୬ ମାସରେ ଥରେ ଖାଆନ୍ତୁ, ପେଟର ପୋକ ମଳ ବାଟେ ବାହାରି ଯିବ |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ଛୋଟ ହେଉ ଵା ବେଶୀ ହେଉ ସବୁବେଳେ କିଛି ନା କିଛି ସମସ୍ୟା ମାନ ଦେଖା ଦେଇଥାଏ | ଆଉ ଯେଉଁ ସମସ୍ୟା ଗୁଡିକ ଆମର ଜୀବନରେ ଲାଗି ରହିଥାଏ, ଆଉ ସେହି ଭଳି ରୋଗ ର ନିର୍ଦିଷ୍ଟ କାରଣ, ଲକ୍ଷଣ ଆଉ ନିରାକରଣ ଗୁଡିକ ମଧ୍ୟ ରହିଛି |

ତେବେ କୁହାଯାଏ କି ବିଶେଷ କରିକି ଛୋଟ ପିଲା ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ, ଆଉ ସେ ଗୁଡିକ ମଧ୍ୟରୁ ଗୋଟିଏ ମୁଖ୍ୟ ସମସ୍ୟା ତ ହେଉଛି ଛୋଟ ପିଲାମାନଙ୍କର ପେଟ ରେ କୃମି ହେବା ଭଳି କିଛି ସମସ୍ୟା |ତାହେଲେ ଆସନ୍ତୁ ବନ୍ଧୁଗଣ ଏହି କୃମି ଜନିତ ସମସ୍ୟା କାହିଁକି ହୋଇଥାଏ ଏହାର କାରଣ କଣ ରହିଛି ଓ ନିରାକରଣ ପାଇଁକି ଆମେ କେଉଁ ଉପାୟ ଅବଲମ୍ବନ କରିବା |

କେତେ ପ୍ରକାରର କୃମି ରହିଛି :-

 

ତେବେ ବିଶେଷ କରିକି 3 ପ୍ରକାରର କୃମି ରହିଛି ହେମାଟୋଡ଼ସ, ସିଷ୍ଟଡ଼ସ, କ୍ରୋମାଟୋଡ଼ସ | ଛୋଟ ଛୋଟ ପିଲାମାନଙ୍କ ପାଖରେ ନିମାଟୋଡ଼ସ ନାମକ କୃମି ରହିଥାଏ ଯାହା ପିଲାମାନଙ୍କର ମଳଦ୍ୱାର ର ଚାରି ପାଖରେ ଦେଖା ଯାଇଥାଏ |କୃମି ଦୋଷ ର ଲକ୍ଷଣ :-କୁହାଯାଉଛି କି ପିଲାମାନଙ୍କର ଯଦି ଝାଡା ଦ୍ୱାର ଵା ମଳଦ୍ୱାର କୁଣ୍ଡେଇ ହେଉଛି ଵା ଆପଣ ଙ୍କର ପିଲା ର ଝାଡା ର କୃମି ବାହାରୁଛି | ପିଲାଙ୍କୁ ଭୋକ ଲାଗୁନି ଵା ପେଟ ଫୁଲି ଯାଇଛି | ପାଠ ପଡିବାକୁ ଇଚ୍ଛା ହେଉନି ଝାଡା ର ଅସୁବିଧା ଦେଖା ଯାଉଛି ତାହେଲେ ଆପଣ ଜାଣିବେ କି କୃମି ଭଳି କିଛି ସମସ୍ୟା ଆପଣ ଙ୍କ ପାଖରେ ଦେଖା ଯାଉଛି |


କୃମି ବ୍ୟାପେ କେମିତି :-ସାଧାରଣତଃ କୁହାଯାଏ କି ମଳ ଆଉ ପାଟି ମାଧ୍ୟମରେ କୃମି ବ୍ୟାପିଥାଏ |ଏହାର ମାନେ ହେଉଛି କି କୃମି ଦିନକୁ ହଜାରେ ରୁ ଅଧିକ ଅଣ୍ଡା ଦେଇଥାଏ | ଯଦି ଆପଣ ମାନେ ଖୋଲା ପଡିଆ ରେ ଝାଡା ଯାଇଥିବେ ଆଉ ତାହା ମାଟିରେ ମିଶିଗଲା ପରେ ମଧ୍ୟ କୃମି ବଞ୍ଚିଯାଇଥାଏ | ଆଉ ସେହି କୃମି କୁ ଖାଲି ପାଦ ରେ ମାଡିଲେ ଵା ଛୋଟ ପିଲାମାନେ ମାଟିରେ ଖେଳିଲେ ପାଟିରେ ସେହି ବାଲି ହାତ ପସାଇଲେ ଏହି ଭଳି ସମସ୍ୟା ମାନ ଦେଖା ଯାଇଥାଏ | ଯାହା ଛଡା ଫଳ ପାରିବ କୁ ଧୋଇକି ନ ଖାଇଲେ ଵା ପାଣି ନ ଫୁଟାଅ ପିଇଲେ ଏହି ଭଳି ସମସ୍ୟା ଦେଖା ଯାଇଥାଏ |

କୃମି ରୋଗ ର ଚିକିତ୍ସା :-ଏହି ଭଳି କୃମି ଜନିତ ରୋଗ ରୁ ମୁକ୍ତି ପାଇବା ପାଇଁ ଆମେ ମାନେ ପ୍ରଥମେ ପିଲାର ଝାଡା କୁ ଟେଷ୍ଟ କରିବା ଆଉ ତାହା ପରେ କେଉଁ ପ୍ରକାରର କୃମି ବଢୁଛି ତାହାକୁ ଜାଣିବା ପରେ ଡକ୍ଟର ଙ୍କ ପରାମର୍ଶ ନେଇ ଔଷଧ ଖାଇବା ଆବଶ୍ୟକ | ଏହାଛଡା ପ୍ରତି 3/6 ମାସରେ ଥରେ ଏହାକୁ ସେଵନ କରନ୍ତୁ । ଏଥିପାଇଁ ଆପଣ ବିଡଙ୍ଗ ଚୂର୍ଣ୍ଣ ଅଧା ଚାମଚ ନେଇ ସେଥିରେ ଅଧା ଚାମଚ ମହୁକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ 7 ଦିନ ପର୍ଯ୍ୟନ୍ତ ରେଗୁଲାର ଖାଆନ୍ତୁ । ଏହାକୁ ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ ଖାଲି ପେଟରେ ସେବନ କରନ୍ତୁ ଦେଖିବେ କୃମି ଭଳି ସମସ୍ୟା ଆଉ ଦେଖାଯିବ ନାହିଁ ।

Leave A Reply

Your email address will not be published.