ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ, ବ୍ୟକ୍ତିଗତ ଜୀବନୀ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଅନେକ ସମୟ ରେ ଦର୍ଶକ ମାନେ ନିଜର ପ୍ରିୟ କଳାକାର ଙ୍କ ବ୍ୟକ୍ତିଗତ ଲାଇଫ ବିଷୟ ରେ ଜାଣିବା କୁ ଆଗ୍ରହୀ ହୋଇଥାନ୍ତି ।
ଆଉ ଏ ସବୁ ଜଣାଇବାର ଏକମାତ୍ର ମାଧ୍ୟମ ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଯାହା ଆଜିକାଲି ସମସ୍ତେ ବ୍ୟବହାର କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ପର୍ଶନାଲ ଲାଇଫର କିଛି ମଜାଦାର କଥା କହିବାକୁ ଯାଉଛୁ ।
ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ, ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କୁ ବିବାହ କରିଥିଲେ ।
୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ର ରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅର୍ଚ୍ଚିତା, ୨୦୨୧ ସୁଦ୍ଧା ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।ଓଲିଉଡ ଜଗତର ଜଣେ ଚର୍ଚ୍ଚିତ ନାୟିକା ହେଉଛନ୍ତି ଅର୍ଚ୍ଚିତା ସାହୁ। ଅଭିନୟ ସାଙ୍ଗକୁ ମଡେଲିଂରେ ରୁଚି ରଖୁଥିବା ଅର୍ଚ୍ଚିତା ହେଉଛନ୍ତି ଏକାଧିକ ପ୍ରତିଭାର ଅଧିକାରୀ। ୨୦୧୩ ପଣ୍ଡସ୍ ଫେମିନା ମିସ୍ ଇଣ୍ଡିଆ ପ୍ରଥମ ରନର୍ସ ଅପ୍ ହେବା ସହ ଫାଇନାଲ ପର୍ଯ୍ୟାୟରେ ମିସ୍ ଟ୍ୟାଲେଣ୍ଡେଡ୍ ଓ ମିସ୍ ଷ୍ଟାଇଲିସ୍ ହେୟାର ଟାଇଟଲ୍ ଜିତିଥିଲେ ସେ।
ତେବେ ଆମେ ଏଠାରେ ଯେଉଁ ହିରୋଇନ ଙ୍କ ବିଷୟ ରେ କହୁଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ଅର୍ଚ୍ଚିତା ସାହୁ । ସେ ନିଜର ଅଭିନୟ କ୍ଯାରିର ରେ ଆଜିକା ସମୟ ରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ବହୁତ ଆଗରେ ଅଛନ୍ତି । ଅର୍ଚ୍ଚିତା ଜଣେ ଲୋକପ୍ରିୟ ଓ ସୁନାମ ଅର୍ଜନ କରିଥିବା ଅଭିନେତ୍ରୀ ଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ଅନେକ ସାରା ଓଡିଆ ଫିଲ୍ମ ଓଲିଉଡ କୁ ଭେଟି ଦେଇଛନ୍ତି ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ।
ତେବେ ଆପଣ ମାନେ ଜାଣିଥିବେ ସେ ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି । ଆଉ ନିଜର ବୈବାହିକ ଜୀବନ ରେ ବେଶ ହସ ଖୁସି ରେ ଅଛନ୍ତି ଏହି ଦୁଇ ଯୋଡି । ଦୁଇ ଯୋଡି କେବଳ ବ୍ୟକ୍ତିଗତ ଜୀବନ ରେ ନୁହେଁ ବରଂ ଅଭିନୟ ଦୁନିଆ ରେ ମଧ୍ୟ ନମ୍ବର ୱାନ ଭାବେ ସ୍ଥାନ ପାଇଛନ୍ତି । ମ୍ୟାରେଜ ପରେ ଅର୍ଚ୍ଚିତା ନିଜର ଟିକି ନିଖି ଖବର ସୋସିଆଲ ମିଡିଆ ରେ ଅପ୍ଲୋଡ କରିଥାନ୍ତି ଯାହାକୁ ଦେଖି ତାଙ୍କର ଫ୍ୟାନ୍ସ ମାନେ ବେଶ ଖୁସି ରହିଥାନ୍ତି । ଆଉ ସେ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି ।