ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ସେ ଅଭିନୟ ରେ ହେଉ ଅବା କୌଣସି କଲା ରେ ହେଉ ଆଉ ସମସ୍ତ ଦର୍ଶକ ଙ୍କର ନିଜର ଏକ ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ପ୍ରାୟ କରି ନିଜ ପସନ୍ଦ ର କଳାକାର କିଛି ଫିଲ୍ମ ସାମ୍ନା କୁ ଆସିଲେ ଆମେ ତାହାକୁ ନ ଦେଖି ରହି ପାରନ୍ତି ନାହିଁ ଆଉ ତାହାକୁ ଖୁବ ଭଲ ପାଇବା ମଧ୍ୟ ଦେଇ ଥାଉ |
ତେବେ ଏହି ସେଲିବ୍ରେଟି ଙ୍କ ଜୀବନ ଶୈଳୀ ଷ୍ଟାଇଲିସ ଧରଣ ର ହୋଇ ଥାଏ ଆଉ ଏମାନେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ରହି ଥାଆନ୍ତି | ସେଭଳି ଭାବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ରହିଛନ୍ତି ତାଙ୍କର ସୁନ୍ଦର ଚେହେରା ସହିତ ସୁନ୍ଦର ଅଭିନୟ ଦର୍ଶକ ମାନଙ୍କୁ ଖୁବ ଆକର୍ଷଣୀୟ କରିଥାଏ |
ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ସବୁଠୁ ଚୁଲବୁଲି ଅଭିନେତ୍ରୀ ଭୂମିକା ଦାସ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ତାଙ୍କର ଅଭିନୟ ଦ୍ୱାରା ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି | ସେ ଖୁବ କମ ବୟସ ରୁ ଅଭିନୟ ଦୁନିଆଁ ରେ ପାଦ ଦେଇ ଥିଲେ ଆଉ ଯାହାକି ଆଜି ସେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି |
କୁନି କଳାକାର ଭାବରେ ଅଭିନୟ କରିଥିବା ୠମୁକୁ ଝୁମାନା ଫିଲ୍ମ ରେ ସେ ତାଙ୍କର ଜୀବନ୍ତ ଅଭିନୟ ଦେଖାଇ ଥିଲେ ଏହାପରେ ଧୀରେ ଧୀରେ ସେ ସଫଳତା ର ସିଡ଼ି ରେ ଚଢି ପାରି ଥିଲେ | ତେବେ ସେହି ଅଭିନେତ୍ରୀ ଭୂମିକା ଦାସ ଙ୍କ ବିଷୟ ରେ ଆଜି କିଛି ଜାଣିବା |
ଭୂମିକା ଙ୍କ ଜନ୍ମ ଓ କେରିୟର :-
ଭୂମିକା ଦାସ ଭୁବନେଶ୍ୱର ରେ 22 ଜାନୁଆରୀ 2003 ମସିହାରେ ଜନ୍ମଗ୍ରହଣ କରିଥିଲେ, ଆଉ ପିଲା ଦିନ ରୁ ତାଙ୍କର ଏକ୍ଟିଂ ଓ ଓଡିଶୀ ଡାନ୍ସର ମଧ୍ୟ ଥିଲେ ବୋଲି କୁହାଯାଉଛି | ଆଉ ଭୁବନେଶ୍ୱର ର DAV ପବ୍ଲିକ ସ୍କୁଲ ରେ ତାଙ୍କର ପାଠ ପଢା ଆରମ୍ଭ କରିଥିଲେ ଆଉ ତାହା ପରେ ସେ ଗ୍ରାଜୁଏସନ ମଧ୍ୟ କମ୍ପ୍ଲିଟ କରିଥିଲେ | ଆଉ ତାହା ସହିତ ଭୂମିକା ଦାସ ପ୍ରଥମେ 201 4 ମସିହାରେ ” ରୁମକୁ ଝୁମାନା ” ଫ୍ଲିମ ରେ ଶିଶୁ କଳାକାର ମାଧ୍ୟମରେ ଫ୍ଲିମ ଜଗତକୁ ଏଣ୍ଟ୍ରି କରିଥିଲେ | ଆଉ ଯାହା ପରେ ପରେ ସେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରି ଥିଲେ |
ପରେ ପରେ ପୁଣି ସେ ତୁ ମୋ ଲଭ ଷ୍ଟୋରି ଫିଲ୍ମ ରେ ହିରୋଇନ ଭାବରେ ପ୍ରଥମେ ଏଣ୍ଟ୍ରି କରି ଥିଲେ, ତାପରେ ସେ ଅନେକ ବଡ଼ ବଡ଼ ଅଭିନେତା ଙ୍କ ସହ କାମ କରି ଏବଂ ତାଙ୍କ ମିଠା କଥା ଜରିଆରେ ଓଡ଼ିଆ ଦର୍ଶକ ଙ୍କ ମନ କିଣି ତାଙ୍କ ପ୍ରଶଂସା ସାଉଁଟି ପାରି ଥିଲେ | ଏହା ସହିତ ସେ ଓଡ଼ିଆ ଫିଲ୍ମ ରେ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି ଯାହାକି ସେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ନାଁ ରଖି ପାରି ଥିଲେ ବୋଲି କୁହା ଯାଇଛି |