ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟକ ଭାବରେ ପରିଚିତ ଅଭିନେତା ବାବୁସାନ ମହାନ୍ତି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଅନେକ ସୁପରହିଟ ଫିଲ୍ମ ରେ କାମ କରି ଆଜି କେବଳ ଓଡ଼ିଶା ରେ ନୁହେଁ ବରଂ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି | ସମସ୍ତ ଦର୍ଶକ ପ୍ରାୟ ବାବୁସାନ ଙ୍କର ଅଭିନୟ, ଡ୍ୟାନ୍ସ ଓ ତାଙ୍କର ରୋମାଣ୍ଟିକ ଲୁକ୍ସ ପସନ୍ଦ କରି ଥାଆନ୍ତି, କେବଳ ଭଲ ଅଭିନୟ କରନ୍ତି ତାହା ନୁହେଁ ବରଂ ସେ ଅତି ସୁନ୍ଦର ଭାବରେ ଗୀତ ମଧ୍ୟ ଗାଇ ଥାଆନ୍ତି | ପୂର୍ବରୁ ବାବୁସାନ ଙ୍କ ମା ଅପରାଜିତା ମହାନ୍ତି ଏବଂ ବାପା ଉତ୍ତମ ମହାନ୍ତି ଏକ ଭଲ ଯୋଡ଼ି କଳାକାର ଥିଲେ |
ଆଉ ଏବେ ତାଙ୍କର ପୁଅ ଅଭିନେତା ବାବୁସାନ ମହାନ୍ତି ଏକ ନମ୍ବର ୱାନ କଳାକାର ଭାବରେ ପରିଚୟ ସୃଷ୍ଟି କରିଛନ୍ତି | ଦମନ ଫିଲ୍ମ ପରେ ପରେ ସେ ସାରା ଓଡ଼ିଶା ରେ ନୁହେଁ ବରଂ ପୁରା ଭାରତ ରେ ସେ ସମସ୍ତ ଙ୍କର ପ୍ରିୟ ହୋଇ ପାରି ଥିଲେ ଆଉ ଅନେକ ପ୍ରଶଂସା ସାଉଁଟି ଥିଲେ |
ତେବେ ବାବୁସାନ ମହାନ୍ତି ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଯାହାକି ସିଏ ନିଜ ପରିବାର ଙ୍କୁ ନେଇ ମଧ୍ୟ କିଛି ଭିଡ଼ିଓ ଓ ଫଟୋ ନିଜ ଆକାଉଣ୍ଟ ରେ ଉପଲୋଡ କରି ଥାଆନ୍ତି ଆଉ ଏହା ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥାଏ | ତେବେ ଆଜି ବାବୁସାନ ମହାନ୍ତି ଙ୍କର ଲାଇଫ ଷ୍ଟାଇଲ ସମ୍ପର୍କ ରେ ଆଲୋଚନା କରିବା |
ବାବୁସାନ ଙ୍କର ଜନ୍ମ ଓ ଫେମିଲି :-
ବାବୁସାନ ମହାନ୍ତି ଙ୍କର ଘର ହେଉଛି ବାରିପଦା ରେ କିନ୍ତୁ ସେ ଏବେ ଭୁବନେଶ୍ୱର ରେ ରହୁଛନ୍ତି ଏବଂ ସେ 1989 ମସିହା ଜୁଲାଇ 30 ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି ଆଉ ତାଙ୍କର ଭଲ ନାଁ ହେଉଛି ତନ୍ମୟ ମହାନ୍ତି | ତାହା ସହିତ ବାବୁସାନ ଙ୍କ ବାପା ଙ୍କର ନାଁ ଉତ୍ତମ ମହାନ୍ତି ହୋଇଥିବା ବେଳେ ନାଁ ଙ୍କର ନାଁ ଅପରାଜିତା ମହାନ୍ତି ଆଉ ସେ ବିବାହ କରିଛନ୍ତି ତୃପ୍ତି ଶତପଥି ଙ୍କୁ ତାଙ୍କର ପୁଅ ମଧ୍ୟ ଅଛନ୍ତି ଆଉ ତାଙ୍କର ନାଁ ଗାୟନ ବୋଲି କୁହାଯାଉଛି |
ଏହା ସହିତ ବାବୁସାନ ଙ୍କର ହାଇଟ 5 ଫୁଟ 5 ଇଞ୍ଚ ବେଳେ ୱେଟ 60 ଏବଂ ପାଠ ପଢା ରେ ସେ DAV ପବ୍ଲିକ ସ୍କୁଲ ରେ ପାଠ ପଢିବା ସହିତ KIIT କଲେଜ ରେ ସେ ଶିକ୍ଷକତା କରିଥିଲେ | 2005 ରେ ” ରୋମୀୟ ଦା ଲଭର ବୟ “ଫ୍ଲିମ ମାଧ୍ୟମରେ ଅଲିଉଡ ଇଣ୍ଡୋଷ୍ଟ୍ରି କୁ ଯାଇଥିଲେ ବୋଲି କୁହାଯାଉଛି | ତାହା ସହିତ ସେ ଫ୍ଲିମ ଆୱାର୍ଡ ମଧ୍ୟ ପାଇଥିଲେ, ଓ ତାହା ବ୍ୟତୀତ ବାବୁସାନ 2022 ରେ ଦମନ ଫ୍ଲିମ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଛନ୍ତି | ଅଭିନୟ ସହିତ ସେ ଗୀତ ଗାଇବା ପାଇଁ ମଧ୍ୟ ଖୁବ ଭଲ ପାଇ ଥାଆନ୍ତି |