ଦେଖନ୍ତୁ EXCLUSIVE :ଭିଡିଓ – ମରିବା ପୂର୍ବରୁ ପିଣ୍ଟୁ ନନ୍ଦଙ୍କ ଶେଷ କଥା ! ହଠାତ କେମିତି ହେଲା,ମୃତ୍ୟୁ ଦେଖନ୍ତୁ full ଭିଡିଓ

ଆଉ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ, ହାଇଦ୍ରାବାଦ ର ଯଶୋଦା ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ପିଣ୍ଟୁ ନନ୍ଦ ଙ୍କର ପରଲୋକ ଘଟିଛି | ମାସେ ଉପରେ ହେବ ସେ ଲିଭର ଜନିତ ସମସ୍ୟା ରେ ଆକ୍ରାନ୍ତ ଥିଲେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ସ୍ଥିତ କିମ୍ସ ଏବଂ ତାପରେ ଦିଲ୍ଲୀ ର ଆଇଏଲବିଏସ ଏବଂ ପରେ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ ରେ ଚିକିତ୍ସା ହେଉ ଥିବା ବେଳେ ପିଣ୍ଟୁ ନନ୍ଦ ଙ୍କର ପରଲୋକ ଘଟିଛି ବୋଲି ଖବର ଆସିଛି | ତେବେ ତାଙ୍କ ମୃତ୍ୟୁ ର ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିବ |


ସମସ୍ତ ଙ୍କୁ ମନରଞ୍ଜନ ଦେଉ ଥିବା ପିଣ୍ଟୁ ନନ୍ଦ ଙ୍କୁ ରିଲ କି ରିଏଲ ଲାଇଫ ରେ ଆଉ ଦେଖିବା ପାଇଁ ମିଳିବ ନାହିଁ | ଓଡ଼ିଆ ଆଲବମ ହେଉ କି ଫିଲ୍ମ କମେଡିଆନ ହେଉ କି ଖଳନାୟକ ଭୂମିକା ପିଣ୍ଟୁ ନନ୍ଦ ଙ୍କ ଅଭିନୟ ସବୁବେଳେ ଦର୍ଶକ ଙ୍କ ମନକୁ ବେସ ଛୁଇଁ ଯାଇଛି | ନିଜର ନିଆଁରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି | ଜଗତସିଂହପୁର ଜିଲ୍ଲା ର ପିଣ୍ଟୁ ନନ୍ଦ ଟେଲି ସିନେ ଓଡ଼ିଆ ଜଗତ କୁ ପାଦ ଦେଇ ଥିଲେ ଏବଂ 1996 ରେ କୋଇଲି ଫିଲ୍ମ ଜରିଆ ରେ ପିଣ୍ଟୁ ଆସି ଥିଲେ ଏବଂ ସବୁ ଅଭିନୟ ଭୂମିକା ରେ ସେ ଅଭିନୟ କରିଛନ୍ତି |


ସେ 50 ରୁ ଅଧିକ ଫିଲ୍ମ କରିଛନ୍ତି ଆଉ ତାଙ୍କର ନିଖୁଣ ଅଭିନୟ ଦର୍ଶକ ଙ୍କ ମନକୁ ବେସ ଛୁଇଁଛି | ଓଡ଼ିଆ ଆଲବମ ଏ ଗୌର ଓ ରାଣ୍ଡି ପୁଅ ଅନନ୍ତ ରୁ ପିଣ୍ଟୁ ଲୋକ ଲୋଚନ କୁ ଆସି ଥିଲେ, ସେହିପରି ଜୟ ଜଗନ୍ନାଥ ସିନେମା ରେ ବଳଭଦ୍ର କ୍ୟାରେଟର ରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟି ଥିଲେ | ମା ଗଜବାୟାଣୀ, ବାହୁଡ଼ିବେ ମୋ ଜଗାବଳିଆ, ସାଥିରେ, ରଖିବ ଯଦି ସେ ମାରିବ କିଏ, ଓଃ ମାଇଁ ଲଭ, ରକତେ ଲେଖିଛି ନାଁ, କାଳୀ ଶଙ୍କର ଭଳି ଫିଲ୍ମ ରେ ନିଜ କଳା ର ଯାଦୁ ପିଣ୍ଟୁ ଦେଖାଇ ଥିଲେ |

ସେହିପରି ପିଣ୍ଟୁ 2006 ରେ ପ୍ରେମ ଋତୁ ଆସିଲା ରେ, 2011 ରେ ଦୋସ୍ତି, 2013 ରେ ହାତ ଧରି ଚାଲୁଥା, 2017 ରେ ୠମୁକୁ ଝୁମାନା, କଥା ଦେଲି ମଥା ଛୁଇଁ ଏବଂ ରଙ୍ଗ ନମ୍ବର ଭଳି ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରି ଥିଲେ ଆଉ ଫିଲ୍ମ ରେ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମଧ୍ୟ ପାଇ ଥିଲେ |

ଏଥି ସହିତ ସେ କିଛି ଧାରାବାହିକ ଓ ଗୃହ ଲକ୍ଷ୍ମୀ ଭଳି କିଛି କାର୍ଯ୍ୟକ୍ରମ ରେ ମଧ୍ୟ ସେ କାମ କରି ଥିଲେ | କିନ୍ତୁ ଆଜି ଏହି ଶ୍ରେଷ୍ଠ କଳାକାର ଜୀଵନ ଯୁଦ୍ଧ ରେ ହାରି ଯାଇଛନ୍ତି ଯାହାକି ଓଲିଓଡ଼ ଇଣ୍ଡଷ୍ଟ୍ରି ପାଇଁ ବଡ଼ ଦୁଃଖର ଖବର ଅଟେ | ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଅକାଳ ବିୟୋଗ ରେ ଆମର ଏତିକି ପ୍ରାର୍ଥନା କି ତାଙ୍କ ଅମର ଆତ୍ମା କୁ ଶାନ୍ତି ମିଳୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.