ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯେଉଁ ଥିରେ ଅନେକ କିଛି କଥା ଆମକୁ ଶିଖିବା କୁ ମଧ୍ୟ ମିଳି ଥାଏ ।
ଯାହା ଆମକୁ ବିଭିନ୍ନ କାର୍ଯ୍ୟ ରେ ସାହାଯ୍ୟ କରିଥାଏ ।ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ମାଟି ଓ କାଦୁଅ ରେ ରେ ସହଜ ଉପାୟରେ କେଉଁ ଭଳି ଭାବରେ ଆମେ ମାନେ ଚୁଲି ତିଆରି କରିବା ଆଉ ଆମର ରୋଷେଇ କାର୍ଯ୍ୟ କୁ କରି ପାରିବା ସେ ବିଷୟ ରେ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି । ତା ହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାନ୍ତୁ।
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଆମେ ମାନେ ଜାଣିବା ସହଜ ଉପାୟ ରେ କମ ସମୟ ରେ ରୋଷେଇ କରିବା ପାଇଁ ଚୁଲା ପ୍ରସ୍ତୁତ ପ୍ରଣାଳୀ ବିଷୟ ରେ । ଆଉ ସେଥି ପାଇଁ ଆମ ମାନଙ୍କୁ ଆବଶ୍ୟକ ପଡିବ ତାହା ହେଉଛି କିଛି ଇଟା । ତେବେ ଇଟା କୁ ପ୍ରଥମେ ଆୟତକାର କ୍ଷେତ୍ର ଭଳିଆ ବସାଇ ଦେବା କିନ୍ତୁ ତାହା ର ଗୋଟିଏ ପାଖ ଫାଙ୍କା ରଖିବା ଯେପରେ ଆମେ ସେହି ପଟ ଦେଇ ଜାଳେଣି କୁ ପୁରେଇ ପାରିବା । ଆଉ ତାହା ପରେ ଆପଣ ମାନେ ଦୁଇ ଟି ଲେଖାଏ ଇଟା ର ଥାକ ଦେଇ ଦେବେ ।
ତାହା ପରେ ସେହି ଇଟା କୁ ଆପଣ ମାନେ ସଜାଇ ରଖିଦେବେ ଓ ଅନ୍ୟ ପଟେ ମାଟି ଓ କାଦୁଅ କୁ ନେଇକି ଏକ ମଣ୍ଡ ଆକାରରେ ପେଷ୍ଟ ପ୍ରସ୍ତୁତ କରିବା । ତାହା ପରେ ଇଟା କୁ ବସାଇ ସେହି ମଣ୍ଡ କୁ ଇଟା ଉପରେ ଭଲ ଭାବରେ ପ୍ଳାଷ୍ଟର କରିବା ଯେମିତି ଇଟା ଗୁଡିକୁ ଭଲ ଭାବରେ ଜୋଏଣ୍ଟ କରିକି ରଖିବ ସେହି କାଦ ଗୁଡିକ । ତେବେ ଆପଣ ମାନେ ମନେ ରଖିବେ କି ଚୁଲି ର ଉପରେ ଛୋଟ ଛୋଟ ମୁହଁ କରିବେ ଯେମିତି ତାହା ଉପରେ ରୁଷେଇ କରିବା ପାଇଁ ସାମଗ୍ରୀ ଗୁଡିକ ବେଶ ଭଲ ଭାବରେ ବସି ପାରିବ ।
ଆଉ ତାହା ପରେ ସୁନ୍ଦର ଭାବରେ ଏକ ଚୁଲା କୁ ପ୍ରସ୍ତୁତ କରିବେ ଓ ତାହା କୁ ଏମିତି ମାଟି ଆଉ କାଦୁଅ ର ସାହାଯ୍ୟ ରେ କରିବେ ଯାହାକୁ ଆପଣ ମାନେ ରୁଷେଇ ପାଇଁ ବ୍ୟବହାର କରି ପାରିବେ । କିନ୍ତୁ ଚୁଲା ଟି ପ୍ରସ୍ତୁତ ହୋଇ ସାରିବା ପରେ ତାହାକୁ ଶୁଖିବା ପାଇଁ କିଛି ସମୟ ଦେବେ । ଆଉ ଚୁଲା ଟି ସମ୍ପୂର୍ଣ୍ଣ ଭାବରେ ଶୁଖିଗଲା ପରେ ଆପଣ ମାନେ ରୋଷେଇ ଚୁଲା ଭାବରେ ବ୍ୟବହାର କରିପାରିବେ ବୋଲି କୁହାଯାଉଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।