Hair Tips – ଚୁଟି ଝଡ଼ିବା , ଅସମୟରେ ପାଚିବା, ଦୁଇ ମୁହାଁ, ରୁପି, କୁଣ୍ଡେଇ ହେବା ସବୁ ବନ୍ଦ ଗ୍ୟାରେଣ୍ଟି

ତେବେ କୁହାଯାଉଛି କି ଆଜି କାଲି ପିଲାମାନଙ୍କ ପାଖରେ କେଶ ଝଡ଼ିବା ଗୋଟିଏ ସାଧାରଣ କଥା ହୋଇ ଗଲାଣି। ଆଉ ଯେଉଁଥି ପାଇଁ ଆଜିକାଲି ସମସ୍ତେ ବେଶ୍ ଚିନ୍ତାରେ ମଧ୍ୟ ରହୁଛନ୍ତି। ତେବେ ଏହା ସବୁ ବୟସର ଲୋକଙ୍କ ପାଖରେ ଦେଖା ଯାଇଥାଏ। ତେବେ କେଶ ଝଡ଼ିବା ସହିତ ଆମର ନୂଆ କେଶ ମଧ୍ୟ ସୃଷ୍ଟି ହୋଇଥାଏ। ଆଉ ଝଡ଼ିବା ର ପରିମାଣ ଯଦି ବଢ଼ି ଯାଇଥାଏ ଆମ ବଡିରେ ତାହେଲେ ଆମେ ତାହାକୁ କେଶ ଝଡ଼ିବା ସମସ୍ୟା ବୋଲି କହିଥାଉ।

ତେବେ ଏହା ବୟସ ବଢ଼ିବା ସମୟରେ ଦେଖାଯାଏ, କିଛି ରୋଗ କାରଣରୁ ମଧ୍ୟ ହୋଇଥାଏ, ଜେନେଟିକ ମଧ୍ୟ ହୋଇପାରେ ବା ଆମେ ହର୍ମୋନାଲ୍ ଇମବାଲାନ୍ସ ବୋଲି ମଧ୍ୟ କହିଥାଉ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କର କେଶ ଝଡ଼ିବା ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ।

ଆବଶ୍ୟକୀୟ ଉପକରଣ –

 

ଭୁଶୁଙ୍ଗା ପତ୍ର, ମେଥି, କଳାଜିରା, ସୋରିଷ ତେଲ, ନଡ଼ିଆ ତେଲ

ପ୍ରସ୍ତୁତି ପ୍ରଣାଳୀ –

 


ଆମର କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସହଜ ଘରୋଇ ଉପଚାର ପ୍ରସ୍ତୁତି ପାଇଁ ଆପଣ ମାନଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଭୁଶୁଙ୍ଗା ପତ୍ର । ତେବେ ଆପଣ ମାନେ ପ୍ରଥମେ ଭୁଶୁଙ୍ଗା ପତ୍ର କୁ ନେଇକି ତାହାକୁ ପାଣି ରେ ଭଲ ଭାବରେ ଧୋଇ ନେବେ । ଆଉ ତାହା କୁ ନେଇକି ଛାଇ ରେ କମ ଖରା ପଡିଥିବା ସ୍ଥାନରେ ଶୁଖାଇ ଦେବେ । ତାହା ପରେ ଆପଣ ମାନେ ଚାହିଁଲେ ପତ୍ର ଶୁଖିଲା ପରେ ଗୁଣ୍ଡ ବନେଇକି ରଖି ପାରିବେ । ତାହା ପରେ ଆପଣ ମାନେ କଳା ଜିରା ଓ ମେଥି ଦାନା କୁ ନେଇଯିବେ ଆଉ ତାହାକୁ ଭଲ ଭାବରେ ଗୁଣ୍ଡ ବନାଇବେ ।


ତାହା ପରେ ଆପଣ ମାନେ ଗ୍ୟାସ ରେ ଏକ ଲୁହା ର କଢେଇ ବସାଇବେ ଓ ସେଥିରେ ସୋରିଷ ତେଲ ଗୋଟିଏ କପ ଓ ନଡ଼ିଆ ତେଲ ଗୋଟିଏ କପ ପକାଇବେ ଓ ସେଥିରେ ଭୁଶୁଙ୍ଗା ପତ୍ର ଓ ଜିରା ମେଥି ର ଗୁଣ୍ଡ କୁ ପକାଇବେ ।ତାହା ପରେ ୧୦ ରୁ ୧୫ ମିନିଟ ତାହାକୁ ଫୁଟାଇବେ । ଏବେ ଆପଣ ମାନେ କଢେଇ ରୁ ସେହି ତେଲ କୁ ଭଲ ଭାବରେ ଛାଣି ଦେବେ । ଆଉ କାଚ ଜାର ରେ ରଖି ତାହାକୁ ସବୁଦିନ ଖରାରେ ବସାଇବେ ।

ବ୍ୟବହାର –

ପ୍ରସ୍ତୁତ ହୋଇଥିବା ଏହି ତେଲ କୁ ଆପଣ ମାନେ ସପ୍ତାହ ରେ ତିନି ଥର ଲଗାଇ ପାରିବେ ଭଲ ଭାବରେ ମାଲିସ କରିକି । ଆଉ ଗୋଟିଏ ଦିନ ମୁଣ୍ଡ ରେ ରହିବା ପରେ ତାହାକୁ ପରେ ସେମ୍ପୁ କରିଦେବେ ବୋଲି କୁହାଯାଉଛି ।

Leave A Reply

Your email address will not be published.