ଅଳିଆ ଗଦାରୁ ସୁନା ଚେନ୍ ପାଇଲେ ମହିଳା କର୍ମଚାରୀ । ମାଲିକଙ୍କୁ ଖୋଜି ଫେରାଇ ଦେଲେ…ଏହି video ଭାଇରାଲ ହେବାରେ ଲାଗିଛି
ଆଜି ଏଭଳି ଏକ ଖବର ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଏକ ମହିଳା ଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ | ଅଳିଆ ଗଦା ରୁ ସୁନା ଚେନ ପାଇଲେ ଆଉ ମାଲିକ ଙ୍କୁ ଖୋଜି ସେହି ଚେନ ପୁଣି ଫେରାଇ ଦେଲେ | ଗରିବୀ ଜୀଵନ ରେ ଏକ ଅବସ୍ଥା ହୋଇ ପାରେ କିନ୍ତୁ ମନ ତାଙ୍କର ଗରିବୀ ନୁହେଁ ଆଉ ଅଭାବ ତାଙ୍କ ସଂସାର ରେ ଥାଇ ପାରେ କିନ୍ତୁ ହୃଦୟ ରେ ନୁହେଁ | ନହେଲେ କିଏ ବା ଅଳିଆ ଗଦା ରୁ ପାଇ ଥିବା ସୁନା ଚେନ କୁ ଫେରାଇ ଦେଇ ଥାଆନ୍ତା | ଆଉ ମାନବିକତା କୁ ଜାବୁଡ଼ି ଧରି ଥିବା ମହିଳା ସଫେଇ କର୍ମଚାରୀ ଜଣଙ୍କ ହେଉଛନ୍ତି ପୂଜା ସିଂହ | ପେଟ ପୋଷିବା ପାଇଁ ଅଳିଆ ସଫେଇ କର୍ମଚାରୀ ଭାବେ କାମ କରୁଛନ୍ତି ହେଲେ ସୁନା ଚେନ କୁ ଫେରାଇ ହୀରା ଭଳି ସମ୍ମାନ ଏବେ ସେ ପାଉଛନ୍ତି |
ଏଭଳି ଏକ ସଫେଇ କର୍ମଚାରୀ ଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି, ପାଇବାର ଲୋଭ ଓ ଫେରାଇ ଦେବାର ପ୍ରତିଜ୍ଞା ତାଙ୍କ ବଡ଼ ପଣ କୁ ପ୍ରମାଣ କରିଛି | ତେବେ ଆବର୍ଜନା ପୃଥକୀ କରଣ ବେଳେ ଅଳିଆ ଗଦା ରୁ ବହୁ ମୂଲ୍ୟ ସୁନା ଚେନ ପୂଜା ସିଂହ ପାଇ ଥିଲେ | କିନ୍ତୁ ଚେନ ପାଇବା ମାତ୍ରେ ବିଚଳିତ ହୋଇ ଯାଇ ଥିଲେ କିନ୍ତୁ ସେ ଚେନ ସେ ଲୁଚାଇବା ପାଇଁ ବିଚଳିତ ହୋଇ ନଥିଲେ ବରଂ ଚେନ ଯାହାର ତାକୁ ଫେରାଇ ଦେବା ପାଇଁ ବିଚଳିତ ହୋଇ ଥିଲେ |
କାହାର ଏ ଚେନ ଆଉ ଏହି ଚେନ ର ସତରେ କିଏ ମାଲିକ ତାଙ୍କୁ ପୂଜା ସିଂ ଖୋଜି ଥିଲେ, ଶେଷରେ ମାଇକ୍ରୋ ସେଣ୍ଟର ରୁ ସୁନା ଚେନ ପାଇବା ପରେ ଭୁବନେଶ୍ୱର ର ପୂଜା ସିଂ ପ୍ରକୃତ ମାଲିକ ଙ୍କୁ ସେହି ଚେନ ଫେରାଇ ଦେଇଛନ୍ତି | ଆବର୍ଜନା ପୃଥକୀ କରଣ ବେଳେ ଅଳିଆ ଭର୍ତ୍ତି ଜରି ରୁ ପୂଜା ଙ୍କୁ ଏକ ସୁନା ଚେନ ମିଳି ଥିଲା ଆଉ ପୂଜା ଙ୍କର ଏହି ମହାନତା ପାଇଁ ଏବେ ତାଙ୍କୁ ସବୁ ମହଲ ରୁ କେବଳ ପ୍ରଶଂସା ହିଁ ପ୍ରଶଂସା ମିଳୁଛି |
ଭୁବନେଶ୍ୱର ମହାନଗର ନିଗମ ମେୟେର ସୁଲୋଚନା ଦାସ ମଧ୍ୟ ପୂଜା ସିଂ ଙ୍କୁ ସାବାସୀ ଜଣାଇଛନ୍ତି | ଏମିତି କି ଚେନ ପାଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ପୂଜା ସିଂ ଙ୍କ ବଡ଼ ପଣ କୁ କହିବା ବେଳେ କଣ୍ଠରୋଧ ହୋଇ ଯାଇ ଥିଲେ | ଆଜିବି ଗରିବୀ ରହିଛି ଅଭାବ ଅଛି କିନ୍ତୁ ହୃଦୟ କୁ ଏ ଦରିଦ୍ରତା ସ୍ପର୍ଶ କରି ଦିଏ ଆଉ ଏହାର ଜଳନ୍ତ ଉଦାହରଣ ହେଉଛନ୍ତି ଭୁବନେଶ୍ୱର ର ପୂଜା ସିଂ |