New Twist – ବାହା ବେଦୀରୁ ପ୍ରେମିକ ସହ ଚମ୍ପଟ ମାରିଲା କନ୍ୟା…ଶିଶୁପାଳ ହୋଇ ଥାନାରେ ବର..ଦେଖନ୍ତୁ କେଉଁଠି ଘଟିଛି ଏଭଳି ଘଟଣା…..ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ଭାଇରାଲ ହୋଇ ଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଦୃଶ୍ୟ ସାମ୍ନା କୁ ଆସିଥାଏ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇଥାଏ | ସଜା ହୋଇ ଥିଲା ମଣ୍ଡପ ବେଦୀରେ ବସି ସାରିଥିଲା କନ୍ୟା ଆଉ ବାହାଘର ବି ଶେଷ ହୋଇ ଗଲା,

ହେଲେ କନ୍ୟା ବିଦା ହେବା କିନ୍ତୁ ବର ଆସିଥିବା ଗାଡ଼ିରେ ବର ଏହା ହିଁ ଯାଉଛି | ଏଠାରେ ଘଟଣା ଟି ହେଉଛି ବିବାହ ଶେଷ ହେବା ପରେ କନ୍ୟା ସବୁ ସୁନା ଗହଣା ଧରି ନିଜ ପ୍ରେମିକ ସାଥିରେ ଚମ୍ପଟ ମାରିଛି ଆଉ ଶିଶୁପାଳ ହୋଇ ବର ଥାନାକୁ ଯାଇଛି | ଏଭଳି ଏକ ଚର୍ଚ୍ଚିତ ଖବର ବଲାଙ୍ଗୀର ଟାଉନ ସ୍ଥିତ ବ୍ରାହ୍ମଣ ପଡ଼ା ରୁ ସାମ୍ନା କୁ ଆସିଛି |

 ସୂଚନା ଅନୁଯାଇ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁ ର ନାରାୟଣ ମାଝୀ ଙ୍କ ପୁଅ ପ୍ରେମ କୁମାର ବଲାଙ୍ଗୀର ଟାଉନ ସ୍ଥିତ ବ୍ରାହ୍ମଣ ପଡ଼ା ରୁ ସୁରେନ୍ଦ୍ର ମହାକୁଡ଼ ଙ୍କ ଝିଅ ଲିଜା ଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇ ଥିଲା | ଆଉ ବର ଯାତ୍ରୀ ବ୍ୟାଣ୍ଡ ବାଜା ର ତାଳେ ତାଳେ ଝୁମି ଝୁମି ବର କନ୍ୟା ଘରେ ବି ପହଞ୍ଚି ଥିଲେ |

କିଛି ସମୟ ପରେ ମଣ୍ଡପ ରେ ବିବାହ କାର୍ଯ୍ୟ ବି ଆରମ୍ଭ ହୋଇ ଥିଲା ହେଲେ ବେଦୀ ରେ ବସିବା ବେଳେ କନ୍ୟା ର ହଠାତ ପ୍ରେମିକ କଥା ମନେ ପଡ଼ି ଯାଇଥିଲା | ବାହା ସରିବା ପରେ କନ୍ୟା ସହ ଏକା ସାଙ୍ଗରେ ବର ଖାଇବା ଖାଇ ଥିଲା ଆଉ ପରେ କାହାକୁ କିଛି ନ କହି ସୁନା ଗହଣା ପିନ୍ଧି ନିଜ ପ୍ରେମିକ ସାଙ୍ଗରେ କନ୍ୟା ଫେରାର ମାରିଲା |


ବହୁତ ଖୋଜା ଖୋଜି ପରେ ମଧ୍ୟ କନ୍ୟା ର କୌଣସି ଖୋଜ ଖବର ମିଳି ପାରି ନଥିଲା ଆଉ ଏହାକୁ ନେଇ ଉଭୟ ପକ୍ଷରେ ଘଣ୍ଟା ଘଣ୍ଟା ଧରି ଯୁକ୍ତିତର୍କ ମଧ୍ୟ ଚାଲିଲା | ବିବାଦ ବଢ଼ିବା ଫଳରେ ଥାନାରେ ଯାଇ ଏହି ଘଟଣା ପହଞ୍ଚି ଥିଲା ଏହାକୁ ନେଇ ପରେ ବର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି |

ବର୍ତ୍ତମାନ କନ୍ୟା ଫେରାର ହେବାର ଏକ ସିସି ଟିଭି ଫୁଟେଜ ହାତରେ ଲାଗିଛି, ସେହି ସିସି ଟିଭି ଫୁଟେଜ ରେ ଦେଖିବା ପରେ ମିଳିଛି କି କନ୍ୟା ବାହାରକୁ ବାହାରି ଯାଉଛି ଏବଂ ତାର ପ୍ରେମିକ ଏକ ମଟରସାଇକେଲ ନେଇ ପହଞ୍ଚୁଛି ଆଉ ତାପରେ କନ୍ୟା ଗାଡ଼ିରେ ବସି ଫେରାର ହୋଇ ଯାଉଛି | ଆଉ ଏପଟେ ବର ଶିଶୁପାଳ ହୋଇ ଘରକୁ ଫେରିଛି, ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନିତ ଘଟଣା ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.