ଓଲିଓଡ଼ ଇଣ୍ଡଷ୍ଟ୍ରି ର ଗାୟକ ମଣ୍ଟୁ ଛୁରିଆ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଅନେକ ସମୟରେ ସମ୍ବଲପୁରୀ ଗୀତ ଗାଇ ସମସ୍ତଙ୍କୁ ଝୁମାଇ ଥାଆନ୍ତି | ଜଣାଶୁଣା ଲୋକ ପ୍ରୀୟ ଗାୟକ ମଣ୍ଟୁ ଛୁରିଆ ସାଇବର କ୍ରାଇମ ର ଶିକାର ହୋଇଛନ୍ତି ଆଉ ସାଇବର କ୍ରାଇମ ର ଶିକାର ହୋଇ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏହି ଘଟଣା ରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରା ଯାଉଛି | ତେବେ ଏହି ଘଟଣା କୁ ନେଇ ମଣ୍ଟୁ ଛୁରିଆ କହିଛନ୍ତି କି ପ୍ରଥମେ ସେ ମୋ ନାଁ ରେ ଏକ ପବଜି ଆକାଉଣ୍ଟ ଖୋଲି ଥିଲା ଆଉ ସେହି ଆକାଉଣ୍ଟ ରେ ମୋ ନାଁ ମୋ ଫଟୋ ସେ ରଖିଥିଲା |
ଏହି ଗେମ ରେ ସେ ମେସେଜ କରି କଥା ହୋଇ ହୁଏ ତେଣୁ କରି ସେ ବ୍ୟକ୍ତି ମୋ ନାଁ ରେ କଥା ହୋଇକି ତାଙ୍କ ପାଖରେ ଗୀତ ଗାଉ ଥିଲା ଆଉ ମୁଁ ହେଇକି ସମସ୍ତ ଙ୍କ ସହିତ କଥା ମଧ୍ୟ ହେଉ ଥିଲା ଆଉ ଲୋକ ମାନେ ମଧ୍ୟ ବିଶ୍ୱାସ କରନ୍ତି କି ସେ ମୁଁ ବୋଲି |
ଆଉ ଯେତେବେଳେ ମୁଁ କୌଣସି ପ୍ରଗ୍ରାମ କୁ ଯାଏ ସେଠି ଲୋକ ମାନେ ମତେ କୁହନ୍ତି କି ଭାଇ ଆମେ କାଲି ଆପଣଙ୍କ ସହ କଥା ହେଇ ଥିଲୁ ଆଉ ଆପଣଙ୍କ ଗୀତ ଶୁଣିଥିଲୁ ସେଇଠି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ କି ଏମିତି କେମିତି ହେଲା ମୁଁ ତ କାହା ସହ କଥା ହେଇ ନାହିଁ | ଆଉ ଏହାପରେ ମୁଁ ଇନଷ୍ଟା ରେ ଏହାକୁ ନେଇ ଏକ ଭିଡ଼ିଓ କରି ଥିଲି ଆଉ ପରେ ପରେ ସେ ପୁଣି ସମସ୍ତଙ୍କୁ ବିଶ୍ୱାସ କରେଇବା ପାଇଁ ସେ ମୋ ଦାଦା ଙ୍କ ନମ୍ବର କୁ ହ୍ୟାକ କରିକି ସମସ୍ତ ଙ୍କୁ କଲ ବି କରିଛି |
ତେଣୁ କରି ଆଗକୁ ସେମିତି କିଛି ବଡ଼ ଘଟଣା ନ ଘଟୁ ବୋଲି ସେଥିପାଇଁ ମୁଁ ପୋଲିସ ପ୍ରଶାସନ ର ସାହାଯ୍ୟ ନେଇଛି ଆଉ ଥାନାକୁ ଆସିଛି ବୋଲି ମଣ୍ଟୁ ଛୁରିଆ ମିଡ଼ିଆ ସାମ୍ନାରେ କହିଛନ୍ତି | ତେବେ ଏହି ଘଟଣା କୁ ନେଇ ଯେଉଁ ବ୍ୟକ୍ତି ଙ୍କୁ ଅଟକ ରଖା ଯାଇଛି ସେ ହେଉଛନ୍ତି ଜନ୍ମଜୟ ସାମଲ ଯାହାକି ସେ ଦେବଗଡ଼ ରେ ରୁହନ୍ତି ବୋଲି ଜଣା ପଡ଼ିଛି |
ତେବେ ମଣ୍ଟୁ ଛୁରିଆ ଏହା ମଧ୍ୟ କହିଛନ୍ତି କି ତା ମୋବାଇଲ ରେ ଅନେକ ଝିଅ ଙ୍କର ଚାଟିଂ ରହିଛି ବୋଧେ ସେ ଝିଅ ପାଇଁ ତାଙ୍କ ନାଁ କୁ ୟୁଜ କରିଛନ୍ତି ବୋଲି ମଣ୍ଟୁ ଛୁରିଆ କହିଛନ୍ତି | ତେବେ ସେହି ବ୍ୟକ୍ତି ଜଣଙ୍କୁ କୋର୍ଟ ଚାଲାଣ କରା ଯାଉଛି ଯାହାକି ଏଭଳି ଏକ ଘଟଣା ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।