Mantra – ଆଜି ସୋମବାର ମହାଦେବଙ୍କ ଅତିପ୍ରିୟ ମନ୍ତ୍ର ଜପିଲେ ଆପଣଙ୍କର କିଏ କିଛି କରିପାରିବ ନାହିଁ

ଭଗବାନ ଶିବ ଙ୍କୁ ସମସ୍ତେ ବହୁତ ମାନିଥାନ୍ତି ଏବଂ ଶ୍ରଦ୍ଧା ର ସହକାରେ ପୂଜା କରିଥାନ୍ତି। କେହି କେହି ତାଙ୍କ ପିଲା ଛୁଆ, ପରିବାରର ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ସର୍ବଦା ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି। ଭଗବାନ ଶିବ ଯଦି ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ତେବେ ଆପଣଙ୍କ ଘର ଖୁସିରେ ପୁରି ଉଠିବ। ଆପଣମାନେ ତ ସମସ୍ତେ ଜାଣିଥିବେ ମହାଦେବଙ୍କ ପ୍ରିୟ ବାର ହେଉଛି ସୋମବାର। ସେଥିପାଇଁ ଭକ୍ତ ମାନେ ମହାଦେବଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ସୋମବାର ଦିନ ଯାଇଥାନ୍ତି। ଆଉ ସେଥିପାଇଁ ଲୋକେ ସୋମବାର ଦିନ କୌଣସି ବି ଆମିଷ ଭୋଜନ କରିବା ବାରଣ ହୋଇଛି। ଯଦି ଆପଣ ସୋମବାର ଦିନ ଆମିଷ ଭୋଜନ କରିଛନ୍ତି ତାହେଲେ ଶିବଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ। ଯାହା ଆପଣଙ୍କ ପରିବାର ପାଇଁ ଦୁଃଖ ମଧ୍ୟ ଆଣି ଦେଇଥାଏ।

 

ତେବେ ଏହି ସୋମବାର ଦିନ ବାବା ଭଳା ଶଙ୍କର ଙ୍କୁ ଆପଣ ପ୍ରସନ୍ନ କରି ପାରିବେ ଆପଣ କେବଳ ମହାଦେବଙ୍କୁ ପୂଜା କଲେ ମହାଦେବ ପ୍ରସନ୍ନ ହୁଅନ୍ତି ନାହିଁ ,ତାଙ୍କର ପୂଜା ସହ କେତେକ ନିତି ନିୟମ ମଧ୍ୟ ମାନିବାକୁ ପଡ଼ିଥାଏ। ଏହା ବ୍ୟତୀତ ମନୁଷ୍ୟ କେବେବି ସୁଖରେ ରହି ପାରନ୍ତି ନାହିଁ। ତେବେ ଆଜି ଆମେ ଭଗବାନ ଶିବଙ୍କ ମନ୍ତ୍ର ବିଷୟରେ ଜାଣିବା। ଯାହାକି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଯନ୍ତ୍ରଣା ଦୂର କରିବା ସହିତ ସବୁ ପ୍ରକାର ଖୁସି ଆଣି ଦେଇଥାଏ।

ତେବେ ଭଗବାନ ଶିବଙ୍କ ପୂଜାରେ କେତେ ପ୍ରକାର ମନ୍ତ୍ର ଜପ କରିଥାନ୍ତି, କିନ୍ତୁ କାର୍ଯ୍ୟ ସିଦ୍ଧି ପାଇଁ ଏହି ସବୁ ମନ୍ତ୍ର ଅଲଗା ଅଲଗା ପ୍ରକାରର ହୋଇଥାଏ। କିନ୍ତୁ ଭଗବାନ ଶିବଙ୍କର ଗୋଟିଏ ମନ୍ତ୍ର ଅତି ପ୍ରିୟ ଅଟେ ଆଉ ତାହା ହେଉଛି ମହା ମୃତ୍ୟୁଞ୍ଜୟ ମନ୍ତ୍ର। ତେବେ ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାର କାମ ପାଇଁ ଅଲଗା ଅଲଗା ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥାଏ।

୧- କୁହାଯାଏ ଯେ ଆପଣ ଯଦି କୌଣସି ପ୍ରକାର ଭୟ ରେ ପୀଡିତ ଅଛନ୍ତି ଏବଂ କିଛି ଅଲଗା ଭୟ ଆପଣ ଙ୍କୁ ଯନ୍ତ୍ରଣା ଦେଇ ଥାଏ ତାହାଲେ ମହା ମୃତ୍ୟଞ୍ଜୟ ମନ୍ତ୍ର କୁ 11 ଶହ ଥର ଜପ କରନ୍ତୁ ।ଏଥିରେ ଆପଣ ଙ୍କୁ ସମସ୍ତ ପ୍ରକାର ଭୟ ରୁ ମୁକ୍ତି ମିଳି ଯିବ ।ଏହା ଛଡା ଯଦି ଆପଣ ବଡ଼ ବେମାର ରେ ପୀଡିତ ଅଛନ୍ତି ତାହେଲେ ଆପଣ 11 ହଜାର ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କରିବା ଦରକାର ।

 

୨- ଏହା ସହିତ ଯଦି ଆପଣ ସନ୍ତାନ ପାଇବାର ଇଚ୍ଛା ରଖୁଛନ୍ତି କିମ୍ବା ବ୍ୟବସାୟ ରେ ଉନ୍ନତି ପାଇବା ପାଇଁ ଚାହୁଁଛନ୍ତି, କିମ୍ବା ଏହା ସହିତ ଅକାଳ ମୃତ୍ୟୁ ରୁ ବଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଏକ ଲକ୍ଷ 25 ହଜାର ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ସଫଳ ହେବ ।ଏମିତି ରେ ଏକ ଲକ୍ଷ 25 ହଜାର ଜପ ବାବାଜୀ ମାନଙ୍କ ଦ୍ୱାରା ଅନୁଷ୍ଠାନ ମାଧ୍ୟମ ରେ ଆୟୋଜିତ କରାଯାଇଥାଏ । କିନ୍ତୁ ଯଦି ସାଧକ ବିଶ୍ୱାସ ର ସହିତ ଏହି ସାଧନା କରେ ତାହେଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେବାର ସମ୍ଭାବନା ଅଧିକ ହୋଇ ଯାଇଥାଏ । କୁହାଯାଏ କି ଯେଉଁ ଲୋକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ର ଜପ କରିଥାଏ ଏମିତି ଲୋକ ଙ୍କୁ କେବେ ବି ଅକାଳ ମୃତ୍ୟୁ ଆସେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.