Health Tips – ବିନା ଔଷଧରେ ଅନିଦ୍ରା ରୋଗ ଦୂର ହେବ କୁମ୍ଭକର୍ଣ୍ଣ ଭଳି ନିଦ ଆସିବ |କରନ୍ତୁ ଏହି ଉପାୟ….

ଆଜି ଏଭଳି କିଛି ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ରାତିରେ ନିଦ ନ ହେବାର ସମସ୍ୟା ଦୂର ହୋଇ ଯିବ | ବହୁତ ଅଧିକ ଚିନ୍ତା କରିବା ନିଦ ନ ଆସିବାର ମୁଖ୍ୟ କାରଣ ହୋଇ ଥାଏ, ଛୋଟ ପିଲା 18 ଘଣ୍ଟା ଶୁଅନ୍ତି ଆଉ ପେଟରେ 24 ଘଣ୍ଟା ଶୁଅନ୍ତି ତାପରେ ଧୀରେ ଧୀରେ 8 ରୁ 10 ଘଣ୍ଟା ସମସ୍ତେ ଶୋଇ ଥାଆନ୍ତି |

କିନ୍ତୁ ଯେମିତି ଯେମିତି ବୟସ ବଢ଼ି ଚାଲେ ମୃତ୍ୟୁ ପାଖେଇ ଆସେ ସେତେ ବେଳେ ନିଦ କମି କମି ଯାଏ ଆପଣ ଙ୍କୁ କେବଳ 4ରୁ 5 ଘଣ୍ଟା ନିଦ ହୋଇ ଥାଏ ଆଉ ଏଥିପାଇଁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ | କିନ୍ତୁ ଆପଣ ଯଦି ସବୁବେଳେ ଟେନ୍ସନ ନେଉଛନ୍ତି ତେବେ ନିଦ ନ ଆସିବାର ଏହା ମୁଖ୍ୟ କାରଣ ହୋଇ ଥାଏ | ତେବେ ଏହି ଉପଚାର ପ୍ରସ୍ତୁତି କରିବା ପାଇଁ ଯେଉଁ ସବୁ ସାମଗ୍ରୀ ର ଆବଶ୍ୟକତା ପଡ଼ିବ ତାହା ଆପଣଙ୍କୁ ରୋଷେଇ ଘରୁ ବହୁତ ସହଜ ରେ ମିଳିଯିବ | ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି କିପରି କରିବା ଓ ସେବନ କିପରି କରିବା |

ପ୍ରଥମ ଉପଚାର :-

 ପ୍ରଥମେ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ପାଦକୁ ଉଷୁମ ପାଣିରେ ଭଲ କରି ଧୋଇ ଦିଅନ୍ତୁ, ଏହାପରେ ପାଦରେ ସୋରିଷ ତେଲକୁ ପାଦରେ ମାଲିସ କରନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ମୁଣ୍ଡରେ ଯାହା ବି ଟେନ୍ସନ ରହିଥାଏ ତାହା ଧୀରେ ଧୀରେ ଶାନ୍ତ ହୋଇ ଯାଇଥାଏ | ଖାସ କରି ଘରର ମହିଳା ମାନେ ବହୁତ ଅଧିକ ଟେନ୍ସନ ନେଇ ଥାଆନ୍ତି ସେମାନେ ଅଶ୍ୱ ଡାଇନାମିକ ମେଡ଼ିଟେସନ ନିହାତି ଭାବରେ କରନ୍ତୁ |

ଦ୍ୱିତୀୟ ଉପଚାର :-

ଦ୍ୱିତୀୟ ଉପଚାର ପାଇଁ ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି ପ୍ରଥମ ଟି ହେଉଛି ଅଶ୍ୱଗନ୍ଧା ଗୁଣ୍ଡ ଓ ସ୍ୱପ୍ତଗନ୍ଧା ଗୁଣ୍ଡ | ଏହି ଦୁଇଟି ଗୁଣ୍ଡ କୁ ସମ ପରିମାଣରେ ନେଇ ଏକ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ | ରାତିରେ ଶୋଇଲା ବେଳେ ଏହି ଚୁର୍ଣ୍ଣ କି ଯଦି ଆପଣ 3 ରୁ 4 ଚାମଚ ପାଣି ସହିତ ସେବନ କରନ୍ତି ତେବେ ଆପଣ ଙ୍କୁ ଭୟଙ୍କର ନିଦ ଆସିଯିବ |


ତୃତୀୟ ଉପଚାର :-
ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ ପାଣିରେ ବା ଏକ କପ ଉଷୁମ କ୍ଷୀର ରେ ଯଦି ଆପଣ ଅଧା ଚାମଚ ଡାଲଚିନି ର ପ୍ରୟୋଗ କରି ସେବନ କରୁଛନ୍ତି ତେବେ ଆପଣ ଙ୍କୁ ବହୁତ ଭଲ ନିଦ ଆସିଥାଏ |

ଚତୃର୍ଥ ଉପଚାର :-
ଏକ କପ ଗରମ କ୍ଷୀର ରେ ଏକ ଚାମଚ ଜାଇ ଫଳର ପ୍ରୟୋଗ କରି ସେବନ କରନ୍ତୁ, ଏହା ଛଡ଼ା ଗରମ କ୍ଷୀର ରେ ଚିମୁଟାଏ କେଶର ମିଶାଇ ପିଇବା ଦ୍ୱାରା ମଧ୍ୟ ଆପଣ ଙ୍କୁ ନିଦ ନ ଆସିବାର ସମସ୍ୟା ଦୂର ହୋଇ ଥାଏ |

ପଞ୍ଚମ ଉପଚାର :-
ଯଦି ଆପଣ ଙ୍କୁ ରାତିରେ ଠିକ ଭାବରେ ନିଦ ନ ଆସିବାର ସମସ୍ୟା ରହୁଛି ତେବେ ଏକ ଗ୍ଲାସ ଉଷୁମ କ୍ଷୀର ରେ ମହୁର ପ୍ରୟୋଗ କରି ସେବନ କରନ୍ତୁ ଦେଖିବେ ଏହି ସମସ୍ୟା ଆପଣ ଙ୍କର ଦୂର ହୋଇ ଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.