Health Tips – ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଉଛି କି ? ଜାଣନ୍ତୁ ଏହାର ଚିକିତ୍ସା -Dr. Deepthi Rahul…..

ଯେମିତିକି ଆପଣ ମାନେ ଜାଣିଛନ୍ତି ପରିସ୍ରା ତିଆରି ହେବା ପରେ ୟୁରିନାରୀ ବ୍ଲାଡାର ବା ପରିସ୍ରା ଥଳିରେ ଜମା ହୁଏ । ସେଠାରୁ ଗୋଟେ ପାଇପ ଯୋଗେ ମୂତ୍ର ବାହାରକୁ ଆସେ ଯାହାକୁ ମୂତ୍ରମାର୍ଗ ବା ୟୁରେଟର ବୋଲି କୁହାଯାଏ ।ତେବେ ଏହା କାହିଁକି ସଂକ୍ରମଣ ହେଇଥାଏ ଏହା କାରଣ କଣ ସେ ବିଷୟରେ ବିଶେଷଜ୍ଞ ମାନେ କଣ କହିଛନ୍ତି ସେ ବିଷୟରେ ଅଧିକ ଆଲୋଚନା କରିବା ।

ୟୁରିନ ଇନଫେକ୍ସନ କଣ ?

ଏହା ହେଉଛି ମଣିଷ ଶରୀର ସବୁଠାରୁ ଅଧିକ ଦେଖା ଯାଉଥିବା ସମସ୍ୟା ଭିତରେ ୟୁରିନ ଇନଫେକ୍ସନ ବା ଯାହାକୁ ଆମେ ଓଡ଼ିଆ ରେ କହିଥାଉ ମୂତ୍ରମାର୍ଗ ସଂକ୍ରମଣ ଅନ୍ୟତମ । ଏହା ଏକ ଜୀବାଣୁ ଜନିତ ସଂକ୍ରମଣ ଏହା ପୁରୁଷ ଙ୍କ ଅପେକ୍ଷା ମହିଳା ଙ୍କ ଠାରେ ଅଧିକ ଦେଖାଯାଏ ।

ମଣିଷ ଶରୀରରେ ଦୁଇଟି କିଡ଼ନୀ ରହିଛି କୀଡୀନି ରୁ ପରିସ୍ରା ତିଆରି ହେଇ ଦୁଇଟି ପାଇପ ଯୋଗେ ୟୁରିନାରୀ ବ୍ଲାଡାର ରେ ଯାଇ ଜମା ହେଇ ରହିଥାଏ । ଫଳରେ ବ୍ୟକ୍ତି ଙ୍କୁ ପରିସ୍ରା ଲାଗି ରହିଥାଏ । ତେବେ କିଡ଼ନୀ ର ୟୁରିଟର ଓ ୟୁରିନାରୀ ବ୍ଲାଡାର ଏବଂ ୟୁରେଥ୍ରରେ ସଂକ୍ରମଣ ହେଲେ ତାହାକୁ ୟୁରିନାରୀ ଟ୍ରାକ ଇନଫେକ୍ସନ ବୋଲି କହିଥାଉ ।

ଏହା ବ୍ୟତୀତ ବହୁତ ଥର ଦେଖା ଯାଏ ଯେ ପରିସ୍ରା ଥଳି ବା ପରିସ୍ରା ପାଇପ ରେ ସଂକ୍ରମଣ ହେଇଥାଏ ।ଏହା ସାଧାରଣତଃ ମହିଳାଙ୍କ ଠାରେ 50% ରୁ 60 % ଦେଖା ଯାଏ । ପ୍ରାପ୍ତ ବୟସ୍କ ଛଡା ଛୋଟ ପିଲାଙ୍କ ଠାରେ ଓ ବୟସ୍କ ଙ୍କ ଠାରେ ମଧ୍ୟ ଏହା ଅଧିକ ଦେଖା ଯାଏ । ଏହା ବ୍ୟତୀତ ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ,ମଧୁମେୟ, ଉଚ୍ଚରକ୍ତ ଚାପ,କ୍ୟାନ୍ସର ରୋଗୀ ଙ୍କ ଠାରେ ଏହା ଅଧିକ ଦେଖା ଯିବାର ସମ୍ଭାବନା ରହିଥାଏ ।

ୟୁରିନ ଇନଫେକ୍ସନ କାହିଁକି ହୁଏ ?

ଯେମିତିକି ଆପଣମାନେ ଜାଣିଛନ୍ତି ମଣିଷ ଶରୀରରେ ଚାରିଆଡେ ଜୀବାଣୁ ଅଛି |।ତେବେ ଏହା ନଖ କଣ ରୁ ଆରମ୍ଭ କରି ମୁଣ୍ଡ ର କେଶ ପର୍ଯ୍ୟନ୍ତ ସବୁଠି ଜୀବାଣୁ ଅଛନ୍ତି । ସେହିପରି ପରିସ୍ରା ରାସ୍ତାରେ ମଧ୍ୟ ଜୀବାଣୁ ଅଛନ୍ତି କିନ୍ତୁ ଏହା ସମସ୍ତଙ୍କୁ ସଂକ୍ରମଣ କରେ ନାହିଁ । ରୋଗ ପ୍ରତିରୋଧକ ଶକ୍ତି କମ ଥିବା ବ୍ୟକ୍ତି ବିଶେଷଙ୍କ ଠାରେ ଏହା ଦେଖାଯାଏ ।


ୟୁରିନ ଇନଫେକ୍ସନ ର ଲକ୍ଷଣ କଣ :-

1-ପରିସ୍ରା ରେ ଜ୍ୱାଳା ପୋଡା ହେବା ।

2-ବାରମ୍ବାର ପରିସ୍ରା ଲାଗିବା ।

3-ପରିସ୍ରା କରିବା ପାଇଁ ଯିବା ବେଳେ କପଡ଼ା ରେ ପରିସ୍ରା ହେଇଯିବା ।

4-ଜ୍ଵର ହେବା ।


5-କେତେକଙ୍କ ପରିସ୍ରାରେ ରକ୍ତ ପଡିବ ।

ୟୁରିନ ଇନଫେକ୍ସନ ର ଚିକିତ୍ସା –

ଏହା ଚିକିତ୍ସା କରିବା ପାଇଁ ପ୍ରଥମେ ରୋଗୀର ପରିସ୍ରା ପରୀକ୍ଷା କରି ରୋଗୀକୁ ଚି଼ହ୍ନଟ କରାଯାଏ । ଏହାର ମୁଖ୍ୟ ଚିକିତ୍ସା ହେଉଛି ଆଣ୍ଟିବାୟଟିକ ।ଏହାକୁ ଟ୍ୟାଵଲେଟ ବା ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ । ରୋଗୀଙ୍କ ସମସ୍ୟା ପ୍ରାଥମିକ ଅବସ୍ଥାରେ ଥିଲେ ଆଣ୍ଟିବାୟଟିକ ଟ୍ୟାଵଲେଟ ଖାଇବାକୁ ପରାମର୍ଶ ଦିଆଯାଏ ।ମହିଳା ମାନଙ୍କ ଠାରେ 3 ରୁ 5 ଦିନ ଔଷଧ ଖାଇବାକୁ ଦିଆଯାଏ ।ପୁରୁଷ ମାନଙ୍କ କ୍ଷେତ୍ରରେ ଏହା 10 ରୁ 14 ଦିନ ପର୍ଯ୍ୟନ୍ତ ଆଣ୍ଟିବାୟଟିକ ଖାଇବାକୁ ଦିଆଯାଏ ।

ଏହା ବ୍ୟତୀତ ଏହି ରୋଗର ପଡିତ ଥିବା ବ୍ୟକ୍ତିଙ୍କ ପାଇଁ ପାଣି ଅଧିକ ଗୁରୁତ୍ୱ ପୂର୍ଣ୍ଣ ।ସେଥିପାଇଁ ଏହି ରୋଗରେ ପଡିତ ଥିବା ରୋଗୀଙ୍କୁ 10 ରୁ 12 ଲିଟର ପାଣି ପିଇବା ଆବଶ୍ୟକ ଓ ସୁସ୍ଥ ବ୍ୟକ୍ତି ପ୍ରତି ଦିନ 2 ରୁ 2.5 ଲିଟର ପାଣି ପିୟନ୍ତୁ । ଏହା ବ୍ୟତୀତ ନିୟମିତ ବ୍ୟବଧାନ ରେ ନିଜର ପୋଷାକ ପରିବର୍ତନ କରନ୍ତୁ । ସୁଷମ ଖାଦ୍ୟ ଖାନ୍ତୁ ଓ ପ୍ରତିଦିନ ବ୍ୟୟାମ କରନ୍ତୁ ।

Leave A Reply

Your email address will not be published.