ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ, ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |
କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ, ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ |
ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ଉତ୍ତର ପ୍ରଦେଶ ରେ ଦେଖିବାକୁ ମିଳିଛି ଆଉ ଯେଉଁଠି ଏକ ପୁରୁଣା ଘର ଭିତରେ ଏକାଠି ଦେଖିବାକୁ ମିକିଛି ନାଗ ଆଉ ନାଗୁଣୀ ଙ୍କୁ | ଆଉ ସେହି ନାଗ ନାଗୁଣୀ ଖାଇବା ଖୋଜିବା ପାଇଁ ସେହି ଘର ଭିତରେ ପଶି ଯାଇଥିଲେ ବୋଲି ମଧ୍ୟ କୁହାଯାଉଛି |
ତେବେ ସାପ ଧରାଳି ଜଣଙ୍କ ସେହି ସ୍ଥାନକୁ ଯାଇଛନ୍ତି ଆଉ ତାହା ପରେ ସାପ ଦୁଇଟିକୁ ଧରି ବାହାରକୁ ମଧ୍ୟ ନେଇ ଆସିଛନ୍ତି |କିନ୍ତୁ ଅନ୍ୟ ପଟରେ ଦେଖିବା ପାଇଁ ମିଳିଛି କି ସେହି ଗାଁ ର ସ୍ତ୍ରୀ ଲୋକ ମାନେ ଏହି ନାଗ ନାଗୁଣୀ କୁ ଦେବତା ବୋଲି ମାନିଛନ୍ତି ଆଉ ସାପ କୁ ପ୍ରଣାମ କରି କ୍ଷୀର ମଧ୍ୟ ପିଇବା ପାଇଁ ଦେଇଛନ୍ତି ଏବଂ ପଇସା ମଧ୍ୟ ସାପ ପାଖରେ ରଖିଛନ୍ତି |
ତେବେ ସାପ ଧରାଳି ସେହି ସ୍ଥାନରେ ପହଞ୍ଚିବା ପରେ କହିଛନ୍ତି କି ଏହି ଭଳି ସାପ କେବଳ ମାଂସ ଖାଇ ଥାଏ ଏମିତି କ୍ଷୀର ସେ ପିଇ ନଥାଏ | ଆଉ ଗାଁ ଲୋକ ମାନେ ଏକଥା କୁ ଯଦି ନ ମାନି ତା ପାଖକୁ ପୂଜା କରିବା ପାଇଁ ଯାଆନ୍ତି ତେବେ ସାପ କାହାକୁ ଦଂଶନ କରିବାର ମଧ୍ୟ ସମ୍ଭାବନା ରହିଛି ଯାହା ଫଳରେ ଲୋକଙ୍କ ଜୀଵନ ମଧ୍ୟ ଅକାଳ ରେ ଚାଲିଯିବ | ପରେ ପରେ ଅନେକ ଚେଷ୍ଟା ପରେ ସାପ ଧରାଳି ଜଣଙ୍କ ଏହି ବିଷାକ୍ତ ନାଗୁଣୀ ଟିକୁ ଏକ ମୁଣି ରେ ପୁରାଇ ନେଇ ଯାଇଛି ଯାହାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |