ଆମେ ସୋସିଆଲ ମିଡ଼ିଆ ରେ ଅନେକ ଘଟଣା ଦେଖିବାକୁ ପାଇଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ବେଳେ ବେଳେ ନିଜର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଯାଇଥାଏ ଯାହା ଦ୍ୱାରା ବ୍ୟକ୍ତି ଙ୍କର ଜୀଵନ ମଧ୍ୟ ଚାଲି ଯାଏ |
ତେବେ ଅନେକ ଦୁର୍ଘଟଣା ସାମ୍ନା କୁ ଆସିଥାଏ କିନ୍ତୁ କିଛି ଦୁର୍ଘଟଣା ଏତେ ଯେ ଭୟଙ୍କର ଥାଏ ଯାହାକୁ କଳ୍ପନା ମଧ୍ୟ କରି ହୁଏ ନାହିଁ | ଆଗ କାଳରେ କାହାରି ଏତେ ଗାଡ଼ି ମଟର ନଥିଲା ତେଣୁ କରି ଏତେ ଦୁର୍ଘଟଣା ଦେଖିବା ପାଇଁ ମିଳୁ ନଥିଲା କିନ୍ତୁ ଏବେ ଘରେ ଯେତେ ଜଣ ଲୋକ ସେତେ ଗାଡ଼ି ତେଣୁ ସେଭଳି ଭାବରେ ପ୍ରତିଦିନ ଦୁର୍ଘଟଣା ମଧ୍ୟ ଦେଖିବା ପାଇଁ ମିଳୁଛି |
ଏହି ଦୁର୍ଘଟଣା ରେ କିଏ ଆହାତ ହୋଇ ହସ୍ପିଟାଲ ରେ ପଡ଼ି କଷ୍ଟ ପାଏ ତ ଆଉ କିଏ ଜୀଵନ ମୃତ୍ୟୁ ସହ ଲଢେଇ କରି ତାର ଜୀଵନ ଚାଲି ଯାଏ | ଜନ ସଂଖ୍ୟା ବଢ଼ିବା ସହିତ ଲୋକ ମାନଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖା ଯାଉଛି ଆଉ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି |
View this post on Instagram
ସେଥିପାଇଁ ସରକାର ଏହି ଦୁର୍ଘଟଣା କୁ ରୋକିବା ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରିଛନ୍ତି ଯେମିତି କି ଜୋର ରେ ଗାଡ଼ି ଚଲେଇବା ମନା, ହେଲମେଟ ପିନ୍ଧିବା ଟ୍ରାଫିକ ନିୟମ ମାନିବା ଏଭଳି ଅନେକ ନିୟମ ରହିଛି | ତେବେ ସେଭଳି ଏକ ଭୟଙ୍କର ଦୁର୍ଘଟଣା ସାମ୍ନା କୁ ଆସିଛି ଯାହାର ଭିଡ଼ିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |
ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ଯୁବକ ହାଇୱେ ଉପରେ ବାଇକ ଚଲାଇ ଯାଉ ଥିଲେ ଆଉ ବର୍ଷା କାରଣରୁ ରାସ୍ତା ଟି ପୁରା ଓଦା ଥିଲା | ଯୁବକ ଜଣଙ୍କ ଦ୍ରୁତ ଗତିରେ ବାଇକ ଚଳାଉ ଥିଲେ ଯାହାକି ହଠାତ ତାଙ୍କ ବାଇକ ଟି ସ୍ଲିପ ହୋଇ ଖସି ଯାଇଥିଲା | ପଛରେ ଆଉ ଗୋଟିଏ କାର୍ ଆସୁଥିଲା ,ସେ ପଡ଼ିବା ମାତ୍ରେ ପଛରେ ଆସୁଥିବା କାର୍ ତାଙ୍କ ବାଇକ୍ ରେ ମାଡ଼ ହୋଇଗଲା |
ପଛରୁ ପୁଣି ଆଉ ଗୋଟିଏ ଟ୍ରକ୍ ଆସୁଥିଲା ହଠାତ୍ ଟ୍ରକ୍ ଡ୍ରାଇଭର ବ୍ରେକ୍ ମାରିଲା, ଯାହାକି ବ୍ରେକ୍ ମାରିବା ପରେ ବାଇକ ବାଜିଗଲା ଯୁବକ ଜଣକ ଆଉ କିଛି ଆଗକୁ ଛିଟିକି ପଡ଼ିଲେ | ଏହାପରେ ତାଙ୍କ ଗାଡ଼ି ସିନା କିଛି ବାଟ ଚାଲି ଗଲା କିନ୍ତୁ ଭଗବାନ ଙ୍କ ଦୟାରୁ ତାଙ୍କ ଜୀଵନ ବଞ୍ଚି ଗଲା | ତେବେ ଏଠାରେ ଯୁବକ ଜଣଙ୍କର ହିଁ ଭୁଲ ଅଛି କାରଣ ଯୁବକ ଜଣଙ୍କ ଯଦି ଏତେ ସ୍ପିଡ଼ ରେ ଗାଡ଼ି ଚଲାଇ ନଥାନ୍ତେ ତେବେ ଏଭଳି ଏକ ଦୁର୍ଘଟଣା ଘଟି ନଥାନ୍ତା |