Exclusive : ମୁହଁ ଖୋଲିଲେ ପିଣ୍ଟୁ ,ଜାଗର ଭଳି ଦିନରେ, ମରିଯିବା କଥା କହିଲେ ପିଣ୍ଟୁ ନନ୍ଦ…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଶିବ ରାତ୍ରି ରେ ପିଣ୍ଟୁ ନନ୍ଦ ମୃତ୍ୟୁ ର ଭିକ୍ଷା ମାଗୁଛନ୍ତି, ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ କିନ୍ତୁ କଥାଟି ସତ ଅଟେ | ସେ କହୁଛନ୍ତି କି ମୋ ନାଁ ରେ ଯେଉଁଭଳି ଭାବରେ ଭିକ ମଗା ଯାଉଛି, ମୋ ନାଁ ରେ କିଛି ଲୋକ ଯେମିତି ରାଜନୀତି କରୁଛନ୍ତି ଆଉ ଅପପ୍ରଚାର କରାଯାଉଛି |

ଯେଉଁଠାରେ ଥାଳ ଧରି ଲୋକ ମୋ ନାଁ ରେ ଭିକ ମାଗୁଛନ୍ତି ଏହି ଦୃଶ୍ୟ ଦେଖିବା ମୋ ପାଇଁ ସମ୍ଭବପର ନୁହେଁ ଏମିତି ଜୀଵନ ଜିଁଇବା ଅପେକ୍ଷା ମରିଯିବା ଟା ଭଲ | ମହା ଶିବରାତ୍ରି ରେ କାହିଁକି ଆଜି ପିଣ୍ଟୁ ନନ୍ଦ ଙ୍କର ଏଭଳି କିଛି କଥା କହିବା ପାଇଁ ଜିଭ ଲେଉଟୁଛି ଆଉ ଏହାର କାରଣ ମଧ୍ୟ ସ୍ପଷ୍ଟ |

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ପିଣ୍ଟୁ ନନ୍ଦ ଙ୍କ କାନ୍ଧରେ ବନ୍ଧୁକ ରଖି କିଛି ବ୍ୟକ୍ତି ଗୁଳି ଚଲାଇ ଚାଲିଛନ୍ତି ଆଉ କିଛି ଗଣ ମାଧ୍ୟମ ରେ ଏହାକୁ ଅପପ୍ରଚାର କରା ଯାଉଛି ଏସବୁକୁ ଦେଖି ପିଣ୍ଟୁ ନନ୍ଦ ହାତ ଯୋଡ଼ି ଦେଇଛନ୍ତି ଆଉ କହୁଛନ୍ତି କି ଏଭଳି ଜୀଵନ ଜିଁଇବା ଅପେକ୍ଷା ମରି ଯିବା ଟା ସବୁଠୁ ଭଲ |

ଯେଉଁ ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚାଇବା ପାଇଁ ସମସ୍ତେ ଆଜି ଏକାଠି ହୋଇଛନ୍ତି କାହିଁକି ଆଜି ଏସବୁ କଥା ପିଣ୍ଟୁ ନନ୍ଦ ଙ୍କୁ ବାଧୁଛି | ପିଣ୍ଟୁ ନନ୍ଦ ଚାହିଁଛନ୍ତି କି ତାଙ୍କ ଜୀଵନ କୁ ସେ ଏକ ସ୍ୱାଭିମାନ ରୂପରେ ବଞ୍ଚିବେ, ନିଜ ଜୀଵନ ରେ ସେ ଅନେକ ଷ୍ଟ୍ରଗଲ କରିଛନ୍ତି ଅନେକ ପରିଶ୍ରମ କରିଛନ୍ତି ଯାହା ଫଳରେ କି ସେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ନିଜର ନାଁ ମଧ୍ୟ ତିଆରି କରି ପାରିଛନ୍ତି |


କିନ୍ତୁ ଆଜି ଯେତେ ବେଳେ ତାଙ୍କ ଦେହ ଖରାପ ହୋଇ ଯାଇଛି ଆଉ ପାଖରେ ଅର୍ଥ ବାଧକ ସାଜିଛି, ସେ କେବଳ ଚାହୁଁଛନ୍ତି କି ଆପଣ ମାନଙ୍କ ଦ୍ୱାରା କରା ଯାଇଥିବା ସ୍ୱ ଇଚ୍ଛା ରେ କିଛି ସାହାଯ୍ୟ ଯାହାକି କିନ୍ତୁ ସେହି ଭିକ ଶବ୍ଦ ଟିକୁ ତାଙ୍କୁ ବାରମ୍ବାର ବାଧୁଛି ବା ଆଘାତ ଦେଉଛି |

ତେଣୁ ବାରମ୍ବାର ତାଙ୍କ ନାଁ ଙ୍କୁ ନେଇ ଲୋକ ମାନଙ୍କୁ ଭିକ ମାଗିବାକୁ ତାଙ୍କ ଅଡ଼ିଓ କଲ ରେ ସେ ମନା କରିଛନ୍ତି | ଆଉ ସମସ୍ତ ଙ୍କ ଠାରୁ ଗୋଟିଏ କଥା ଚାହିଁଛନ୍ତି କି ପାରୁଛନ୍ତି ଯଦି ଆଶୀର୍ବାଦ ଦିଅନ୍ତୁ ଭିକ ନୁହେଁ | ସେ କହିଛନ୍ତି କି ବଞ୍ଚିବା ଅପେକ୍ଷା ମରିଯିବା ଭଲ କିଏ ଭିକ୍ଷା ମାଗିଲାଣି କିଏ କଣ ମାଗିଲାଣି ତେଣୁ ମୋର ସେମିତି ଜୀଵନ ଦରକାର ନାହିଁ | ଯାହାକି ତାଙ୍କର ଏହି ଅଡ଼ିଓ କଲ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.