ତେବେ ମନୁଷ୍ୟ ର ସବୁଠୁ ବଡ଼ ଶତ୍ରୁ ହେଉଛି ରୋଗ ଯାହାକି ମଣିଷ କୁ ଦୁର୍ବଳ କରି ଦେଇଥାଏ ଆଉ ରୋଗ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟ ମଧ୍ୟ କରି ପାରି ନଥାଏ | ସେ ବଡ଼ ପିଲା ହେଉ ଅବା ଛୋଟ ଛୁଆ ସମସ୍ତ ଙ୍କର ଶରୀର ରେ କିଛି ନା କିଛି ସମସ୍ୟା ଦେଖା ଯାଇଥାଏ | ତେବେ ସେଥି ମଧ୍ୟରୁ ପେଟରେ କୌଣସି ଅର୍ଗାନ ରେ ଷ୍ଟନ ଜନିତ ସମସ୍ୟା ଦେଖା ଯାଇଥାଏ |
ଯାହାକି ଅଧିକାଂଶ ଠାରେ କିଡ଼ନୀ ରେ ଷ୍ଟନ ହେବା ସମସ୍ୟା ଦେଖା ଯାଉଛି ଆଉ ଏହି ଷ୍ଟନ ହେଲେ ବ୍ୟକ୍ତି ଙ୍କ ଠାରେ କଣ ସବୁ ଲକ୍ଷଣ ଦେଖା ଯାଏ ଆଉ ଏହାର ଚିକିତ୍ସା କଣ ତାହା ଲୋକ ମାନେ ଜାଣି ପାରନ୍ତି ନାହିଁ, ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
କାରଣ :-
ତେବେ ଜାଣି ରଖନ୍ତୁ କି ଯଦି କୌଣସି ବ୍ୟକ୍ତି ଠାରେ ମେଟାବୋଲିକ ପ୍ରୋବ୍ଲେମ କିମ୍ବା ୟୁରିକ ଏସିଡ ପ୍ରୋବ୍ଲେମ ରହିଥାଏ ତେବେ ତାଙ୍କ କ୍ଷେତ୍ରରେ ଏହି କୀଡୀନି ଷ୍ଟୋନ ଜନିତ ସମସ୍ୟା ଦେଖାଯାଏ | ଏହା ସହିତ ଯେଉଁ ବ୍ୟକ୍ତିର ଜନ୍ମ ଗତ ଅନାଟମିକାଲ କୀଡୀନି ପ୍ରୋବ୍ଲେମ ରହିଥାଏ ତେବେ ତାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଏ | ଯଦି ରୋଗୀର ଅଧିକ ସମୟ ମେଟାବୋଲିକ ପ୍ରୋବ୍ଲେମ ରହୁଥାଏ ତେବେ କୀଡୀନି ଷ୍ଟୋନ ହେବାର ମଧ୍ୟ ଅଧିକ ଚାନ୍ସ ରହିଥାଏ |
ଲକ୍ଷଣ :-
ଯଦି ଆପଣଙ୍କ କିଡ଼ନୀ ରେ ଷ୍ଟନ ହୋଇ ଥିବ ତେବେ ସେହି ଷ୍ଟନ ପରିସ୍ରା ରାସ୍ତା ରେ ଆସି ଜମା ହେବ ଆଉ ଯାହା ଫଳରେ ସେହି ଜାଗାରେ ବହୁତ ପେନ ହୋଇ ଥାଏ, ଯାହାକି ଏହା ଦ୍ୱାରା ରୋଗୀ ଅଧିକ ସମୟ କେବଳ କଷ୍ଟ ପାଇଥାଏ | ତେବେ ଏହା ସହିତ ଏହି ସମସ୍ୟା ଥିଲେ ବ୍ୟକ୍ତି ଙ୍କୁ ପରିସ୍ରା କରିବାରେ କଷ୍ଟ ହୋଇ ଥାଏ ଏବଂ ଏହା ସହିତ ତଳି ପେଟ ମଧ୍ୟ ଅଧିକାଂଶ ସମୟ ବଥା ହୋଇ ଥାଏ | ପ୍ରାୟ ବ୍ୟକ୍ତି ଙ୍କ ଠାରେ ଯଦି ବଡ଼ ଷ୍ଟନ ହୋଇ ଥିବ ତେବେ ଏହାର ଲକ୍ଷଣ ଗୁଡ଼ିକ ସ୍ପଷ୍ଟ ଜଣା ପଡ଼ି ଯାଇଥାଏ ଆଉ କାହା କ୍ଷେତ୍ରରେ ଏହା ଅଳ୍ପ ସମୟ ରେ ହିଁ ଲକ୍ଷଣ ଗୁଡ଼ିକ ଜଣା ପଡିଥାଏ |
ଚିକିତ୍ସା :-
ତେବେ ଏହାର ଚିକିତ୍ସା ପାଇଁ ପ୍ରଥମେ ଆପଣଙ୍କର ଖାଦ୍ୟ ଖାଇବାର ଶୈଳୀ କୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ ଯେମିତି କି, ମସଲା ଜାତୀୟ ଖାଦ୍ୟ କୁ ଖୁବ କମ ଖାଆନ୍ତୁ | ଆପଣ ଦିନ ସାରା ଅତି କମ ରେ ତିନି ରୁ ଚାରି ଲିଟର ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ଯାହା ଦ୍ୱାରା ଆପଣ ସୁସ୍ଥ ରହିବେ |
ଏହାପରେ ଯଦି ଆପଣଙ୍କ କିଡ଼ନୀ ରେ ଷ୍ଟନ ହେଉଛି ତେବେ ଏକ ଭଲ ଡାକ୍ତର ଙ୍କୁ ଦେଖାଇ ପରାମର୍ଶ ନିଅନ୍ତୁ ଆଉ ସମସ୍ତ ପ୍ରକାର ଟେଷ୍ଟ କରନ୍ତୁ | ଡାକ୍ତର ଙ୍କ ଅନୁଯାଇ ପ୍ରତିଦିନ ମେଡ଼ିସିନ ଖାଆନ୍ତୁ ଆଉ ପୁଣି ଥରେ ଯେମିତି ଏହି ସମସ୍ୟା ର ସମ୍ମୁଖୀନ ହେବେ ନାହିଁ ତାହା ପ୍ରତି ଧ୍ୟାନ ରଖନ୍ତୁ | ପ୍ରାୟ ବ୍ୟକ୍ତି ଙ୍କ କ୍ଷେତ୍ରରେ ଷ୍ଟନ ହୋଇ ଥିଲେ ତାହା ଭଲ ହୋଇ ପୁଣି ଥରେ ମଧ୍ୟ ହୋଇ ଯାଏ ତେଣୁ କରି ଆପଣ ମଝିରେ ମଝିରେ ଯାଇ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।