Exclusive:- ଆସିଲା ପିଣ୍ଟୁ ନନ୍ଦଙ୍କ ମୃତ ଦେହ, ପାଖରେ ବସି କାନ୍ଦୁଛନ୍ତି ବଡ ଭାଇ ….ଏହି ଭିଡିଓ ଆପଣଙ୍କୁ ବି କନ୍ଦାଇଦେଇ ପାରେ ?
ଆଉ ନାହାଁନ୍ତି ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ହାଇଦ୍ରାବାଦ୍ ଯଶୋଦା ମେଡ଼ିକାଲ ରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପିଣ୍ଟୁ ନନ୍ଦ।ଗତ କାଲି ରାତ୍ରୀ 11ଟା 25 ମିନିଟ୍ ରେ ହାଇଦ୍ରାବାଦର ଯଶୋଦା ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 47 ବର୍ଷ ବୟସ ହୋଇଥିଲା।
ତେବେ ଆଜି ଅପରାହ୍ନ ରେ ପିଣ୍ଟୁ ନନ୍ଦ ଙ୍କ ମର ଶରୀର ଆସି ଭୁବନେଶ୍ୱର ରେ ପହଁଚିଛି।ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ଦେଖିବାକୁ ମିଳିଛି ପିଣ୍ଟୁ ନନ୍ଦ ଙ୍କ ମର ଶରୀର ପାଖରେ ବସି ପିଣ୍ଟୁ ଙ୍କ ବଡ ଭାଇ କାନ୍ଦୁଛନ୍ତି। ଯେଉଁ ଦୁଃଖଦ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ପିଣ୍ଟୁ ନନ୍ଦଙ୍କ ପରଲୋକ ରେ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର।
ଲିଭର୍ ସିରୋସିସ୍ରେ ପୀଡ଼ିତ ଥିବା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ।ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରା ଯାଇ ଥାନ୍ତା। କିନ୍ତୁ ଦିଲ୍ଲୀରେ ଡୋନର ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଆଉ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।
ତେବେ ଆପଣ ମାନେ ଜାଣିଥିବେ କି ପିଣ୍ଟୁ ନନ୍ଦ ହେଉଛନ୍ତି ଓଲିଉଡ଼ ର ଜଣେ ଲୋକପ୍ରିୟ ଅଭିନେତା। ନିଜର ନିପୂଣ ଅଭିନୟ ମାଧ୍ୟମରେ ସେ ଦର୍ଶକ ମାନଙ୍କୁ ହସାଇ ପାରନ୍ତି କନ୍ଦାଇ ମଧ୍ୟ ପରନ୍ତି। ଅଭିନେତା ପିଣ୍ଟୁ ନନ୍ଦ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆ ରେ ତାଙ୍କର ଅଭିନୟ ର ଯାତ୍ରା ଆରମ୍ଭ କରିଥିଲେ।
ଏହାପରେ ସେ 1996 ମସିହାରେ ଓଡିଆ କଥାଚିତ୍ର କୋଇଲି ଜରିଆରେ ଓଡ଼ିଆ କଥାଚିତ୍ର ଜଗତ ରେ ପାଦ ଥାପି ଥିଲେ। ଏହି ସିନେମା ରେ ଦର୍ଶକ ପିଣ୍ଟୁ ନନ୍ଦ ଙ୍କ ଚରିତ୍ର କୁ ବହୁ ମାତ୍ରା ରେ ପସନ୍ଦ କରିଥିଲେ। ଏହାପରେ ଏକାଧିକ ଓଡ଼ିଆ କଥାଚିତ୍ର ରେ ନଜର ଆସିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ।
ଜୟ ଜଗନ୍ନାଥ, ବାହୁଡ଼ି ଆ ମୋ ଜଗା ବଳିଆ, ମେଣ୍ଟାଲ ଟୋକା,ଦୋସ୍ତି, ସୁନା ପିଲା ଟିକେ ସ୍କୃ ଢିଲା, ପ୍ରେମ ରୋଗୀ, ପ୍ରେମ ପାଇଁ ମହାଭାରତ, ଧର୍ମ ଭୈରବ, ଲଭ୍ ଏକ୍ସପ୍ରେସ୍, ଚୋରଣୀ,ଆଦି ସିନେମା ରେ ପିଣ୍ଟୁ ନନ୍ଦ ଅଭିନୟ କରିଥିଲେ। ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ।’ଏ ଗଉରା କ’ଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇ ଥିଲା।ପିଣ୍ଟୁଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।