New Twist – 11 ଛୁଆର ମା ହେଲେଣି, ସ୍ୱାମୀ ଆହୁରି ଚାହୁଁଛନ୍ତି |ଏମିତି କହିଲେ ସ୍ତ୍ରୀ…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଗୋଟିଏ ପରେ ଗୋଟିଏ ହୋଇ କୋଳକୁ ସମୁଦାୟ ୧୧ଟି ଛୁଆ ଆସି ସାରିଲେଣି। ଇତି ମଧ୍ୟରେ କିଛି ଛୁଆ କାମଦାମ କରିବା ଆରମ୍ଭ କରିଥିବା ବେଳେ ସାନଟିକୁ କୋଲରେ ଧରୁଛି ମା’ । ସବୁବର୍ଷ ପ୍ରସବ ଯନ୍ତ୍ରଣା ଭୋଗି ରୋଗିଣା ହୋଇ ସାରିଥିବା ମହିଳାଜଣକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବା ପରେ ସ୍ୱାମୀ କିନ୍ତୁ ତାଙ୍କ ଉପରେ ଖୁବ୍‌ ଖପ୍ପା।

ରାଗତମତମ ସ୍ୱାମୀ ସ୍ତ୍ରୀକୁ ଆଉ ଘରେ ପଶାଉ ନଥିବା ବେଳେ ବନ୍ଧ୍ୟାକରଣ ଯୋଗୁ ପୂର୍ବପୁରୁଷ ଆଉ ପାଣି ପାଇବେ ନାହିଁ ବୋଲି ଅକାଟ୍ୟ ଯୁକ୍ତି ବାଢ଼ୁଛନ୍ତି। ଛୁଆପିଲାଙ୍କ ସହ ମହିଳାଜଣକ ୩ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିରହିଥିବା ବେଳେ ଘରେ ପଶିଲେ ଧନୁତୀର ମାରିବାକୁ ଧମକ ଦେଉଛି ସ୍ୱାମୀ। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ତେଲକୋଇରେ ଘଟିଛି।

 ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ଡ଼ିମିରିଆ ଗ୍ରାମର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀଙ୍କର ଇତି ମଧ୍ୟରେ ୧୧ଟି ସନ୍ତାନ ହୋଇ ସାରିଲେଣି। ସେଥିମଧ୍ୟରୁ ଗୋଟିଏ ଛୁଆ ଜନ୍ମ ହେଉ ହେଉ ଆଖି ବୁଜିଥିବା ବେଳେ ଏବେ ତାଙ୍କ ପାଖରେ ୧୦ଟି ଛୁଆ ଅଛନ୍ତି। ଏତେ ଛୁଆଙ୍କ ମୁହଁରେ ଦାନା ଦେବା କାଠିକର ପାଠ ହେଉଥିବା ବେଳେ ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଛନ୍ତି ଜାନକୀ। ରକ୍ତହୀନତାର ଶିକାର ହୋଇଥିବା ଜାନକୀ ସ୍ୱାମୀଙ୍କ ଅଗୋଚରରେ ଗତ ୧୪ତାରିଖରେ ତେଲକୋଇରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇ ଦେଇଥିଲେ।

ତେବେ ସେ ଘରକୁ ଫେରିବା ପରେ ସ୍ୱାମୀ ଏହା ଜାଣିପାରି ତାଙ୍କୁ ଘରୁ ତଡ଼ି ଦେଇଛନ୍ତି। ଅସ୍ତ୍ରୋପଚାର କରି ତୁ ଛୁଆଁ ହୋଇଗଲୁ, ତୋ ହାତରୁ ମୋ’ପୂର୍ବ ପୁରୁଷ ପାଣି ପାଇବେନି। ତେଣୁ ତୁଘରେ ରହିବା ଆବଶ୍ୟକତା ନାହିଁ ବୋଲି କହି ଜାନକୀଙ୍କୁ ଘରୁ ତଡ଼ି ଦେଇଛନ୍ତି ରବିଦେହୁରୀ।


୩ଦିନ ହେଲା ଜାନକୀ ଛୁଆଙ୍କୁ ଧରି ଘର ଆଗରେ ଥିବା ଏକ ଆମ୍ବଗଛ ମୂଳରେ ଆଶ୍ରୟ ନେଇଛି। ସାହି ଭାଇ ବୁଝାଇଲେ ବିସ୍ଵାମୀ ରବି ବୁଝିବାକୁ ନାରାଜ । ମୁଁ ତା’ର ମୁରବୀ ହୋଇଥିବା ବେଳେ ମୋତେ ନ ପଚାରି କିପରି ଏପରି କାମ କରିବାକୁ ସାହସ କଲେ। ଏହା ମୋ’ ଆତ୍ମା ବାଧାଦେଉଛି। ତେଣୁ ତାକୁ କାହିଁକି ଆଉ ଘରେ ପଶାଇବି ବୋଲି କହିଛନ୍ତି ରବି।

ଅନ୍ୟପଟେ ବାରମ୍ବାର ପ୍ରସବ ଯୋଗୁଁ ଜାନକୀ ଦୁର୍ବଳ ହୋଇପଡୁଥିଲେ । ବହୁ ବୁଝାଶୁଝା ପରେ ସେ ଅସ୍ତ୍ରୋପଚାର କରିଛନ୍ତି। ହେଲେ ଏବେ ତାଙ୍କ ସ୍ଵାମୀ ବୁଝୁ ନାହାନ୍ତି, ବୁଝାଇବାକୁ ଗଲେ ଧନୁତୀରରେ ମାରି ଗୋଡାଉଛନ୍ତି । ତଥାପି ଜାନକୀ ଓ ତାଙ୍କ ଛୁଆମାନଙ୍କ ଖାଇବା କଥା କିଛି ବୁଝୁଛୁ ବୋଲି ଆଶାକର୍ମୀ କହିଛନ୍ତି ।

ଏପରି ଏକସମ୍ବେଦନଶୀଳ ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ପରିବାରକୁ ବୁଝାଇବାରେ ଓ ସେମାନଙ୍କ ଖାଇବା ରହିବାର ବ୍ୟବସ୍ଥା କରାଯାଉଛି ବୋଲି ତେଲକୋଇ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ତେଲକୋଇ ବିଡିଓଙ୍କୁ ଅବଗତ କରଯାଇଥିବା ବେଳେ ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ କରିବାକୁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.