ଦେଖନ୍ତୁ EXCLUSIVE :ଭିଡିଓ – ଭାଇ ମୃତ୍ୟୁ ଖବର ପାଇଁ କାନ୍ଦି କାନ୍ଦି ବେହୋସ ଭଉଣୀ ! ବାଘ ଭଳିଆ ଭାଇ ମୋର ଚାଲିଗଲା, କଥା କ୍ଳହିଲେ ଚାରିଦିଗ କମ୍ପେ ଆପାର୍ଟମେଣ୍ଟ ଶୂନ୍ୟ ହେଇଯାଇଛି

ଆଜି ଓଡ଼ିଶା ସିନେ ଜଗତର ହୋଇଛି ଆଉ ଏକ ଅପୂରଣୀୟ କ୍ଷତି । ପୁଣି ଜଣେ ପ୍ରିୟ କଳାକାର ଙ୍କୁ ହରାଇଛି ଓଲିଉଡ୍‌ । ସେ ହେଉଛନ୍ତି ଓଲିଉଡ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଦିନେ ଯିଏ ତାଙ୍କର ନିପୂଣ ଅଭିନୟ ମାଧ୍ୟମ ରେ ଦିନେ ଲୋକଙ୍କୁ ହସାଉ ଥିଲେ ଏବଂ କନ୍ଦାଉ ଥିଲେ ସେ ଆଜି ଆଉ ନାହାଁନ୍ତି।ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ଓଲିଉଡ଼ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ପ୍ରଥମେ ଦିଲ୍ଲୀ ଓ ସେଠାରୁ ହାଇଦ୍ରାବାଦ୍ କୁ ନିଆ ଯାଇଥିଲା। ଆଉ ଆଜି ହାଇଦ୍ରାବାଦ୍ ର ଯଶୋଦା ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ତାଙ୍କର ମର ଶରୀର ଭୁବନେଶ୍ୱର ଅଣାଯିବ।

 

ତେବେ ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗତ କିଛି ଦିନ ଧରି ଗୁରୁତର ରହିଥିଲା। ତାଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସିଥିଲେ ଲିଭର ଟ୍ରାନ୍ସପ୍ଲାଣ୍ଟ କରା ଯାଇଥାନ୍ତା। ଏଥିପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସାହାଯ୍ୟର ହାତ ବଢାଇ ଥିଲେ ଓଲିଉଡ଼ ର ସମସ୍ତ କଳାକାର ପ୍ରଶଂସକ ଏବଂ ସାଧାରଣ ଜନତା।

 

ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଲିଭର୍ ଦେବା ପାଇଁ ଡନୋର ମଧ୍ୟ ପ୍ରସ୍ତୁତ ହୋଇ ରହି ଥିଲା।ଆଉ ଆଜି ସବୁଦିନ ପାଇଁ ଆଖି ବୁଜିଛନ୍ତି ଓଲିଉଡ଼ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ତାଙ୍କର ଅକାଳ ବିୟୋଗ ଖବର ଓଡ଼ିଶାର ଅଗଣିତ ସିନେ ପ୍ରେମୀ।ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସାରା ସିନେ ଜଗତ ପ୍ରାର୍ଥନା କରିଥିଲା ମଧ୍ୟ ଶେଷରେ ଆଜି ସମସ୍ତଙ୍କ ପ୍ରିୟ ପିଣ୍ଟୁ ନନ୍ଦ ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି।

ତେବେ ୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ପିଣ୍ଟୁ ନନ୍ଦ।ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇ ଥିଲା। ତାଙ୍କର ଦୁଇ ପୁଅ ଅଛନ୍ତି। ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ଏକ୍ଟିଭ ରହି ଆସିଥିଲେ ।ତେବେ ଅଭିନେତା ପିଣ୍ଟୁ ନନ୍ଦ ୧୯୯୬ ରେ କୋଇଲି କଥାଚିତ୍ର ମଧ୍ୟାନ ରେ ଓଡ଼ିଆ କଥାଚିତ୍ର ଜଗତ ରେ ପ୍ରବେଶ କରିଥିଲେ । କେମେଡି ହେଉ କି ଖଳନାୟକ ସବୁ ଚରିତ୍ର କୁ ଖୁବ୍ ସୁନ୍ଦର୍ ଭାବେ ନିଭାଇ ଥାନ୍ତି ପିଣ୍ଟୁ ନନ୍ଦ।ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ଆଦି ରେ ମଧ୍ୟ ଅଭିନୟ କରିଥିଲେ ପିଣ୍ଟୁ ନନ୍ଦ।

କିନ୍ତୁ ଆଉ ନାହାନ୍ତି ଅଭିନେତା ପିଣ୍ଟୁ ନନ୍ଦ। ପରିବାର ଲୋକେ ତାଙ୍କୁ ହରାଇ ବହୁତ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ଭଉଣୀ ଯିଏକି ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ସବୁବେଳେ ପ୍ରାର୍ଥନା କରୁଥିଲେ ହେଲେ ଭଗବାନ ତାଙ୍କ କଥା ଶୁଣିଲେ ନାହିଁ ବୋଲି କହିଛନ୍ତି। ଆଉ ଭାଇ ଭଲ ହୋଇଗଲେ ଏଥର ରାକ୍ଷୀ ପୂର୍ଣ୍ଣିମା ବହୁତ ସୁନ୍ଦର ଭାବରେ ପାଳନ କରିଥାନ୍ତେ ବୋଲି ଆଶା ରଖିଥିଲେ ବୋଲି ଏମିତି କହି ଭୋ ଭୋ ହୋଇ କାନ୍ଦୁଛି ପିଣ୍ଟୁଙ୍କ ଭଉଣୀ।

Leave A Reply

Your email address will not be published.