ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଯାହାକି ଅଭିନୟ କରି ସେମାନେ ଦର୍ଶକ ମାନଙ୍କର ମନରଞ୍ଜନ କରିବା ସହିତ ତାଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥାନ୍ତି | ତେବେ ଫିଲ୍ମ ରେ ଅନେକ କ୍ୟାରେଟର ରହି ଥାଏ, ହିରୋ, ହିରୋଇନ, ଭିଲିଆନ, କମେଡିଆନ ଏଭଳି ଅନେକ କ୍ୟାରେଟର ରହିଛି ଯାହାକି ସମସ୍ତେ ନିଜ ନିଜ ଅଭିନୟ କୁ ଜାରି ରଖି ଥାଆନ୍ତି | ତେବେ ଏକ ଫିଲ୍ମ ରେ ଯଦି କିଛି କମେଡି ରହି ନଥାଏ ତେବେ ସେହି ଫିଲ୍ମ ଟି ଅଧୁରା ଲାଗିଥାଏ ତେଣୁ ପ୍ରତେକ ସିନେମା ରେ ହାସ୍ୟ ଅଭିନେତା ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଥାଏ |
ତେବେ ଅନେକ ହାସ୍ୟ ଅଭିନେତା ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ହାସ୍ୟ ଅଭିନେତା ଯୋଗେଶ ଜୋଜ, ଯିଏ କି ଅନେକ ଫିଲ୍ମ ଓ କାମେଡି ସୋ ରେ ଅଭିନୟ କରି ଦର୍ଶକ ମାନଙ୍କର ଭଲ ପାଇବା ସାଉଁଟି ପାରିଛନ୍ତି | ତେବେ ଆଜି ଏହି କମେଡିଆ ଯୋଗେଶ ଯୋଜଙ୍କ ଲାଇଫ ଷ୍ଟାଇଲ ଓ କ୍ୟାରିୟର ସମ୍ପର୍କ ରେ ଆଲୋଚନା କରିବା |
ତେବେ ଯୋଗେଶ ଜୋଜ ହେଉଛନ୍ତି ଜଣେ ସମ୍ବଲପୁରୀଆ କମେଡିଆନ ଯିଏ କି ଅନେକ ଫିଲ୍ମ ରେ କାମ କରି ସଫଳତା ର ସିଡ଼ି ରେ ଆସ୍ତେ ଆସ୍ତେ ଚଢି ପାରିଛନ୍ତି | ତେବେ ସେ ପ୍ରଥମେ ୟୁଟ୍ୟୁବ ରୁ ହିଁ ନିଜର କ୍ୟାରିୟର ଆରମ୍ଭ କରି ଥିଲେ ଆଉ ଏହାପରେ ନିଜ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ପ୍ରିୟ ହୋଇ ପାରି ଥିଲେ |
ଯୋଗେଶ ଜୋଜ ଙ୍କର ଲାଇଫ ଷ୍ଟାଇଲ ଓ ଏକ୍ଟିଂ କେରିୟର :-
ସମ୍ବଲପୁରିଆ କମେଡିଆନ ଯୋଗେଶ ଜୋଜ 10 ଜାନୁଆରୀ 1993 ମସିହାରେ ସମ୍ବଲପୁର ର ରୋଷାପାଲି ଠାରେ ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଉଛି | ତେବେ ତାଙ୍କର ପ୍ରକୃତ ନାମ ଯୋଗେଶ ଅଗ୍ରୱାଲ ବାପା ଙ୍କ ନାଁ ଧନୁ ଅଗ୍ରୱାଲ ଓ ମା ଙ୍କର ନାମ ଜୟନ୍ତୀ ଅଗ୍ରୱାଲ ବୋଲି କୁହାଯାଉଛି | ତେବେ ଯୋଗେଶ ଜୋଜ ଶିବାନୀ ପ୍ରଧାନ ଙ୍କୁ ବିବାହ କରି ଥିଲେ |
2008 ମହିହରେ ସମ୍ବଲପୁର ର ମୁରା ହାଇ ସ୍କୁଲ ରେ ସେ ସ୍କୁଲ ଲାଇଫ ବିତାଇଥିଲେ ଆଉ ଡି ପି ଏ କଲେଜ ରେ ସେ ପାଠ ପଢ଼ିଥିଲେ | ତେବେ ସେ ପ୍ରାଣିନି ପ୍ରଜ୍ଞାନ ଙ୍କ ସହିତ ସାକ୍ଷାତ ପରେ ତାହା ସହିତ ତାଙ୍କ ଯୋଗୁଁ ଇଉଟି ୱବ ରେ ନିଜର ପରିଚୟ ସୃଷ୍ଟି କରିଥିଲେ |
ଅଭିନେତା ଯୋଗେଶ ଜୋଜ ଙ୍କର ମାସକୁ ରୋଜଗାର ହେଉଛି ଦୁଇ ଲକ୍ଷ ଟଙ୍କା ଏବଂ ସେ କୌଣସି ଷ୍ଟେଜ ପ୍ରଗ୍ରାମ ରେ ଗଲେ 40 ରୁ 50 ହଜାର ଟଙ୍କା ନେଇ ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ କମେଡି ସୋ ମିଷ୍ଟର ନନସେନ୍ସ ରେ ତାଙ୍କୁ ଦେଖିବା ପାଇଁ ମିଳୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।