ଆଜିକାଲି ସମସ୍ତେ ନିଜ ନିଜ ତ୍ୱଚା କୁ ନେଇ ବହୁତ ଅର୍ଥ ଖର୍ଚ୍ଚ କରିବାରେ ଲାଗୁଛନ୍ତି ।ବହୁତ ସମୟରେ ବ୍ୟକ୍ତି ନିଜର ରଙ୍ଗକୁ ନେଇ ଖୁବ ଚିନ୍ତାରେ ରହିଥାନ୍ତି, ଯଦି କେହି ବ୍ୟକ୍ତି କଳା ରଙ୍ଗର ହେଇଥାନ୍ତି ତାଙ୍କୁ ଅନେକ କଥା ଶୁଣିବାକୁ ପଡିଥାଏ ।ଅନେକ ସମୟରେ ତ୍ୱଚା କୁ ଗୋରା କରିବା ପାଇଁ ନାନା ପ୍ରକାର କ୍ରିମ ଲଗାଇଥାନ୍ତି କିନ୍ତୁ ଏଥିରେ ସ୍କିନ ଖୁବ ଖରାପ ହେଇଯାଏ ।ତେବେ ଆଜି ଆମେ ଆପଣଂକୁ ଏମିତି ଗୋଟିଏ ଘରୋଇ ରିମେଡି ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଖୁବ ସହଜରେ ଆପଣ ଗୋରା ହେଇ ପାରିବେ ।
ତେବେ ଆପଣ ଜାଣିଥିବେ ଏମିତି କିଛି ଛୋଟ ଛୋଟ ଜିନିଷ ରହିଛି ଯାହାକୁ ବ୍ୟବହାର କରି ଖୁବ ସହଜରେ ନିଜର ଅନେକ ସମସ୍ୟା ଦୂର କରିପାରିବେ ।ଆଉ ଆଜି ଆପଣଂକୁ ଗୋଟିଏ ରିମେଡି ବିଷୟରେ କହିବୁ ଯାହା ଆପଣଙ୍କୁ ଗୋରା କରିପାରିବ ।ଆଉ ଏଥିରେ ଖୁବ କମ ସମୟ ଲାଗିବା ସହିତ ବହୁତ କମ ଖର୍ଚ୍ଚ ବି ହେବ ,ତେବେ ସେହି ରିମେଡି ବିଷୟରେ ଆସନ୍ତୁ ଜାଣିବା ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:- -ପେଜ -ସାବୁନ -ମଇଦା -ଲେମ୍ବୁ-ଏହି ରିମେଡି ତିଆରି କରିବା ପାଇଁ ଆପଣ ଆବଶ୍ୟକ ସାମଗ୍ରୀ ଗୁଡିକ ନେଇ ଯାଆନ୍ତୁ ।ପ୍ରଥମେ ଆପଣ ଭାତ ରୁ ବାହାରୁ ଥିବା ପେଜ ନିଅନ୍ତୁ, ଦୁଇ ରୁ ତିନି ଚାମୁଚ ପେଜ ଗୋଟିଏ ବାଉଲ ରେ ରଖିଦିଅନ୍ତୁ ।
ଏହାପରେ ଆପଣ ଦେହରେ ଲଗାଇବା ପାଇଁ ବ୍ୟବହାର କରୁଥିବା ସାବୁନ ନିଅନ୍ତୁ, ଚାମୁଚ ମାପରେ 3 ଚାମୁଚ ସବୁଲ କୋରି ନେଇ ପେଜରେ ପକାନ୍ତୁ ।ତାପରେ ଦୁଇ ଚାମୁଚ ମଇଦା ସେହି ବାଉଲ ରେ ରଖନ୍ତୁ ବାହାରୁ ଥିବା ପେଜ ନିଅନ୍ତୁ, ଦୁଇ ରୁ ତିନି ଚାମୁଚ ପେଜ ଗୋଟିଏ ବାଉଲ ରେ ରଖିଦିଅନ୍ତୁ ।
ଏହାପରେ ଆପଣ ଦେହରେ ଲଗାଇବା ପାଇଁ ବ୍ୟବହାର କରୁଥିବା ସାବୁନ ନିଅନ୍ତୁ, ଚାମୁଚ ମାପରେ 3 ଚାମୁଚ ସବୁଲ କୋରି ନେଇ ପେଜରେ ପକାନ୍ତୁ ।ତାପରେ ଦୁଇ ଚାମୁଚ ମଇଦା ସେହି ବାଉଲ ରେ ରଖନ୍ତୁ ଏହାପରେ ସେହି ସାମଗ୍ରୀ କୁ ଭଲ ଭାବରେ ଗୋଳେଇ ନିଅନ୍ତୁ ।ଏବେ ସବୁକୁ ଗ୍ୟାସ ରେ ଅଳ୍ପ ସମୟ ଫୁଟାଇ ନିଅନ୍ତୁ, କିଛି ସମୟ ସାମଗ୍ରୀ ଗୁଡିକ ଫୁଟିବା ପରେ ଦେଖିବେ ତାହା ଏକ କ୍ରିମ ପରି ଦେଖାଯିବ ।
-ତେବେ କିଛି ସମୟ ପରେ ଗ୍ୟାସ ବନ୍ଦ କରି ସାମଗ୍ରୀ ଗୁଡିକ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ, ଏହାପରେ ସେଥିରେ ଗୋଟିଏ ଲେମ୍ବୁ କୁ ଚିପୁଡି ନିଅନ୍ତୁ ।ଏବେ ଆପଣ ସେହି କ୍ରିମ କୁ ଭଲ ଭାବରେ ଗୋଳାଇ ନେଇ ଏକ ଡବା ରେ ଭର୍ତ୍ତି କରନ୍ତୁ ।-
ଆପଣ ଏହି କ୍ରିମ କୁ ଆପଣ ଗାଧେଇବା ବେଳେ ଶରୀର ରେ ଯେକୌଣସି ଅଂଶରେ ଲଗାଇ ଦେବେ ।କ୍ରିମ କୁ ଲଗାଇବା ବେଳେ ଭଲ ଭାବରେ ମସାଜ କରି ଲଗାଇବେ ଆଉ 2 ମିନିଟ ପରେ ପାଣିରେ କ୍ରିମ ଲଗାଇଥିବା ଜାଗା କୁ ଧୋଇଦେବେ ।ତାପରେ ଆପଣ ଦେଖି ପାରିବେ କି କ୍ରିମ ଲଗାଇଥିବା ଜାଗା କେତେ ଧଳା ଦେଖା ଯାଉଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।