ବାହାଘର ପରଠୁ କେବଳ ଛୁଆ ଜନ୍ମ କରୁଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଡଜନେ ଛୁଆ ଜନ୍ମ କଲେଣି। ତଥାପି ସ୍ୱାମୀର ମନ ବୁଝୁ ନାହିଁ।

ଜଣେ ମହିଳା 11ଟି ଛୁଆ ଜନ୍ମ ଦେଲେଣି ମଣିଷ ନୁହେଁ ତ ଯେମିତି ଏକ ଛୁଆ ଜନ୍ମ କଲା ମେସିନ, ଯାହାକି ପ୍ରତିବର୍ଷ ରେ ଗୋଟିଏ ଛୁଆ ନିଜ ସ୍ୱାମୀ କୁ ଉପହାର ଦେଉ ଥିଲେ | ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ସ୍ୱାମୀ ଘରୁ ଏବେ ସ୍ତ୍ରୀ କୁ ବାହାର କରି ଦେଇଛି | ଯାହାକି ଏବେ ମା ଛୁଆଙ୍କୁ ଧରି ଆମ୍ବ ଗଛ ମୂଳେ ଭୋକ ଉପାସ ରେ ବସିଛି |

ବାହାଘର ପରଠାରୁ କେବଳ ଛୁଆ ଜନ୍ମ କରୁଛନ୍ତି ଗୋଟିଏ କି ଦୁଇଟି ନୁହେଁ ବରଂ ଡର୍ଜନ ଛୁଆ ଜନ୍ମ କଲେଣି ତଥାପି ସ୍ୱାମୀ ର ମନ ବୁଝୁ ନାହିଁ | ଅସହ୍ୟ କଷ୍ଟ ପାଇବା ପରେ ମହିଳା ଜଣଙ୍କ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରି ଦେଇ ଥିଲେ | ବାସ ଏତିକି ଶୁଣି ସ୍ୱାମୀ ରାଗିକି ପାଚି ଲାଲ ହୋଇ ଯାଇ ଥିଲେ ଆଉ ମା ସହିତ ଛୁଆ ଙ୍କୁ ନିଜ ଘରୁ ବାହାର କରି ଦେଲେ |


ତେବେ ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସଲେଇକନା ପଞ୍ଚାୟତ ଡିମିରିଆ ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି | ଗାଁ ରେ ରବି ଦେହୁରୀ ଙ୍କ ସ୍ତ୍ରୀ ଜାନକୀ ଙ୍କର 11 ଟି ଛୁଆ ଜନ୍ମ ହୋଇଛି ଆଉ ଜଣଙ୍କ ମୃତ୍ୟୁ ପରେ ଏବେ 10 ଜଣ ଛୁଆ ଅଛନ୍ତି ଯାହାକି କୋଳରେ ଏକ ମାସର ଏକ କଅଁଳା ଶିଶୁ ଟିଏ ମଧ୍ୟ ରହିଛି |

ଜାନକୀ ପ୍ରତେକ ବର୍ଷ ଗୋଟିଏ ଲେଖା ଶିଶୁ ଜନ୍ମ କରି ଅତି ଦୁର୍ବଳ ହୋଇ କଷ୍ଟ ପାଉ ଥିଲେ, ତେଣୁ ଶିବିର କୁ ଯାଇ ଅସ୍ତ୍ରୋପଚାର କରି ଦେଲେ | ହେଲେ ମେଡିକାଲ ରୁ ଘରକୁ ଫେରିବା ପରେ ସ୍ୱାମୀ ରବି ଦେହୁରୀ ଆଉ ତାଙ୍କୁ ଘରେ ଭର୍ତ୍ତି କଲେ ନାହିଁ ଆଉ କହିଲେ କି ଅସ୍ତ୍ରୋପଚାର କରି ତୁ ମାରା ହୋଇ ଗଲୁ ତେଣୁ ଘରେ ପଶିଲେ ମାରି ଦେବେ ବୋଲି ଧମକ ଦେଇ ଥିଲେ |

ଉପାୟ ନ ପାଇ ସ୍ତ୍ରୀ ଜାନକୀ ଘର ପାଖରେ ଥିବା ଏକ ଆମ୍ବ ଗଛ ମୂଳେ ଛୁଆ ଙ୍କୁ ଧରି ଆଶ୍ରୟ ନେଇଛନ୍ତି ସାଇଭାଇ ଯେତେ ବୁଝେଇଲେ ବି ସ୍ୱାମୀ ନିଜ ଜିଦ ରେ ଅଟଳ ରହିଛନ୍ତି | ଆମ ସମାଜ ର ନିୟମ ଅନୁଯାଇ ସେ ଘରେ ପୂଜା କରି ପାରିବ ନାହିଁ କି ପୂର୍ବ ପୁରୁଷଙ୍କୁ ପାଣି ଦେଇ ପାରିବ ନାହିଁ ବୋଲି କହୁଛି | ଏବେ ଜାନକୀ ଆଉ ତାଙ୍କ ଛୁଆଙ୍କର ଖାଇବା କଥା ଗାଁ ଲୋକେ ବୁଝାବୁଝି କରୁଛନ୍ତି, ଏପରି ଏକ ସମ୍ବେଦନଶୀଳ ଘଟଣା ଚର୍ଚ୍ଚା ରେ ରହିଥିବା ବେଳେ ପରିବାର କୁ ବୁଝେଇବା ଆଉ ସେମାନଙ୍କର ରହିବା ଖାଇବା ବ୍ୟବସ୍ଥା କରାଯାଉଛି ବୋଲି ତେଲକୋଇ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି |

Leave A Reply

Your email address will not be published.