ବାପାଙ୍କୁ ନେଇ ଏହି Heart Touching ” ଝିଅ ବିଦା ବେଳେ କାନ୍ଦଣା ” ଗୀତ ପ୍ରତ୍ୟେକ ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲପାଉଥିବେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

ଭାରତରେ ଅନେକ ପ୍ରକାର ପ୍ରଥା ପରମ୍ପରା ରହିଛି । ଖାସ କରି ଭାରତରେ ବିବାହପରେ ଝିଅ ବିଦା ସମୟରେ ଏକ ପରମ୍ପରା ଦେଖିବା କୁ ମିଳି ଥାଏ । ଯେଉଁ ଠାରେ ଝିଅ ଖୁବ ଜୋର କାନ୍ଦି ଥାଏ ତା ସହିତ ପ୍ରିୟଜନ ମାନେ ମଧ୍ୟ କାନ୍ଦିବା ର ଦୃଶ୍ୟ ଦେଖିବା କୁ ମିଳି ଥାଏ । ତେବେ ଏହି ପରମ୍ପରା କାଇଁ କେଉଁ ଯୁଗରୁ ଚାଲି ଆସିଛି । କିନ୍ତୁ ବର୍ତ୍ତମାନ ର ପରିବର୍ତ୍ତନ ସମୟ ରେ ଏହି ପ୍ରଥା ଧିରେ ଧିରେ ଲୋପ ପାଉଥିବା ର ଦେଖିବା କୁ ମିଳୁଛି ।

ଝିଅ ଟି ଏ ଶାଶୂ ଘର କୁ ଯିବା ଆଗରୁ ସେଠାର ଲୋକ ଓ ପରିବେଶ ବାବଦ ରେ ଅଜ୍ଞ ଥାଏ । ସେ ଶାଶୂ ଘରେ ଜୀବନ ଖୁବ କଷ୍ଟ କର ହେବ ବୋଲି ମନ ଭିତରେ ଥିବା ଭୀତି କାନ୍ଦଣା ମାଧ୍ୟମ ରେ ବୋଲି ପ୍ରକାଶ କରିଥାଏ ।ଏହି ସମୟ ରେ ଝିଅ ଟି ଏ ନିଜର ଆତ୍ମୀୟ, ବାନ୍ଧବୀ ଆଦିଙ୍କୁ ଧରି କାନ୍ଦି ଥାଏ ।

ଏହି କାନ୍ଦଣା ମାଧ୍ୟମ ରେ ସେ ନିଜର ଆତ୍ମୀୟ ମାନଙ୍କ ଠାରୁ ଦୂରେଇ ଯିବା ର ବେଦନା ରେ ବାପ ଘରେ କଟାଇଥିବା ସୁଖର ଦିନ, ସାଙ୍ଗ ସାଥି ଙ୍କ ମେଳ ରେ କତାଇଥିବେ ପିଲା ଦିନ, ପୂଜା-ପର୍ବ, ମେଳା-ମଉଚ୍ଛବ ଆଦିର ଖୁସି କୁ ହରାଇବା କାନ୍ଦଣା ରେ ପ୍ରକାଶ କରିଥାଏ ।

କାନ୍ଦଣା ଗୀତ ବା ବାହୁନା ଗୀତ ଓଡ଼ିଆ ବାହା ଘର ର ବିଭିନ୍ନ ସମୟ ରେ ଘର ର ପ୍ରତ୍ୟେକ ସଦସ୍ୟ ଙ୍କୁ ଧରି କନିଆଁ ଦ୍ୱାରା ବୋଲା ଯାଉଥିବା ରୋଦନ ସଙ୍ଗୀତ । ଏହି କାନ୍ଦଣା ଆଶୁ କବିତା ଉପରେ ଆଧାରିତ । ଝିଅ ନିଜ ପରିବେଶ ରେ ଦେଖୁଥିବା ଘଟଣା ଓ ଶାଶୂ ଘର ସମ୍ବନ୍ଧ ରେ ଯାହା ଶୁଣି ଥାଏ ତାହାକୁ ଆଧାର କରି ଗୀତ ବୋଲି ପ୍ରକାଶ କରିଥାଏ । ବାହା ଘର ଆଗରୁ ଝିଅ ଶାଶୂ ଘର ବାବଦ ରେ କିଛି ଜାଣି ନ ଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂ ଘର ପରିବାର ର ଆଉ କାହା ବିଷୟରେ କିଛି ପଚାରିବାର ସୁଯୋଗ ପାଇ ନ ଥାଏ ।


ଅଜଣା ପରିବେଶ ରେ ନୂଆ ଲୋକ ଙ୍କ ସହିତ କିପରି ଚଳିବ ତାହା ଝିଅ ଟି କାନ୍ଦଣା ବୋଲି ଜଣାଇଥାଏ । ବାହୁନିବା ପ୍ରସଙ୍ଗ ରେ ଝିଅ ମାନେ ପୌରାଣିକ ଆଖ୍ୟାୟିକା ମାନ ମଧ୍ୟ ବୋଲି ଥାନ୍ତି ।ବିବାହ ପରେ ଯେତେ ବେଳେ ସେ ବିଦାୟ ନେଉ ଥିଲେ, ତାଙ୍କ ମା କାନ୍ଦି କାନ୍ଦି ଝିଅ କୁ ଶୀଘ୍ର ଘର କୁ ଫେରିବା କୁ କହିଥିଲେ। ସେବେ ଠାରୁ ଏହି ପରମ୍ପରା ଏଠାରେ ଆରମ୍ଭ ହୋଇଥିଲା ।ଝିଅ ଟି ତାଙ୍କର ଗୋଟିଏ ଘର କୁ ପର କରି ଅନ୍ଯ ଘର କୁ ଯାଇଥାନ୍ତି ସେ ଘର ର ଲୋକ ମାନଙ୍କୁ ନିଜର କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.