ତୁଳସୀ ଗଣନାଟ୍ୟ | Piyush & Mama Heavy Scene | ପିୟୁଷ୍ ଙ୍କ ଆଭିନୟରେ ସବୁ କାନ୍ଦିଲେ… 46 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେନି
ହରେ କୃଷ୍ଣ ମହତାବ ପେଣ୍ଡାଲ ରେ ତୁଳସୀ ଗଣନାଟ୍ୟ ତାର ନାଟକ ଜାରି ରଖିଛି, ଆଉ ତାର ମଞ୍ଚସ୍ଥ ନାଟକ ଥିଲା “ଅଧ ରାତିର ସାଥି” ଯେଉଁଥିରେ ଖଳନାୟକ ଭୂମିକା ରେ ମଞ୍ଚ ଉପରକୁ ପିୟୁଷ ଓହ୍ଲାଇ ଥିଲେ | ପିୟୁଷ ହେଉଛନ୍ତି ଜଣାଶୁଣା ନାଁ ଆଉ ଜଣାଶୁଣା ଖଳନାୟକ, ଯେତେ ବେଳେ ଦୈତାରୀ ପଣ୍ଡା ଙ୍କ ପରେ ଯାହାଙ୍କ ନାଁ ଶୁଣା ଯାଉଛି ସେ ହେଉଛନ୍ତି ପିୟୁଷ |
ଯାତ୍ରା ପ୍ରେମୀ ମାନେ ଭାବ ବିହ୍ଵଳ ହୋଇ କାନ୍ଦିବା ଆରମ୍ଭ ଆଉ କମେଡି ରେ ତାଳି ମାରିବା ହୁଇସିଲ ମାରିବା ଏକଥା କିଛି ନୂଆ ନୁହେଁ | ଏକଥା ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଆଉ ଯାତ୍ରା ପ୍ରେମୀ ମାନେ ମଧ୍ୟ ଜାଣନ୍ତି କି ରାତି ଅନିଦ୍ରା ହୋଇ ମୁହଁରେ ପାଉଡର ମାରି ଅଭିନୟ କରୁଥିବା କଳାକାର ମାନେ କିଛି ମନ କଥା କୁହନ୍ତି ନାହିଁ |
ନାଟକ ରେ ଲେଖା ଥିବା ପ୍ରତିଟି ସ୍ୱଳାପ କୁ ଘୋଷି ମନେ ରଖି ସେମାନେ ଅଭିନୟ କରନ୍ତି | ସମାଜ ରେ ଘଟୁ ଥିବା ପ୍ରତିଟି ଚିତ୍ର କୁ ଦେଖି ବେସ ଚମତ୍କାର ଭାବରେ ଅଭିନୟ କରନ୍ତି ଆଉ ଯାହାଙ୍କ ଅଭିନୟ ଦେଖି ଆମେ ତାଳି ମାରନ୍ତି ଆଉ ଖୁସି ହୁଅନ୍ତି ଆଉ ବେସ ଭାବ ବିହ୍ଵଳ ହୋଇ କାନ୍ଦି ବି ପକାନ୍ତି |
ଆମେ ଏମିତି ଅନେକ ଚିତ୍ର ଦେଖିଛନ୍ତି କି ଯେଉଁଠି ନାଟକ ଦେଖି ଅନେକ ଲୋକ କାନ୍ଦିବାର ବିମୁଗ୍ଧ ହୋଇ ତାଳି ମରିଥାନ୍ତି | ସେଭଳି ଭାବେ ଏହି ଯାତ୍ରା ମଞ୍ଚରେ ପିୟୁଷ ଙ୍କର ଚମତ୍କାର ଅଭିନୟ ଦେଖିବା ପାଇଁ ମିଳି ଥିଲା ଯାହାକି ମାଆ ଓ ପୁଅ ଙ୍କ ଭିତରେ ଏକ ଅଭିନୟ ରହି ଥିଲା | ଏହି ମା ପୁଅ ଙ୍କର ସିନ ଏତେ ଇମୋସନାଲ ରହି ଥିଲା କି ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିଥିଲା | ସିନ ଟି ଏତେ ଜୀବନ୍ତ ଥିଲା କି ଯାହା ନାଟକ ନୁହେଁ ବରଂ କେଉଁଠି ଏକ ସତ୍ୟ ଦୃଶ୍ୟ ଦେଖିବା ପରି ଲାଗୁ ଥିଲା ଆଉ ଦର୍ଶକ ମାନେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇ ଥିଲେ |
ସିନ ଟିରେ ରହିଛି କି ପିୟୁଷ ତାଙ୍କ ମା ଙ୍କୁ ଅନାଥ ଆଶ୍ରମ ଛାଡ଼ି ଦେବା ପାଇଁ ବାହାରିଛନ୍ତି ଆଉ ସେଠାରେ ସେ ଶାନ୍ତିରେ ମରି ପାରିବେ ବୋଲି କହି ତାଙ୍କୁ ଟାଣି ଟାଣି ଅନାଥ ଆଶ୍ରମ କୁ ନେଇ ଯାଉଛନ୍ତି | ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | କାରଣ ଯାତ୍ରା ରେ ଯାହା ହୋଇ ଥିଲା ତାହା ଆଜିର ସମାଜ ରେ ହିଁ ଦେଖିବା ପାଇଁ ମିଳୁଛି ଆଉ ଏଭଳି ଘଟଣା ଆପଣ ମାନେ ମଧ୍ୟ ନିହାତି ଭାବରେ ଦେଖୁ ଥିବେ ଯାହାକି ଏହି ନାଟକ ରେ ପରିପ୍ରକାଶ କରାଯାଇଛି | ପିୟୁଷ ଙ୍କର ଜୀବନ୍ତ ଅଭିନୟ ଦେଖି ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ଲୋକ ତାଙ୍କ ଅଭିନୟ କୁ ଖୁବ ପସନ୍ଦ କରିଛନ୍ତି |