ଦେଖନ୍ତୁ EXCLUSIVE :ଭିଡିଓ ବଡ଼ ହେଲେ ବାବୁଶାନ୍ ଙ୍କ ହିରୋଇନ୍ ହେବି | ମିଡିଆ ଆଗରେ ଏମିତି କହିଲେ Priyanshi Mohapatra

ତେବେ ଆଜି ଏକ କୁନି କଳାକାର ଅଛନ୍ତି ଯାହାଙ୍କର ନାଁ ହେଉଛି ପ୍ରିୟାଂଶି ମହାପାତ୍ର ଯିଏ କି ଧାରାବାହିକ ରେ ସୁନ୍ଦର ଅଭିନୟ କରି ଦର୍ଶକ ଙ୍କର ପ୍ରିୟ ର ପାତ୍ର ହୋଇ ପାରିଛନ୍ତି | ଏହି କୁନି କଳାକାର ପ୍ରଥମେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ସିନ୍ଦୂର ଅଧିକାର ଧାରାବାହିକ ରେ ଇତି କ୍ୟାରେଟର କରି ଥିଲେ ଯାହାକୁ ଆପଣ ନିହାତି ଭାବରେ ଦେଖି ଥିବେ |

ଏହାପରେ ଧାରାବାହିକ ମଙ୍ଗଳା ଚରଣ, ସାବିତ୍ରୀ, ବନ୍ଧନ ରେ ନେତ୍ରା ହୋଇ ଥିଲେ ଆଉ ଏବେ ଏକ ସିରିଏଲ ରେ ରିୟା ହୋଇଛନ୍ତି | ତେବେ ଏହି କୁନି କଳାକାର ଏକ ସାକ୍ଷାତକାର ରେ ନଜର ଆସିଛନ୍ତି ତାଙ୍କର କଥା ମଧ୍ୟ ଏତେ ସୁନ୍ଦର କୁ ଯାହାକୁ ଶୁଣିଲେ ଆପଣ ବେସ ପସନ୍ଦ କରିବେ |


ସେ ପ୍ରଥମେ ତାଙ୍କ ଧାରାବାହିକ ର ଏକ ସୁନ୍ଦର ଡାଇଲଗ କୁ କହି ଥିଲେ ଯାହାକି ସେ ଧାରାବାହିକ ରେ କ୍ଷୀର ପିଇବେ ନାହିଁ ବୋଲି କହୁ ଥିଲେ କିନ୍ତୁ ରିୟଲ ଲାଇଫ ରେ ସେ କିଛି ଅଝଟ କରନ୍ତି ନାହିଁ ସବୁ ଖାଇ ଦିଅନ୍ତି ବୋଲ ପ୍ରିୟାଂଶି କହିଛନ୍ତି | ସେ କହିଛନ୍ତି କି ମତେ ଆକ୍ଟିଙ୍ଗ କେହି ବି ଶିଖେଇ ନଥିଲେ ମୁଁ ଯେତେ ବେଳେ ଡ୍ୟାନ୍ସ କରେ ସେତେ ବେଳେ ଗୀତ ସହିତ ଏକ୍ସପ୍ରେସନ ଦିଏ ଆଉ ଏହାକୁ ଦେଖି ଚ୍ୟାନେଲ ରୁ ମତେ ଫୋନ ଆସିଥିଲା ଆଉ ଯେତେ ବେଳେ ସୁଟିଂ ସେଟ କୁ ଗଲି ମତେ ଟିକେ ବି ଡର ଲାଗିଲା ନାହିଁ | ଆଉ ସିରିଏଲ ରେ କାମ କରି ସାରିବା ପରେ ଯେତେ ବେଳେ ପ୍ରଥମେ ମତେ ପଇସା ମିଳି ଥିଲା ସେଇ ପଇସା କୁ ମୁଁ ମୋ ବାପା ଙ୍କୁ ଅଧା ଆଉ ମାମା ଙ୍କୁ ଅଧା ଦେଇ ଦେଇ ଥିଲି |


ଆଉ ଆକ୍ଟିଙ୍ଗ ଭିତରୁ ମଧ୍ୟ ଇମୋସନାଲ ଅଭିନୟ ଟି ବହୁତ ଭଲ ଲାଗେ କାରଣ ସେଥିରେ ଏମିତି ଫିଲ ଆସେ କି ଯାହା ଲୋକ ମାନଙ୍କୁ ଆମେ ସେଥିରେ ଖୁସି ଦେଇ ପାରୁ ଆଉ ତାଙ୍କର ହାର୍ଟ କୁ ଟଚ କରି ପାରୁ | ଆଉ ମୋର ବଡ଼ ହେଲେ ଏହା ଇଚ୍ଛା କି ମୁଁ ଆଇଏସ ଓଏସ ଅଫିସର ହେବି ଆଉ ଗୋଟେ ହିରୋଇନ ହେବି ନହେଲେ ଡ଼କ୍ଟର ହେବି |

ଆଉ ଯଦି ମୁଁ ହିରୋଇନ ହେଲି ତାହେଲେ ବଡ଼ ହେଲେ ମୁଁ ବାବୁସାନ ଆଉ ସଲମାନ ଖାନ ଙ୍କର ହିରୋଇନ ରେ କାମ କରିବି ଏହା ମୋ ପରିବାର ଓ ମୋର ବହୁତ ଇଚ୍ଛା ଅଛି | ଆଉ ଶେଷରେ ସେ କୁନି କଳାକାର ଟିଏ ଦର୍ଶକ ମାନଙ୍କୁ କହିଛନ୍ତି କି ମତେ ଏମିତି ଭଲ ପାଇବା ସବୁବେଳେ ଦେଉ ଥାଆନ୍ତୁ, ତେବେ ତାଙ୍କର ମିଠା ମିଠା କଥାକୁ ସମସ୍ତେ ପ୍ରାୟ ପସନ୍ଦ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.