ଆଜି ବିରଳ ମହା ଶିବରାତ୍ରୀ ନିଶ୍ଚୟ ଖାଇନିଅନ୍ତୁ ଏହି ୧ ଜିନିଷ ପୁରା ବର୍ଷ ଜମିକି ପଇସା ଆସିବ…….

ପ୍ରଭୁ ଶିବ ସର୍ବ ଶକ୍ତିମାନ ଅଟନ୍ତି। ପ୍ରଭୁ ହିଁ ଆଦି ଅଟନ୍ତି ଓ ପ୍ରଭୁ ହିଁ ଅନ୍ତ ଅଟନ୍ତି। ଭଗବାନ ଶିବ ହିଁ ପୃଥିବୀ ଅଟନ୍ତି ଓ ସେ ହିଁ ଆକାଶ ଅଟନ୍ତି ଏବଂ ଭଗବାନ ଶିବ ହିଁ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ଅଟନ୍ତି। ଭଗବାନ ଶିବଙ୍କ ଭକ୍ତ ମାନଙ୍କ ବଡ଼ ପର୍ବ ପବିତ୍ର ଶିବରାତ୍ରି ବଡ଼ ଧୁମଧାମରେ ପାଳନ କରାଯିବ।

ଦେଶର ଲକ୍ଷ ଲକ୍ଷ ଲୋକମାନଙ୍କ ଭଗବାନ ଶିବଙ୍କ ମନ୍ଦିରରେ ଭିଡ ରହିଥାଏ।ତେବେ ଚାରି ଆଡେ଼ ଏହି ଉତ୍ସବକୁ ଖୁସି ମନରେ ପାଳନ କରାଯାଇଥାଏ। ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ରହି ଥାଆନ୍ତି। ପବିତ୍ର ଶିବରାତ୍ରି ଦିନ ଅନେକ ଭକ୍ତ ଭଗବାନ ଶିବଙ୍କ ଉପସ୍ଥିତିକୁ ଅନୁଭବ କରି ଥାଆନ୍ତି। ପ୍ରଭୁଙ୍କ ନାମ ସ୍ମରଣ କଲେ ଲାଗେ ପ୍ରଭୁ ଆମରି ପାଖରେ ହିଁ ଅଛନ୍ତି।

 ପବିତ୍ର ମହାଶିବରାତ୍ରି ଦିନ ପ୍ରଭୁଙ୍କ ଉପରେ ବେଲ ପତ୍ର ଅର୍ପଣ କରିବେ। ତେବେ ପବିତ୍ର ମହାଶିବରାତ୍ରି ଦିନ ଯଦି ସମ୍ଭବ ତେବେ ଘରକୁ ମାଟି ଆଣି ପବିତ୍ର ଶିବଲିଙ୍ଗ ତିଆରି କରି ପୂଜା କରନ୍ତୁ। ଆପଣ ଏହି ପବିତ୍ର ଦିନରେ ସ୍ଫଟିକ ଶିବଲିଙ୍ଗ ଆଣି ଅଭିମନ୍ତ୍ରିତ କରି ପୁରା ବିଧି ବିଧାନ ସହକାରେ ତାଙ୍କ ପୂଜା କରି ପାରିବେ।

ରୁଦ୍ରାକ୍ଷ ହିମାଚଳ ପ୍ରଦେଶରେ ମିଳୁଥିବା ଏକ ଆୟୁର୍ବେଦର ବନସ୍ପତି ଅଟେ। ତେବେ ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ବହୁତ ପ୍ରିୟ ହୋଇଥାଏ। ଏକମୁଖୀ, ଦୁଇମୁଖୀ, ପଞ୍ଚମୁଖୀ ବହୁତ ପ୍ରକାରର ରୁଦ୍ରାକ୍ଷ ରହିଥାଏ। ଏସବୁ ଧାରଣ କରିବା ଦ୍ଵାରା ଅଲଗା ଅଲଗା ପ୍ରଭାଵ ପଡ଼ିଥାଏ। ଭଗବାନ ଶିବଙ୍କୁ ରୁଦ୍ରାକ୍ଷ ଅତି ପ୍ରିୟ ଅଟେ।

ଆପଣ ପବିତ୍ର ମହାଶିବରାତ୍ରି ଦିନ ରୁଦ୍ରାକ୍ଷ ଆଣି ପୂଜା କରିବା ଉଚିତ। ପୁରାଣ ଅନୁସାରେ ଭଗବାନ ଶିବଙ୍କ ଡ଼ମ୍ବରୁ ଶବ୍ଦରୁ ହିଁ ଧ୍ବନି ଓ ସଙ୍ଗୀତ ଶବ୍ଦର ସୃଷ୍ଟି ହୋଇଥିଲା। ଏଥିପାଇଁ ଏହି ଦିନ ଘରକୁ ଡମ୍ବରୁ ଆଣନ୍ତୁ।ଆପଣମାନେ ଯେବେ ବି ଭଗବାନ ଶିବଙ୍କ ଫଟୋ ଦେଖିଥିବେ ତ ଆପଣ ତ୍ରିଶୂଳ ଦେଖିଥିବେ। ତ୍ରିଶୂଳ ଓ ଧନୁ ଦୁଇଟି ଭଗବାନ ଶିବଙ୍କ ଅସ୍ତ୍ର ଅଟେ। ପବିତ୍ର ମହାଶିବରାତ୍ରି ଦିନ ଘରକୁ ତ୍ରିଶୂଳ ଆଣି ଅବଶ୍ୟ ପୂଜା କରନ୍ତୁ।

ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନରେ ଅପାର ସୁଖ ଶାନ୍ତି ମିଳିବ।ଆପଣ ପବିତ୍ର ମହାଶିବରାତ୍ରି ଦିନ ଚନ୍ଦ୍ରମା ଓ ପ୍ରଭୁ ନାଗଙ୍କ ମୂର୍ତ୍ତି ଆଣି ତାଙ୍କୁ ପୂଜା କରିବା ଉଚିତ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଧନର ପ୍ରାପ୍ତି ହେବ। ଏହି ଦିନ ସାତ୍ତ୍ଵିକ ଭୋଜନ କରନ୍ତୁ। ଆପଣ ସାଗୁ ଦାନା ଖାଇ ପାରିବେ। ଭଗବାନଙ୍କ ନାମ ସ୍ମରଣ କରନ୍ତୁ। ଜୟ ହରପାର୍ବତୀ ସ୍ମରଣ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.