ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ର ଖବର ଭାଇରାଲ ହେବାରେ ଲାଗୁଛି ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇ ଥାଏ | ତେବେ ବର୍ତ୍ତମାନ ସମୟରେ ଗୋଟିଏ ଖବର ଖୁବ ଚର୍ଚ୍ଚା ର ବିଷୟ ପାଲଟି ଥିଲା ଯାହାକି ଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି | ଏହାପରେ ପରେ ଗୋପାଳ ଦାସଙ୍କୁ ଜେଲ ହୋଇ ଥିଲା ଆଉ ଅନେକ ଦିନ ଧରି ତଦନ୍ତ ପରେ ହିଁ ଜଣା ପଡିଥିଲା କି ନିଜ ବ୍ୟକ୍ତିଗତ ମାମଲା ପାଇଁ ସେ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିଛନ୍ତି |
ତେବେ ଏହା ବି କିନ୍ତୁ ସତ ଯେ ଗୋପାଳ ର ବ୍ରେନ ପାଖରେ କମ୍ପୁଟର ମଧ୍ୟରେ ହାର ମାନି ଯାଇଛି କାରଣ ଯେତେ ଚେଷ୍ଟା କଲେ ମଧ୍ୟ ହତ୍ୟା ପଛରେ ପ୍ରକୃତ ରହସ୍ୟ କଣ ରହିଛି ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ପାରିନାହିଁ | ମନ୍ତ୍ର ନବ ଦାସଙ୍କୁ ହତ୍ୟା କରିବାର ଆଜି 22 ଦିନ ବିତି ଗଲାଣି କିନ୍ତୁ ଯେତେ ଯାହା ଟେଷ୍ଟ କଲେ ବି ଗୋପାଳ ର ସତ ସାମ୍ନା କି ଆସୁନାହିଁ ଏବଂ ସେହି ମ୍ୟାସିନ ମଧ୍ୟ ଗୋପାଳ ପାଖରେ ହାର ମାନି ଯାଉଛି | ଯାହାକୁ ନେଇ ଏବେ ତଦନ୍ତକାରୀ ମଧ୍ୟ ଚିନ୍ତା ରେ ପଡ଼ି ଗଲେଣି ଯାହାକି ସେଥିପାଇଁ ପୁଣି ଥରେ କ୍ରାଇମବ୍ରାଞ୍ଚ ଗୋପାଳ ର ମାନସିକ ଯାଞ୍ଚ କରୁଛି |
ମନ୍ତ୍ରୀଙ୍କୁ ମାରିବାକୁ ନେଇ ଗୋପାଳ କୁ ଜେଲ ନିଆ ଯାଇଥିଲା ଆଉ ଏହି ହତ୍ୟା ପଛର ସତ କଣ ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଇନଭେଷ୍ଟିକେସ କରିଥିଲା | ଆଉ ଏଥିପାଇଁ ସେ ଅନେକ ଚେଷ୍ଟା ମଧ୍ୟ କରିଛନ୍ତି ଯେମିତି କି, ନାରର୍କ ଟେଷ୍ଟ ଓ ସାଇକୋ ଆନାଲିସିସ ଟେଷ୍ଟ ବି ସରିଥିଲା, ଏହା ବ୍ୟତିତ ତାଙ୍କୁ ଟ୍ରଉଥ ସେରମ ଦେଇ ବି ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା |
କେବଳ ସେତିକି ନୁହେଁ 4 ଜଣିଆ ମାନସିକ ବିଶେଷଜ୍ଞ ଙ୍କ ଦ୍ଵାରା ଗୋପାଳ ର ମାନସିକ ଟେଷ୍ଟ ବି ନା ଯାଇଥିଲା ଯାହା ପରେ ଗୋପାଳ ମାନସିକ ସ୍ତରରେ ଠିକ ଅଛନ୍ତି ବୋଲି ସୂଚନା ମିଳିଥିଲା | କିନ୍ତୁ ଏତେ ଟେଷ୍ଟ ହୋଇସାରି ଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ପୁଣି ଥରେ ମାନସିକ ଯାଞ୍ଚ କରିବ ବୋଲି ଝାରସୁଗୁଡା କୋର୍ଟ ରେ ଅନୁମଦନ କରିଛି କିନ୍ତୁ ପରେ ଏହାକୁ କୋର୍ଟ ଖାରଚ କରି ଦେଇ ଥିଲା |
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବାରମ୍ବାର ଏତେ କିଛି ଟେଷ୍ଟ ହୋଇ ସାରିଲା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ପୁଣି ଥରେ କାହିଁକି ଟେଷ୍ଟ କରିବା ପାଇଁ ଚାହୁଁଛି | ଅନ୍ୟ ପଟେ ପୁଣି କୁହା ଯାଉଛି କି ଗୋପାଳ ର ପରିବାର ପ୍ରତି ବିପଦ ରହିଛି କାରଣ ଏତେ ବଡ଼ ଲୋକ ନବ ଦାସ ଙ୍କ ହତ୍ୟା ପରେ ଗୋପାଳ ଙ୍କର କିଛି ବି ହୋଇ ପାରେ ଏହାକୁ କେହି ମଧ୍ୟ କହି ପାରିବେ ନାହିଁ | ଏହା ସହିତ ଗୋପାଳ ର ମଧ୍ୟ ଜେଲ ଭିତରେ ଜୀଵନ ପ୍ରତି ବିପଦ ରହିଛି, ହେଲେ ବର୍ତ୍ତମାନ ଗୋପାଳ ଝାରସୁଗୁଡା ଜେଲ ତିନି ନମ୍ବର ସେଲ ରେ ସିସି ଟିଭି ଗାଇଡ଼ ରେ ସୁରକ୍ଷିତ ଅଛି | ତେବେ ପରେ ପରେ ଜଣା ପଡ଼ିବ କି ଘଟଣା କେଁଉ ମୋଡ଼ ନେଉଛି |