ପିଲା ଛୁଆ ହେଉନି କି ? କଣ କରିବେ | DR. HARSHITA

ଯେତେ ବେଳେ ଏକ ନାରୀ ବିବାହ କରିଥାଏ ସେତେ ବେଳେ ତାର ପ୍ରଥମ ସ୍ୱପ୍ନ ଥାଏ କି ସେ ଏକ ମା ହେବ ଆଉ ମା ହୋଇ ଗଲା ପରେ ତାର ସବୁ ସ୍ୱପ୍ନ ସାକାର ହୋଇ ଯାଇଥାଏ | କିନ୍ତୁ ଏଭଳି କିଛି ମହିଳା ଅଛନ୍ତି ଯେଉଁ ମାନେ ଅନେକ ଚେଷ୍ଟା କଲା ପରେ ମଧ୍ୟ ମା ହେବାର ସୋଭାଗ୍ୟ ପ୍ରାପ୍ତ କରି ପାରି ନାହାଁନ୍ତି | ଆଉ ମା ସୁଖ ଲାଭ ନ ମରିବା ଏକ ଅଭିଶପ୍ତ ଜୀଵନ ଭଳି ଅଟେ |

ତେବେ ଏକ ମହିଳା ପାଖରେ ଅନେକ କାରଣ ରହି ଥାଏ ଯାହାକି ତାହାର ବନ୍ଧ୍ୟା ଦୋଷ ସମସ୍ୟା ଦେଖା ଯାଇଥାଏ | ଯାହାକି ଯଦି ପିରିୟଡ଼ସ ସମୟ ସାଇକେଲ ଠିକ ହୋଇ ନଥାଏ ଓ ଅଧିକ ବୟସ ହୋଇ ଯାଇ ଥାଏ ତେବେ ଜଣେ ଗର୍ଭବତୀ ହୋଇ ପାରେ ନାହିଁ | ତେବେ ଏହାକୁ ନେଇ ଡାକ୍ତର ଙ୍କ ପରାମର୍ଶ କଣ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

ବନ୍ଧ୍ୟା ଦୋଷର କାରଣ:-

– କହି ରଖିବାକୁ ଚାହିଁବୁ କି ଏହି ଦୋଷ ଉଭୟ ମହିଳା ଓ ପୁରୁଷ ଙ୍କ ମଧ୍ୟରେ ଦେଖା ଯାଏ, ଯାହାକି ଜଣେ ମହିଳା ର ଯଦି ପିରିୟଡ଼ସ ଠିକ ସମୟରେ ହେଉ ନଥିବ, ଓଜନ ଅଧିକା ରୁହେ, ଓଭରି ରେ କୌଣସି ପ୍ରକାର ର ଇମଫେକ୍ସନ ହେଲେ ଏବଂ ମହିଳା ଙ୍କର ଅଧିକ ବୟସ ହୋଇ ଗଲେ ବନ୍ଧ୍ୟା ଦୋଷ ଦେଖା ଯାଇଥାଏ |

– ତେବେ ପୁରୁଷ ଙ୍କ କ୍ଷେତ୍ରରେ ଯେତେବେଳେ ସ୍ପର୍ମ କାଉଣ୍ଟ କମିଯାଏ ସେତେବେଳେ ବନ୍ଧ୍ୟା ଦୋଷ ଦେଖାଯାଏ | ଏହା ବ୍ୟତୀତ ଡ୍ରଇଂସ, ସ୍ମକିଂ କରୁଥିଲେ, ହାର୍ନିଆ ପରି କିଛି ସର୍ଜିକଲ ଅପରେସନ ହେଇଥିଲେ ବି ପିଲା ନହେବାର ସମ୍ଭାବନା ରହିଥାଏ |

ପିଲା ନହେବାର ଚିକିତ୍ସା:-

 


ଯେତେବେଳେ ଏମିତି ବନ୍ଧ୍ୟା ସମସ୍ୟା ପୁରୁଷ ଓ ମହିଳା ଙ୍କ ପାଖରେ ଦେଖାଯାଏ, ସେତେବେଳେ ସେମାନେ ଡାକ୍ତର ଙ୍କ ପାଖକୁ ଗଲେ ବିଭିନ୍ନ ପ୍ରକାର ଟେଷ୍ଟ କରିବାକୁ ପଡିଥାଏ | ଯେଉଁ ଟେଷ୍ଟ ରେ ଅଣ୍ଡା ର କ୍ବାଲିଟି ଚେକ କରିବା ସହିତ ସ୍ପର୍ମ କ୍ୱାଣ୍ଟିଟି ବି ଚେକ କରାଯାଇଥାଏ | ଏସବୁ ବ୍ୟତୀତ IUE ଓ IVF ପ୍ରସେସ ରେ ବି ପିଲା କନସିଭ କରାଯାଇ ପାରିବ |

ପିଲା ପ୍ଲାନିଂ କରିବାର ସଠିକ ସମୟ:-
ତେବେ ମହିଳା ଙ୍କ କ୍ଷେତ୍ରରେ ବୟସ ଯେତେ ବଡି ବଡି ଯିବ ସେମାନଙ୍କ ର ଅଣ୍ଡା ର କ୍ୱାଲିଟି ଓ କ୍ୱାଣ୍ଟିଟି ପରିମାଣ କମିବା ଆରମ୍ଭ ହୁଏ | ତେଣୁ ସାଧାରଣ ଭାବରେ ଏକ ମହିଳା 25 ରୁ 45 ବୟସ ଭିତରେ ପିଲା କନସିଭ କରି ନେବା ଉଚିତ | କିନ୍ତୁ ଏହା ମଧ୍ୟ ମନେ ରଖନ୍ତୁ କି 40 ବର୍ଷ ପାରେ ପିଲା ହେବା ଏହା ବହୁତ କମ କେସ ରେ ହୋଇ ଥାଏ | ବୟସ ଅଧିକ ହେଲେ ପିରିୟଡ଼ସ ଠିକ ଭାବରେ ହୋଇ ନଥାଏ ଆଉ ପିରିୟଡ଼ ଠିକ ନହେଲେ ସେମାନେ ଗର୍ଭବତୀ ହୋଇ ପାରନ୍ତି ନାହିଁ |

ବନ୍ଧ୍ୟା ଦୋଷର ନିରାକରଣ:-

 


ସର୍ବ ପ୍ରଥମ ହେଉଛି ବନ୍ଧ୍ୟା ଦୋଷ କୁ କାଟିବା ପାଇଁ ଆପଣ ଙ୍କୁ ଠିକ ସମୟରେ ପିଲା ର ପ୍ଲାନିଂ କରିବା ପାଇଁ ପଡ଼ିବ ଏବଂ ରାତିରେ ଜଲଦି ଶୋଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ମୋବାଇଲ କୁ କମ ବ୍ୟବହାର କରନ୍ତୁ କାରଣ ଏହା ଦ୍ୱାରା ଶରୀର ରେ ହର୍ମୋନ ରିଆକ୍ସନ ଘଟିଥାଏ | ଆଉ ଅଧିକ ଜଙ୍କ ଫୁଡ, ଚକଲେଟ ଅଡି ଖାଇବା ବନ୍ଦ କରନ୍ତୁ ଏବଂ ପ୍ରତିଦିନ କିଛି କିଛି ଏକ୍ସସାଇଜ କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.