ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ନିଜର ସମ୍ପର୍କ ର ଡୋରି କୁ ମଧ୍ୟ ଭୁଲି ଯାଇଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି। ସେହିପରି ବର୍ତ୍ତମାନ ଗୋଟିଏ ଘଟଣା ଘଟି ଯାଇଛି ଯାହା ସମାଜ ଉପରେ ତାର କୁପ୍ରଭାବ ପକାଉଛି ।
ମୋତେ ଡାଉଟ କ୍ଲିୟର କରିବା ପାଇଁ ସାର ଡାକିଲେ ଯେମିତି ସବୁ ଛାତ୍ର-ଛାତ୍ରୀ ଚାଲି ଗଲେ ମୋତେ କ୍ଳାସ ଭିତରେ ଏକୁଟିଆ ରହିବାକୁ ଗଲେ । ଏହା ପରେ ରୁମ୍ ର ସବୁ ଝରକାକୁ ବନ୍ଦ କରି ଦେଲେ ଆଉ ତା ପରେ ମୋ ଦେହରେ ସବୁ ଆଡେ ହାତ ମାରିଲେ ମୁଁ ଯେତେ ମନା କରିଲି ମୋ କଥା ଜମା ବି ଶୁଣିଲେ ନାହିଁ । କହିଲେ ଯଦି ତୁ ମୋ କଥା ଶୁଣିବୁ ନାହିଁ ତେବେ ମୁଁ ତତେ ସବୁଥିରେ ଫେଲ କରିଦେବି ।
ମୋତେ ଭୟ ଦେଖାଇ ମୋତେ ବିଲକୁଲ ବି ଛାଡିଲେ ନାହିଁ । ଏମିତି କିଛି କହି କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ଏହି ଛାତ୍ରୀ ଜଣକ । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ରାଉରକେଲାର ବାସନ୍ତୀ ଭବନରେ । ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ବନ୍ଧା ହୋଇଛନ୍ତି ଟ୍ୟୁସନ ମାଷ୍ଟର । ଖବର ମୁତାବକ ବାସନ୍ତୀ କଲୋନୀରେ ଟ୍ୟୁସନ ମାଷ୍ଟର ହୃଦୟ ପ୍ରକାଶ ନିଜେ ରହୁଥିବା ଘରେ ଏକ କୋଚିଙ୍ଗ ସେଣ୍ଟର ଖୋଲି ଛନ୍ତି ।
ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନେ ଏହି କୋଚିଙ୍ଗ ସେଣ୍ଟରକୁ ପାଠ ପଢିବାକୁ ଆସିଥାନ୍ତି । ଦୀର୍ଘ 18 ବର୍ଷ ହେଲା ଏହି କୋଚିଙ୍ଗ ସେଣ୍ଟରକୁ ଚଲାଇ ଆସୁଛନ୍ତି ହୃଦୟ ପ୍ରକାଶ । ତେବେ ଗତ କାଲି ଥିଲା ହୃଦୟ ପ୍ରକାଶ ଟ୍ୟୁସନ ଶେଷ କରିବା ପରେ ଡାଉଟ କ୍ଲିୟର କରେଇବା ପାଇଁ ପୀଡ଼ିତାଙ୍କୁ ଡାକି ଥିଲେ । ସେ ଆସିବା ପରେ କ୍ଳାସ ରୁମ୍ ର ସବୁ ଝରକାକୁ ବନ୍ଦ କରି ଦେଇଥିଲେ ହୃଦୟ ପ୍ରକାଶ ।
ଏହା ପରେ ପୀଡ଼ିତାଙ୍କ ଦେହରେ ଚାରି ଆଡେ ହାତ ମାରିବାକୁ ଲାଗିଥିଲେ । ଯାହାକୁ ପ୍ରତିବାଦ କରିବାକୁ ଚାହିଁ ଥିଲେ ମଧ୍ୟ ଟ୍ୟୁସନ ସାର ଶୁଣି ନଥିବା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା । ଏହା ପରେ ପୀଡ଼ିତା ଏସବୁ କଥା ନିଜ ଘରେ କହିବା ପରେ ଘର ଲୋକ ଯାଇ ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ଟ୍ୟୁସନ ସାରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେପଟେ ଟ୍ୟୁସନ ଭିତରେ ପଶି ଟ୍ୟୁସନ ମାଷ୍ଟରଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି ସ୍ଥାନୀୟ ଲୋକେ । ଯାହା ପରେ ଟ୍ୟୁସନ ମାଷ୍ଟର ପୁରା ନିର୍ଦୋଷ ତାଙ୍କର କୌଣସି ଭୁଲ ନାହିଁ ତାଙ୍କ ନାମରେ ମିଛ ଅଭିଯୋଗ ହେଇଛି ବୋଲି କହିଛନ୍ତି ଟ୍ୟୁସନ ସାରଙ୍କ ସ୍ତ୍ରୀ ।