Exclusive : ୧୭ ବର୍ଷୀୟ ଝିଅ ଲିଭର ଦେଇ ବଞ୍ଚାଇଲେ ବାପାଙ୍କ ଜୀବନ ! ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଓଡ଼ିଆ କଳାକାର ପିଣ୍ଟୁ ନନ୍ଦ ଲିଭର ଜନିତ ରୋଗ ରେ ପୀଡିତ ହୋଇ ବର୍ତ୍ତମାନ ଡାକ୍ତରଖାନା ରେ ଅଛନ୍ତି। ଆଉ ପିଣ୍ଟୁ ନନ୍ଦ ଙ୍କର ଲିଭର ପ୍ରତ୍ୟାରୋପଣ ହେବ। ଆଉ ଏଥିପାଇଁ ଲିଭର ଖୋଜା ଚାଲିଛି। ଯଦି କେହି ସହୃଦୟ ବ୍ୟକ୍ତି ଲିଭର ଦାନ କରନ୍ତି ତେବେ ସେହି ଲିଭର ପିଣ୍ଟୁ ନନ୍ଦ ଙ୍କ ଦେହରେ ପ୍ରତ୍ୟାରୋପଣ କରାଯିବ।

ଆଉ ତାପରେ ଜୀବନ ଜିଇଁବେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ଏଭଳି ଏଅ ଖବର ଆସିବା ପରେ ଲିଭର କୁ ନେଇ ସମସ୍ତଙ୍କ ମନରେ ଭୟ। କଣ ଖାଇଲେ ଲିଭର ସୁସ୍ଥ ରହିବ। ସତରେ କଣ ଲିଭର ଖରାପ ହୋଇଗଲେ ଆଉ ଜୀବନ ଜିଇଁ ପାରିବା ନାହିଁ। ଯଦି ଲିଭର ଖରାପ ହୋଇଯାଏ ତେବେ ସତରେ କଣ ଅଉ ଥରେ ଆଉ ଜଣଙ୍କ ଶରୀରରୁ ଲିଭର ଆଣି ଲଗାଯାଇ ପାରେ।

 ଆଜ୍ଞା ହଁ, ଏମିତି ଏକ ଖବର ଆସିଛି ଯାହାକୁ ଆପଣ ଶୁଣିଲେ ତାଜୁବ ହୋଇଯିବେ। ଯାହା ଦେଶରେ ବି ପ୍ରଥମ। ଲିଭର ଦେଇ ତାଙ୍କ ବାପାଙ୍କ ଜୀବନ ବଞ୍ଚାଇଲେ ଜଣେ ୧୭ ବର୍ଷୀୟା ନାବାଳିକା। ଏଠାରେ କହିରଖିବା ପାଇଁ ଚାହିଁବୁ, ଏହା ପୂର୍ବରୁ ଅନେକ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଛି।

ଅନେକଙ୍କ ଶରୀରେ ରେ ଆଉ ଜଣଙ୍କର ଲିଭର ଆସି ତାଙ୍କ ଶରୀରରେ ଲାଗିଛି। ଆଉ ସେ ସୁସ୍ଥ ବି ଅଛନ୍ତି। ଆଉ ଏଥିପାଇଁ ଅନେକ ଟଙ୍କା ମଧ୍ୟ ଦରକାର। ଯେଉଁଥିପାଇଁ ପିଣ୍ଟୁ ନନ୍ଦ ଙ୍କର ଏପର୍ଯ୍ୟନ୍ତ ଚିକିତ୍ସା ହୋଇପାରି ନାହିଁ। କିନ୍ତୁ ଏହାରି ଭିତରେ ଜଣେ ୧୭ ବର୍ଷୀୟା ନାବାଳିକା ଯେତେବେଳେ ଲିଭର ଦେଇ ତାଙ୍କ ବାପାଙ୍କ ଜୀବନକୁ ବଞ୍ଚାଇଛନ୍ତି ,ଠିକ୍ ସେତିକିବେଳେ ଆମ ମନକୁ ଆସୁଛି କି ପିଣ୍ଟୁ ନନ୍ଦ ଙ୍କ ଦେହରେ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିବ, ପିଣ୍ଟୁ ନନ୍ଦ ସୁସ୍ଥ ହୋଇପାରିବେ।

କେରଳର ଜଣେ ୧୭ ବର୍ଷୀୟା ନାବାଳିକା ଲିଭର ତାଙ୍କ ବାପାଙ୍କୁ ବଞ୍ଚାଇଛନ୍ତି। ଆଉ ଲିଭର ଦାନ କରିବା ପାଇଁ ୧୮ ବର୍ଷ ହେବା ଦରକାର। କିନ୍ତୁ ଏହି ନାବାଳିକା ଜଣକ ୧୭ ବର୍ଷ। ସେଥିପାଇଁ ଦେଶର ଆଇନ୍ ଏହି ନାବାଳିକାକୁ ଲିଭର ଦାନ କରିବା ପାଇଁ ଅନୁମତି ଦେଇ ନଥିଲା।

ଦ୍ୱାଦଶ ଶ୍ରେଣୀ ରେ ପାଠ ପଢ଼ୁଥିବା ଏହି ନାବାଳିକା ଜଣକ କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ କୋର୍ଟଙ୍କ ଅନୁମୋଦନ ପାଇବା ପରେ ନାବାଳିକା ତାଙ୍କ ଅସୁସ୍ଥ ବାପାଙ୍କୁ ୯ ଫେବୃଆରୀ ରେ ଲିଭର ଦେଇଥିଲେ। ଆଉ ଏବେ ତାଙ୍କ ବାପା ସୁସ୍ଥ ଅଛନ୍ତି।

ଆଉ ଏଭଳି ଖବର ଆସିବା ପରେ ଆମ ମନରେ ବି ଦୃଢ଼ ଆସୁଛି, ପିଣ୍ଟୁ ନନ୍ଦ ପୁଣିଥରେ ଭଲ ହୋଇ ହସିବେ ଅଭିନୟ କରିବେ। ଆଉ ଏହାସହ ସମସ୍ତେ ଠାକୁରଙ୍କୁ ଡାକୁଛନ୍ତି ଲିଭର ଲଗେଇବା ପାଇଁ ଯାହା ଯେତିକି ଅର୍ଥ ଦରକାର ତାହା ଯୋଗାଡ଼ ହୋଇଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.