ଦୁନିଆରେ ପ୍ରତ୍ୟେକ ଚାହାଁନ୍ତି ସେମାନେ ସର୍ବଦା ଖୁସିରେ ରୁହନ୍ତୁ,ତେଣୁ ଏଥିପାଇଁ ସେମାନେ ଦିନ ରାତି ପରିଶ୍ରମ କରନ୍ତି |କିନ୍ତୁ ଏହି ଦୁନିଆରେ ଯଦି ମାତା ଲକ୍ଷ୍ମୀ ଓ ନାରାୟଣଙ୍କ ଯେଉଁ ବ୍ୟକ୍ତିଙ୍କ ଉପରେ ରହିଛି ସେମାନେ ବହୁତ କମ ପରିଶ୍ରମରେ ବହୁତ ଧନ ପ୍ରାପ୍ତି କରିବା ସହିତ ସର୍ବଦା ଖୁସିରେ ରହିଥାନ୍ତି |ଆଗକୁ ଆସୁଥିବା ପବିତ୍ର ଦୋଳ ପୂର୍ଣ୍ଣମୀ ପ୍ରଭୁ ନାରାୟଙ୍କ ବହୁତ ପ୍ରିୟ ଅଟେ ଏହି ଦିନରେ ଆପଣ ଯଦି ଲକ୍ଷ୍ମୀ ନାରାୟଣଙ୍କ ସେବା କରିବା ସହିତ ତାଙ୍କର ପ୍ରିୟ ବୃକ୍ଷ ଡମ୍ବରୁ ଗଛକୁ ଛୁଇଁ ନିଜର ମନ କଥା କହିବ ତେବେ ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବା ସହିତ ଆପଣଙ୍କ ଅଭାବ ମଧ୍ୟ ଦୂର ହୋଇଯିବ |
ଆଜି ଆମେ ଜାଣିବା ପବିତ୍ର ଦୋଳ ପୂର୍ଣ୍ଣିମା ଦିନ କଣ ଏମିତି ଖୁଆଇବା ଦ୍ଵାରା ଆପଣଙ୍କୁ କୋଟି ପୂଣ୍ୟ ପ୍ରାପ୍ତ ହୋଇଥାଏ। ଏବଂ ଜାଣିବା ଗୋମାତା ଙ୍କ ଏମିତି କେଉଁ ଅଙ୍ଗ ଛୁଇଁ ବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ସମସ୍ୟା ଦୂର ହୋଇଯିବ। ଜନ୍ମ ରୁ ଯଦି ଆପଣ ଦାରିଦ୍ର୍ୟତା ଆପଣଙ୍କ ଘରେ ଲାଗି ରହିଛି ତାହା ମଧ୍ୟ ଦୂର ହେବ। ସମସ୍ତ ଗ୍ରହ ଦୋଷ ଦୂର୍ ହେବ ଏହା ସହିତ ପିତୃ ଦୋଷ ମଧ୍ୟ ଦୂର ହେବ ।
ଭଗବାନ ଶ୍ରୀକୃଷ୍ଣଙ୍କ କୃପା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ଗୋମାତା ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ଏବଂ ହୋଲି ପର୍ବ ଶ୍ରୀକୃଷ୍ଣଙ୍କ ଙ୍କୁ ସମର୍ପିତ ଅଟେ। ତେଣୁ ଏହି ଦୋଳ ପୂର୍ଣ୍ଣିମା ଦିନ ବା ହୋଲି ପର୍ବ ରେ ଗୋ ମାତା ଙ୍କୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ। ଏବଂ ଛୁଇଁ ଦିଅନ୍ତୁ ଏହି ଅଙ୍ଗକୁ ଭାଗ୍ୟ ଆପଣଙ୍କ ଚମକି ଉଠିବ।ତେଣୁ ଆସନ୍ତୁ ଜାଣିବା ଗାଈ ଆମ ପାଇଁ କେତେ ଶୁଭ ଅଟେ।କୁହାଯାଏ ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିଥାଏ ସେହି ସମୟରେ ଗାଈର ଖୁରାରୁ ଯେଉଁ ଧୂଳି ଉଡିଥାଏ ସେହି ଧୂଳିରେ ମନୁଷ୍ୟର ପାପ ଧୋଇଯାଏ।
-ଯଦି ବ୍ୟକ୍ତି କ୍ରୋଧି ଅଟନ୍ତି ପାଠ ପଢାରେ ଦୁର୍ବଳ ଅଟନ୍ତି କହିବାର ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦେବା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ଏଥିରେ ବୁଦ୍ଧ ଗ୍ରହର ଦଶା ଠିକ ରହିଥାଏ। ଆଉ ସବୁ ସମସ୍ୟା ଦୂର ହେବାରେ ଲାଗିଥାଏ।ଯଦି ମଙ୍ଗଳ ଗ୍ରହର ଅବସ୍ଥିତି ଖରାପ ଅଛି ତେବେ କୌଣସି ଗରିବ ବ୍ରାହ୍ମଣଙ୍କୁ କିମ୍ବା ଗରିବ ଲୋକଙ୍କୁ ଗାଈ ଦାନ ନିଶ୍ଚିତ କାରନ୍ତୁ।ଯଦି ନବଗ୍ରହର ଶାନ୍ତି ଏବଂ ଶନିଙ୍କ ଦୋଷ ଠିକ କରିବାର ଅଛି ତାହେଲେ କଳା ଗାଈର ଦାନ ଅବଶ୍ୟ କରନ୍ତୁ।
ଯଦି କୌଣସି କାମ ବନ୍ଦ ହୋଇରହିଛି ତେବେ କେତେବି ପରିଶ୍ରମ କଲେବି ସେଥିରେ ସଫଳତା ମିଳୁନାହିଁ ତାହେଲେ ବ୍ୟକ୍ତି ଗୋମାତାଙ୍କୁ ରୁଟି ଖାଇବାକୁ ଦେବା ଉଚିତ ଏବଂ ତାଙ୍କ କାନରେ ନିଜର ମନସ୍କାମନା ନିଶ୍ଚୟ କହିବା ଉଚିତ।ଖରା ଦିନରେ ଘର ଦ୍ୱାର ମୁହଁକୁ ଆସିଥିବା ଗାଈକୁ ପାଣି ନିଶ୍ଚୟ ପିଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ବ୍ୟକ୍ତିକୁ ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।ଗୋମାତାଙ୍କୁ ଶୀତ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ। କିନ୍ତୁ ଗ୍ରୀଷ୍ମ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ ନାହିଁ। ଯଦି ପିତୃ ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ଗାଈକୁ ଅମାବାସ୍ୟା ଦିନ ରୁଟି ଗୁଡ଼ ଏବଂ ସବୁଜ ଚାରା ଖାଇବାକୁ ଦିଅନ୍ତୁ।
-ଯଦି ପିଲାମାନେ କଥା ଶୁଣୁ ନାହାନ୍ତି ସେମାନେ କ୍ରୋଧିତ ହୁଅନ୍ତି କଥା କଥାରେ ରାଗନ୍ତି ତାହେଲେ କୌଣସି ଦିନ ଘର ଦ୍ୱାର ମୁହଁକୁ ଆସିଥିବା ଗାଈକୁ ପିଲାଙ୍କ ଦ୍ଵାରା ଭୋଜନ ଖାଇବାକୁ ଦିଅନ୍ତୁ।
ଗୋମାତାଙ୍କ ପିଠିରେ ଗୋଟେ ଚୂଳ ରହିଥାଏ ସେହି ଚୂଳରେ ସୂର୍ଯ୍ୟ କେତୁ ନାଡୀ ରହିଥାଏ।
ସବୁଦିନ ସକାଳେ ଗାଈର ଏହି ଚୂଳ ଉପରେ ହାତରେ ଆଉଁସିଲେ ବ୍ୟକ୍ତିର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।ତାଙ୍କର ସବୁ ସଙ୍କଟ ଦୂର ହୋଇଥାଏ। ତେଣୁ ଦୁଆର ପାଖକୁ ଆସୁଥିବା ଗାଈର ପିଠି ଉପରେ ଥରେ ହାତରେ ଛୁଅନ୍ତୁ।ଘର ବନେଇବା ପୂର୍ବରୁ ଯଦି ସେହି ଯାଗାରେ ଗାଈ କିମ୍ବା ବାଛୁରୀକୁ ବନ୍ଧା ଯାଏ ତେବେ ସବୁ ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।