ର ବାସୁଦେବ ପାରି କରିବେ |
ସେହି କୃଷ୍ଣ ହିଁ ପାର କରିବେ ଯାହାର ଶରଣାପନ୍ନ ରେ ଏବେ ଗୋପାଳ ଅଛନ୍ତି, ଜଗନ୍ନାଥ ଙ୍କ ଭଜନ ଓ ଜଣାଣ ମାଧ୍ୟମ ରେ ସେ ଭଗବାନ ଙ୍କୁ ଭଜୁଛି ଆଉ ତାହା ସହିତ ଅନ୍ୟ କଏଦୀ ମାନେ ମଧ୍ୟ ତାର ଏହି ଭଜନ ଶୁଣୁ ଥିବାର ଶୁଣିବା ପାଇଁ ମିଳିଛି | ଯଦିଓ ଅତି ଜୋରରେ ନୁହେଁ କିନ୍ତୁ ମନରେ ଗୁଣୁ ଗୁଣୁ କରି ଗୋପାଳ ଭଜନ ଗାଉଛି ଆଉ ସେହି ଭଜନ ମାଧ୍ୟମ ରେ ଜଗତର ନାଥ ଜଗନ୍ନାଥ ଙ୍କୁ ଡାକୁଛି |
କେତେବେଳେ ଖୁସିର ଭଜନ ତ କେତେବେଳେ ଦୁଃଖର ଭଜନ କେତେବେଳେ ନିଜକୁ ଅଭାଗା କହୁଛି ତ କେତେବେଳେ ସବୁଠାରୁ ବଡ଼ ଭକ୍ତ କହୁଛି | କେତେବେଳେ କହୁଛି ତୁମ ବିନା ମୋର ଅସ୍ତିତ୍ୱ ହିଁ ନାହିଁ ଯାହାକି ସେହି ଭଜନ ରେ ହିଁ ତାର ଭାବନା ଲୁଚି ରହିଛି | ତେବେ ଏଭଳି ଏକ ଖବର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।