୦୮ ମାର୍ଚ୍ଚ (ଦୋଳ ପୂର୍ଣ୍ଣିମା/ହୋଲି ) ଚୁପଚାପ୍ ୩ଟି ଜାଗାରେ ଧଣିଆ ରଖନ୍ତୁ,ମାଲକ୍ଷ୍ମୀ ଧନର ବର୍ଷା କରିବେ

ପ୍ରତ୍ୟେକ ମଣିଷ ଜୀବନରେ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି କିନ୍ତୁ ସେମାନଙ୍କୁ ଆଶାତୀତ ଫଳ ମିଳି ନଥାଏ । ସେଥିପାଇଁ ଏମିତି କିଛି ସହଜ ଉପାୟ ରହିଛି ଯାହାକୁ ଆପଣ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ କଲେ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହିତ ଆପଣଙ୍କ ଘରେ ଧନର ବର୍ଷା ହେବ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିଥାଏ । ଯାହା ଫଳରେ ଆଗାମୀ ଦିନରେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହିତ ଆପଣଙ୍କ ଜୀବନରେ ବହୁତ ଉନ୍ନତି ହେବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।


ଜୀବନକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ପ୍ରଥମ ଉପାୟଟି ହେଉଛି ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସକାଳୁ ଓ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାର ନିକଟରେ ଗୋଟିଏ ଘିଅ ଦୀପ ଜଳାନ୍ତୁ । ଏହି ଦୀପରେ ନାଲି ପଙ୍ଗର ବଳିତା ବ୍ୟବହାର କରନ୍ତୁ , ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଗୃହରେ ପ୍ରବେଶ କରିଥାନ୍ତି ।

ଆପଣଙ୍କ ଘରକୁ ସୁଖର ସମୟ ଫେରି ଆସିବା ସହିତ ଧନର ଅଭାବ କେବେହେଲେ ଦେଖାୟିବ ନାହିଁ । ଦ୍ୱିତୀୟ ଉପାୟଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ଘର ଆଗରେ ଯଦି ତୁଳସୀ ଗଛ ଥାଏ , ତେବେ ସେଥିରେ ନାଲି ରଙ୍ଗର କପଡା ବାନ୍ଧି ଦିଅନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବୃଦ୍ଦି ହୋଇଥାଏ ।

ତୃତୀୟ ଉପାୟଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ଘରେ ରାଧାକୃଷ୍ଣଙ୍କ ର ଯୋଗଳ ମୂର୍ତ୍ତି କୁ ପୂଜା କରନ୍ତୁ , ଏହା କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ । ଚତୁର୍ଥ ଉପାୟଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ଦୁଃଖୀ ଏବଂ ଦରିଦ୍ର ଲୋକମାନଙ୍କୁ କିଛି ଟଙ୍କା ସାହାର୍ଯ୍ୟ କରନ୍ତୁ । ଆପଣଙ୍କର ଜନ୍ମର ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ ।

ପଞ୍ଚମ ଉପାୟଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଏକ ମାଟିର ପାତ୍ର ରେ ଗବର ଉପରେ ଝୁଣା ରଖି ଜଳାନ୍ତୁ , ସେହି ଝୁଣା ର ଧୂପକୁ ଘରସାରା ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ର ଆଗମେନ ହେବା ସହିତ ଆପଣଙ୍କର ଘରେ କେବେହେଲେ ଧନର ଅଭାବ ଦେଖାଯିବ ନାହିଁ ।

ଆପଣ ଯଦି ଋଣ ରେ ଫୋସିଛନ୍ତି ଆଉ ସେଥିରୁ ମୁକ୍ତି ପାଇଁ ଧଣିଆ କୁ ବାନ୍ଧୀକି ତକିଆ ତଳେ ରଖିଦେବା ଓ ତାହାକୁ ସକାଳେ ପୋଖରୀରେ ଭୋସାଇଦେବା |ଯଦି ଆପଣଙ୍କ ପାଖରୁ କିଏ ଧନ ନେଇଛି ଆଉ ଫେରାଉ ନାହିଁ, ତାହେଲେ ଆପଣ ଗୋଟିଏ ପ୍ଲେନ ପେପର ନେବେ ଓ ସେଥିରେ ସେହି ଲୋକର ନାଁ କୁ ଲେଖି ଧଣିଆ କୁ ବାନ୍ଧି ପୋଡି ଦେବେ, ତାହେଲେ ଶୁଭ ଫଳ ପାଇବେ |

ତେଣୁ ଏହି 5 ଟି ଉପାୟକୁ ଯେଉଁ ବ୍ୟକ୍ତି ନିଷ୍ଠାର ସହିତ କରିଥାଏ ସେମାନଙ୍କ ଉପରେ ରାଧା କୃଷ୍ଣଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପରିବାରରେ ସୁଖ ଶାନ୍ତି ବଢିବା ସହିତ ଜୀବନରେ କୌଣସି ଅସୁବିଧା ଦେଖାଦେଇ ନଥାଏ । ଏହି ଉପାୟ ଗୁଡିକ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ କରିବା ଆବଶ୍ୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.