ସମସ୍ତଙ୍କ ପସନ୍ଦ ଆଉ ନା ପସନ୍ଦ ଅନୁଯାୟୀ ମଣିଷ ନିଜକୁ ଗଢିଥାନ୍ତି । କାହାକୁ ଗୀତ ଗାଇବାକୁ ଭଲ ଲାଗେତ ଆଉ କାହାକୁ ନାଚିବାକୁ ପୁଣି ଆଉ କାହାକୁ ଅଭିନୟ ପ୍ରତି ରୁଚି ରହିଥାଏ , ତେବେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଯାଉଛୁ , ଯିଏ ସମସ୍ତଙ୍କ ଠାରୁ ଅଲଗା । ସେ ଯେଉଁଭଳି , ସେଭଳି ହିଁ ଲୋକଙ୍କ ଆଗରେ ନିଜକୁ ଦେଖାଇ ଥାଆନ୍ତି ।
ତେବେ ସେ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଇଟମ ଗାର୍ଲ୍ ନିଶା ମହାରଣା ।ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସେ କ୍ୟାମେରା ଆଗରେ ଖୋଲା ଖୋଲି ବଖାଣିଛନ୍ତି । ତାଙ୍କ କହିବା କଥା ଏହା ଯେ , ସେ ଯେପରି ଅଟନ୍ତି , ସେପରି ହିଁ ଲୋକଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି । ସେ କେବେ ଅଧିକ ଭଦ୍ର ହୋଇ କଥାବାର୍ତ୍ତା କରନ୍ତି ନାହିଁ ।
ସେ ଯେପରି ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି , ସେପରି ହିଁ ପିନ୍ଧିଥାନ୍ତି ।ଲୋକ ମାନେ ତାଙ୍କୁ ଏପରି ହିଁ ଦେଖିବାକୁ ପସନ୍ଦ କରନ୍ତି , ସେଥିପାଇଁ ସେ ଏପରି ହିଁ ଦେଖାଇଥାନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଅନେକ ଲୋକ ତାଙ୍କୁ ଭଲ ପାଇବା ଦେଇଥାନ୍ତି । ଦିନ ସାରା ତାଙ୍କ ପାଖକୁ ଅନେକ ମେସେଜ ଆସିଥାଏ ।
କିଛି ଭଲ କମେଣ୍ଟ ରହିଥାଏତ ଆଉ କିଛି ଖରାପ କମେଣ୍ଟ । କିନ୍ତୁ ସେ କାହା କଥାକୁ ଖାତିର କରନ୍ତି ନାହିଁ । ତାଙ୍କୁ ଭଲ ପାଇବା ଦେଉଥିବା ଲୋକଙ୍କୁ ସେ ଭଲ ପାଇବା ଦେଇଥାନ୍ତି ଆଉ ଘୃଣା କରୁଥିବା ଲୋକଙ୍କୁ ସେ ଅଣଦେଖା କରିଥାନ୍ତି । କାହା କଥା ଶୁଣିଲେ ସେ ଆଗକୁ କେବେ ବଢ଼ି ପାରିବେ ନାହିଁ ବୋଲି କହିଛନ୍ତି ।
ଏହା ବ୍ୟତୀତ ବିବାହ କଥା ଉପରେ ମଧ୍ୟ ନିଶା କହିଛନ୍ତି କି , ତାଙ୍କର ବି ଜଣେ ପ୍ରେମିକ ଅଛନ୍ତି । କିନ୍ତୁ ବିବାହ କରିବାର କଥା ଠିକ୍ ନାହିଁ । କାହିଁକି ନା ସେ ଯେଉଁ ବାଟରେ ପାଦ ଦେଇଛନ୍ତି ସେହି ବାଟରେ ଅନେକ ନିନ୍ଦା ଅପବାଦ ଶୁଣିବାକୁ ମିଳିଥାଏ ।
ତେଣୁ ଭଲ ହେବ ବି ସେ ଆଦୌ କାହାକୁ ବିବାହ କରିବେ ନାହିଁ କି କାହା ପରିବାରକୁ ଲଜ୍ଜିତ କରିବେ ନାହିଁ ।ପ୍ରେମ ସପ୍ତାହରେ ନିଶା ମହାରଣା ଙ୍କୁ ତାଙ୍କ ବୟେଫ୍ରେଣ୍ଡ୍ ତାଙ୍କୁ ଗୋଟିଏ ଗୋଲାପ ଫୁଲ ଦେଇଛନ୍ତି ଓ ଆଜି ତାଙ୍କ ସୁହାଗ ରାତି ବୋଲି ନିଶା ମହାରଣା ଖୁଲମ୍ ଖୋଲା ମିଡ଼ିଆ ସାମ୍ନା ରେ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।