ବାପା ତମେ ଚାଲିଗଲ ମୋତେ ଏବେ କିଏ ହିରୋ କରିବ, ମୋ ଉପରେ ଏବେ ସବୁ ଭାର ମାଆ ର ଆଖିରୁ ଲୁହ ଶୁଖୁ ନାହିଁ ।ତେବେ ବନ୍ଧୁମାନେ ବାପା ଓ ପୁଅ ର ସମ୍ପର୍କ ଖୁବ ନିଆରା ଅଟେ ।ବାପା ଥିଲେ ପୁଅର ସବୁ ଦୁଃଖ କଷ୍ଟ ମୁହୂର୍ତ୍ତରେ ଶେଷ ହେଇଯାଏ ଆଉ ବାପା ଚାଲିଗଲେ ସେହି ପୁଅ ବେସାହାରା ହେଇଯାଏ ।ଆଉ ଆଜି ପିଣ୍ଟୁ ସବୁଦିନ ପାଇଁ ଚାଲି ଯାଇଛନ୍ତି, ହେଲେ ବାପା ଛେଉଣ୍ଡ ହେଇ ଯାଇଛନ୍ତି ଦୁଇ ପୁଅ ।ବାପା ଚାଲିଯିବା ପରେ ବଡ଼ ପୁଅ ହିସାବରେ ନିଜ ଉପରେ ଥିବା ଦାୟିତ୍ୱ ଓ ବାପା ଦେଖାଇଥିବା ସ୍ୱପ୍ନ କୁ ନେଇ ଭାବବିହ୍ୱଳ ହେଇ ଯାଇଛନ୍ତି ପିଣ୍ଟୁ ଙ୍କର ପୁଅ ।
ତେବେ କଥାରେ କୁହାଯାଏ କି ବାପା ହେଉଛନ୍ତି ପିଲାଙ୍କ ପାଇଁ ଏମିତି ଏକ ଅଦୃଶ୍ୟ ସିଡି ଯିଏ ପିଲାଙ୍କ ସଫଳତା ପାଇଁ ଆପ୍ରାଣ ଚେଷ୍ଟା କରିଥାନ୍ତି ।ହେଲେ ଯେତେବେଳେ ବାପା ଅଧା ବାଟରେ ପିଲାଟିକୁ ଏକୁଟିଆ କରିଯାଏ ସେତେବେଳେ ସେହି ପିଲା ଉପରେ ନାହିଁ ନଥିବା ଭାର ଲୋଦି ଯାଏ ।
ତେବେ ଗତକାଲି ଅଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଦେହାନ୍ତ ଘଟିବା ପରେ ଦୁଃଖ ର ଛାୟା ଖେଳି ଯାଇଥିଲା ସମଗ୍ର ଓଡ଼ିଶାରେ ।ହେଲେ ଏହି ଦୁଃଖ ଭିତରେ ପିଣ୍ଟୁ ଙ୍କର ପୁଅର କୋହ କହିଲେ ନସରେ, ବାପା ବାପା ଙ୍କୁ ଝୁରି ଝୁରି ମନ କଥା ଗୁଡିକ କହିଛନ୍ତି ଯାହା ଶୁଣିଲେ ଆପଣଙ୍କ ହୃଦୟ ତରଳି ଯିବ ।
ପିଣ୍ଟୁ ଙ୍କର ପରିବାର ରେ ଦୁଇ ପୁଅ ଓ ସ୍ତ୍ରୀ ରହିଛନ୍ତି, ହେଲେ ବାପା ଚାଲିଯିବା ବଡ଼ ପୁଅ ଖୁବ ଭାଙ୍ଗି ପଡିଛନ୍ତି ।ଆଖି ରେ ଲୁହ ନେଇ ବାପ କୁ ମେ ପକାଇ କହୁଛନ୍ତି କି ବାପା ତମେ ସିନା ଚାଲିଗଲ ହେଲେ ଏବେ ମୋ ଉପରେ ସବୁ ଭାର ରହିଗଲା, ମୋତେ ଓଡିଶା ଆଗରେ ର କରି ଛିଡା କରେଇବାର ସ୍ୱପ୍ନ ଦେଖାଇଥିଲା ଆଉ ଏବେ କିଏ ହିରୋ କରିବ ।ମାଆ କୁ ବୁଝେଇ ହେଉନି ଏବେ ବୁଝି ପାରୁଛି ମାଆ କେତେ ଭଲ ପାଉଥିଲା ତମକୁ ।ତେବେ ଓଡିଶାବାସୀ ସିନା ତମ ଅଭିନୟ କୁ ମିଶ କରିବେ କିନ୍ତୁ ମୁଁ ତମକୁ ଜୀବନସାରା ଶ୍ରାଦ୍ଧ ଦେବି।
ତେବେ ଏମିତି ସବୁ ବାପା ଙ୍କୁ ମନେ ପକାଇ ପିଣ୍ଟୁଙ୍କର ବଡ଼ ପୁଅ କୋହ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି ।ତେବେ ଛୋଟ ପୁଅର ଏମିତି ଦୁଃଖ ଭରା କଥା ଗୁଡିକ ଶୁଣିଲେ ଯେକୌଣସି ବ୍ୟକ୍ତିର ମନ କାନ୍ଦି ଉଠିବ ।ତେବେ ଆମେ ଏତିକି କହିପାରିବୁ କି ଯିଏ ଯେତିକି ବି ଆୟ ନେଇ ଆସିଥାଏ ସେତିକି ଦିନ ଭିତରେ ନିଜ କର୍ମ ସାରି ପୁଣି ଆର ପାରିକୁ ଚାଲି ଯାଏ ।ଆଉ ସେହି ମଣିଷ ଚାଲିଗଲେ ଆତ୍ମୀୟଜନ ଙ୍କୁ ସାହସ ଜୁଟାଇ ଆଗକୁ ବଢ଼ିବାକୁ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।