shocking ଭିଡ଼ିଓ – ବାହା ହେବା କଥା କହିବାରୁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଢ଼ାବା ପ୍ରିଜରେ ରଖିଲା ପ୍ରେମିକ…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ପୁଣିଥରେ ରାଜଧାନୀ ଦିଲ୍ଲୀରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ଲିଭ ଇନ୍ ପାର୍ଟନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ସେ ମୃତଦେହକୁ ନଜଫଗଡ଼ର ମିତ୍ରାଓଁଗାଁ ଉପକଣ୍ଠରେ ଥିବା ଗୋଟିଏ ଢାବାର ଫ୍ରିଜ୍ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ଖାଲି ସେତିକିନୁହେଁ, ଯେଉଁଦିନ ପ୍ରେମିକଙ୍କୁ ହତ୍ୟା କରିଥିଲେ ସେହିଦିନ ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ। ଏବେ ପୁଲିସ୍ ଯୁବକଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ମୃତଯୁବତୀ ଜଣଙ୍କ ହେଲେ ୨୨ବର୍ଷୀୟ ନିକ୍କି ଯାଦବ। ତାଙ୍କୁ ୨୪ବର୍ଷୀୟ ସାହିଲ ଗେହଲଟ କଶ୍ମୀର ଗେଟ୍ ଆଇଏସବିଟି ନିକଟରେ ତଣ୍ଟିଚିପି ପ୍ରଥମେ ହତ୍ୟା କରିଥିଲେ। ଫେବୃଆରୀ ୯ଓ୧୦ତାରିଖରେ ହତ୍ୟାକାଣ୍ଡ ଘଟିଥିଲା। ସାହିଲ କାରରେ ଥିବା ମୋବାଇଲ ଡାଟା କେବୁଲକୁ ବ୍ୟବହାରକରି ନିକ୍କିଙ୍କୁ ହତ୍ୟା କରିଥିଲେ।
ହତ୍ୟା କରିବା ପରେ ସେନିକ୍କିଙ୍କ ମୃତଦେହକୁ କାର୍ ଯୋଗେ ମିତ୍ରାଓଁଗାଁ ନିକଟରେ ଥିବା ତାଙ୍କ ଢାବା ନିକଟକୁ ନେଇଯାଇଥିଲେ। ଏହାପରେ ସେଠାରେ ଥିବା ଫ୍ରିଜରେ ଏହାକୁ ଲୁଚାଇ ଦେଇଥିଲେ। ମଙ୍ଗଳବାର ପୁଲିସ୍ ଢାବାର ଫ୍ରିଜ୍ ଭିତରୁ ନିକ୍କିଙ୍କ ମୃତଦେହ ଉଦ୍ଧାର କରିବା ପରେ ସାହିଲଙ୍କୁ ଗିରଫ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସାହିଲ ଓ ନିକ୍କି ଦୀର୍ଘ ଦିନ ହେଲା ପରସ୍ପରକୁ ପ୍ରେମ କରୁଥିଲେ। ସାହିଲଙ୍କ ଘର ମିତ୍ରାଓଁଗାଁରେ। ସେ ୨୦୧୮ରେ ଉତ୍ତମନଗର ଅଞ୍ଚଳରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ହରିଆଣାର ମୂଳବାସିନ୍ଦା ନିକ୍କିଙ୍କୁ ଭେଟିଥିଲେ। ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସାହିଲ ପ୍ରଥମ ଦେଖାରେ ନିକ୍କିଙ୍କ ସହ ବନ୍ଧୁତା କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଉଭୟ ଗ୍ରେଟର ନୋଏଡାରେ ଥିବା ସମାନ କଲେଜରେ ନାଁ ଲେଖାଇଥିଲେ।
କଲେଜରେ ପାଠପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଗ୍ରେଟର ନୋଏଡାରେ ଉଭୟ ଏକାଠି ରହିବା ଆରମ୍ଭ କରିଥିଲେ। ଏଥିସହ ଦ୍ୱାରକା ଅଞ୍ଚଳରେ ଗୋଟିଏ ଭଡ଼ା ଘର ନେଇ ସାଥୀ ହୋଇ ରହିଥିଲେ।
ଅଭିଯୁକ୍ତ ସାହିଲ ୨୦୧୮ରୁ ନିକ୍କିଙ୍କୁ ପ୍ରେମ କରୁଥିଲେ ମଧ୍ୟ ଏକଥା ତାଙ୍କ ଘରେ ଜଣାଇ ନଥିଲେ। ଘରେ ପୁଅର ପ୍ରେମ ସମ୍ପର୍କ କଥା ଜାଣି ନଥିବାରୁ ବାହାଘର ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ। ଏଥିସହ ଫେବୃଆରୀ ୧୦ରେ ସାହିଲଙ୍କ ବାହାଘର ହେବ ବୋଲି ମଧ୍ୟ ଘର ଲୋକ ସ୍ଥିର କରିଥିଲେ।
ନିକ୍କି ଏକଥା ଜାଣିବା ପରେ ସାହିଲଙ୍କୁ ଡାକିବା ସହ ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହି ପାଟୁତୁଣ୍ଟ ବେଳେ ସାହିଲ ରାଗି ଯାଇ ମୋବାଇଲ ଡାଟା କେବୁଲ ଜରିଆରେ ନିକ୍କିଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ହତ୍ୟା ପରେ ସେ ମୃତଦେହକୁ ନିଜ ମାଲିକାନାରେ ଥିବା ଢାବାକୁ ନେଇଥିଲେ। ସେଠାରେ ଥିବା ଫ୍ରିଜରେ ମୃତଦେହକୁ ଲୁଚାଇ ଦେଇ ଘରକୁ ଚାଲି ଯାଇଥିଲେ। ଏଥିସହ ଆଉ ଜଣେ ମହିଳାଙ୍କୁ ବିବାହ ମଧ୍ୟ କରି ନେଇଥିଲେ। ପୁଲିସ୍ ମଧ୍ୟ ନିକ୍କିଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।