ପ୍ରତେକ ବ୍ୟକ୍ତି ଚାହିଁ ଥାଆନ୍ତି କି ତାଙ୍କ ଜୀଵନ ରେ ସେମାନେ କିପରି ଖୁସିରେ ରହିବେ, ସେ ପାରିବାରିକ ଖୁସି ହେଉ କି ଆର୍ଥିକ ସମସ୍ୟା ହେଉ ସବୁଥିରେ ସଫଳତା ପ୍ରାପ୍ତି କରିବେ | କିନ୍ତୁ ଏହା ମଧ୍ୟ ସତ ଯେ ବ୍ୟକ୍ତି ଙ୍କ ଜୀଵନ ରେ ସମସ୍ୟା ଲାଗି ରହିଥାଏ ଆଉ ଯିଏ ଭବିଷ୍ୟତ ସମ୍ପର୍କ ରେ ଜାଣି ପାରେ ତାର ସମସ୍ୟା ହୁଏତ କିଛି ଟା କମିଯାଏ | ଆଜି ତିନୋଟି ରଙ୍ଗ କଥା କହିବୁ ଯାହାକୁ ଆପଣ ପସନ୍ଦ କରି ଆପଣଙ୍କ ଭବିଷ୍ୟତ ସମ୍ପର୍କ ରେ କିଛି ଜାଣି ପାରିବେ, ତେବେ ଆସନ୍ତୁ ଏହି ତିନୋଟି ରଙ୍ଗ କଣ ସେହି ସମ୍ପର୍କ ରେ ଆଲୋଚନା କରିବା |
1. ନୀଳ ରଙ୍ଗ :- ଏହି ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତି ସବୁବେଳେ ଭଲ ଚିନ୍ତା କରିଥିବା ବ୍ୟକ୍ତି ଅଟନ୍ତି ଅର୍ଥାତ କାହାର ଅନିଷ୍ଟ ଆପଣ ଦେଖି ପାରନ୍ତି ନାହିଁ | ଆପଣ ନିଜ ପରିବାର, ସାଙ୍ଗ ସାଥି, ବନ୍ଧୁ କୁଟୁମ୍ଭ ଙ୍କର ମଙ୍ଗଳ ମନରୁ ହିଁ ଚାହିଁ ଥାଆନ୍ତି | ଆପଣଙ୍କ ସ୍ଵଭାଵ ଓ ଆପଣଙ୍କ ଆଦର୍ଶ ଅନ୍ୟ ପାଇଁ ଏକ ଉଦାହରଣ ହେଇଥାଏ, ଆପଣଙ୍କ କଳ୍ପନା ଶକ୍ତି ପାଇଁ ଲୋକ ଆପଣଙ୍କ ସହିତ ଯୋଡି ହେଇ ରହିଥାନ୍ତି | ଏହି ବ୍ୟକ୍ତି ବାହାରୁ ବହୁତ ସୁନ୍ଦର ଦେଖା ଯାଇଥାନ୍ତି ହେଲେ, ଯଦି କେହି ଆପଣଙ୍କ ପାଖକୁ ଆସିଥାନ୍ତି ତାହାଲେ ଆପଣଙ୍କ ବ୍ୟବହାର ପାଇଁ ସେ ଆପଣଙ୍କ ଠାରୁ ପୁଣି ଦୁରେଇ ରହିଥାନ୍ତି | ଆପଣ ବିବାହ ପରେ ନିଜ ପତ୍ନୀ ଙ୍କ କଥା ଶୁଣନ୍ତୁ ଏହା ଆପଣ ଙ୍କୁ ସଫଳତା ଆଡେ ନେଇ ଯିବ |
2. ହଳଦିଆ ରଙ୍ଗ :- ଏହି ରଙ୍ଗ ବାଛିଥିବା ବ୍ୟକ୍ତି ଙ୍କୁ ମିଛ ବିଲକୁଲ ପସନ୍ଦ ନୁହେଁ ଏବଂ ଆପଣ ସବୁବେଳେ ନିଜ ଜୀଵନ ସାଥି ଙ୍କ ଠାରୁ ସଚ୍ଚାଟତା ଚାହିଁ ଥାଆନ୍ତି | ତେବେ ଆପଣ ଯାହା ସହିତ ବି ମିଶିଥାନ୍ତି ତାଙ୍କ ସହିତ ପୁରା ମନ ଖୋଲା କରି ମିଶିଥାନ୍ତି | ଆପଣଙ୍କ ମନରେ ଛନ୍ଦ କପଟ କିଛି ନଥାଏ ଅର୍ଥାତ ଆପଣଙ୍କ ହୃଦୟ ବହୁତ ସଫା ହୋଇ ଥାଏ ଏବଂ ଅନ୍ୟର ସବୁବେଳେ ଭଲ ଚିନ୍ତା କରିଥାନ୍ତି କିନ୍ତୁ ଏହାର ଫାଇଦା ଲୋକ ମାନେ ଉଠାଇ ଦିଅନ୍ତି | ଆପଣ କାହାର ବିଚାର ଓ କାହାର ପରାମର୍ଶ କ୍ରମେ ଆପଣ ଜୀବନ ବିତାଇବା ପସନ୍ଦ କରି ନଥାନ୍ତି | ଏହି ବ୍ୟକ୍ତି ମାନେ ଖର୍ଚି ସ୍ୱଭାବ ର ହୋଇ ଥିବାରୁ ଧନ ଜନିତ ସମସ୍ୟା ଭୋଗ କରିଥାନ୍ତି |
3. ନାଲି ରଙ୍ଗ :- ନାଲି ରଙ୍ଗ ବାଛିଥିବା ବ୍ୟକ୍ତି ଏମାନଙ୍କ ସହିତ ଜୀବନରେ ଯେଉଁ ବ୍ୟକ୍ତି ଥରେ ମିଶିଥାଏ ସେମାନେ କେବେ ଏହି ବ୍ୟକ୍ତିଙ୍କୁ ଭୁଲି ପାରନ୍ତି ନାହିଁ | ଏମାନେ ସର୍ବଦା ଖୁସିରେ ମଉଜ ମଜଲିସରେ ରହିବା ପାଇ ଅଧିକ ପସନ୍ଦ କରିଥାନ୍ତି | ଏମାନେ ଜୀବନରେ ପ୍ରତ୍ୟେକ କାର୍ଯ୍ୟ ବହୁତ ସହଜରେ ହାସଲ କରି ପାରିଥାନ୍ତି | ତେବେ ଏହି ବ୍ୟକ୍ତି ମାନଙ୍କ ଜୀବନ ଖୁବ ଭଲରେ ବିତିଥାଏ ନିଜର କ୍ଷମତା ଓ ବୁଦ୍ଧିମତା ଯୋଗୁ ଧନ ଅଭାଵ ରହେ ନାହିଁ ଏମାନଙ୍କ ପାଖରେ |