ତେବେ ପ୍ରତେକ ବ୍ୟକ୍ତି ଚାହିଁ ଥାଆନ୍ତି ତାଙ୍କ ଜୀଵନ ରେ ସେମାନେ କିପରି ହସ ଖୁସିରେ ରହିବେ ଆର୍ଥିକ ସମସ୍ୟା ଯେପରି ଦେଖା ଯିବ ନାହିଁ | କିନ୍ତୁ ଏହା ସତ କି ବ୍ୟକ୍ତି ଜୀଵନ ସୁଖ ଦୁଃଖ ଆଦି ଲାଗି ରହିଥାଏ ଆଉ ତାହାକୁ ସାମ୍ନା କରି ଆଗକୁ ଯିବା ପାଇଁ ପଡ଼େ | ଆମ ଜୀବନରେ କିଛି ଏମିତି କଥା ରହିଛି ଯାହା ଆମ ଅଜାଣତରେ କରିବା ଦ୍ୱାରା ଘରେ ସଙ୍କଟ ମାଡ଼ି ଆସିଥାଏ ତେଣୁ ଏହି ସବୁ ନିୟମ କୁ ମାନି ଚାଲିଲେ ନିଜ ଘରେ ସୁଖ ସମୃଦ୍ଧି ସବୁବେଳେ ଲାଗି ରହିଥାଏ | ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
1. ମହିଳାଙ୍କ ବା ଆଖି ଡେଇବା :-
ତେବେ ଏହା ଜାଣି ରଖନ୍ତୁ କି ଯେତେ ବେଳେ ଏକ ମହିଳା ର ବାମ ଆଖି ଡେଇଁ ଥାଏ ସେତେ ବେଳେ ଜାଣି ରଖନ୍ତୁ କି ଆପଣଙ୍କ ଜୀଵନ ରେ କିଛି ଭଲ ହେବା ପାଇଁ ଯାଉଛି ଅର୍ଥାତ କିଛି ଶୁଭ ହେବା ପାଇଁ ଯାଉଛି | ସେହିଭଳି ଭାବରେ ପୁରୁଷ ମାନଙ୍କର ଯଦି ବାମ ଆଖି ଡେଇଁ ଥାଏ ତାହେଲେ ଜାଣି ରଖନ୍ତୁ କି ଆପଣଙ୍କ ଜୀଵନ ରେ ଆହୁରି କିଛି ବଡ଼ କଷ୍ଟ ଆସିବା ପାଇଁ ଯାଉଛି ତେଣୁ ସେହି ସମୟ ରେ ସତର୍କ ରହିବା ଉଚିତ |
2. ଝିଟିପିଟି ଦେଖିବା :-
ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଆନ୍ତି ଏବଂ ଘରକୁ ଫେରିବା ପରେ ସବୁଠୁ ପ୍ରଥମେ ଝିଟିପିଟିର ଦର୍ଶନ ହୋଇଥାଏ , ତେବେ ଜାଣି ରଖନ୍ତୁ ଆପଣଙ୍କର ଖରାପ ସମୟ ଆରମ୍ଭ ହେବାକୁ ଯାଉଛି | ଘରେ ଝିଟିପିଟି ଦେଖିବା ଏମିତିରେ ମଧ୍ୟ ଶୁଭ ହୋଇଥାଏ , କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେଠାରେ ମରିବା ଝିଟିପିଟି ମିଳିଯାଏ ତେବେ ଘରେ ପ୍ରବେଶ କରିବା ପୂର୍ବରୁ ଏହି ଘରେ ପୂଜା କରିଦେବା ଉଚିତ୍ | ଯଦି ଆପଣ ଏମିତି କରୁ ନାହାନ୍ତି ତେବେ ସେହି ଘରେ ରହୁଥିବା ବ୍ୟକ୍ତିର ରୋଗମୁକ୍ତ କେବେ ହୋଇନଥାଏ |
3. ଝାଡୁ :-
ତେବେ ଝାଡୁ ଲକ୍ଷ୍ମୀ ଙ୍କର ସୂଚକ ହୋଇ ଥାଏ କାରଣ ଝାଡୁ ଘରର ଦରିଦ୍ରତା କୁ ଦୂର କରି ଦେଇଥାଏ ଯାହାକି ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ବଢ଼ି ଥାଏ | ତେଣୁ କରି ଝାଡୁ ଉପରେ କେବେ ହେଲେ ପାଦ ରଖିବା ଉଚିତ ନୁହେଁ କାରଣ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର ଅପମାନ ହୋଇ ଥାଏ | ଏହା ସହିତ କେବେ ହେଲେ ସୂର୍ଯ୍ୟ ଅସ୍ତ ପରେ ଝାଡୁ ମାରିବା ଉଚିତ ନୁହେଁ ଏବଂ ଝାଡୁ ଏପରି ଜାଗାରେ ରଖିବେ ଯେଉଁଠି କାହାର ବି ନଜର ପଡ଼ିବ ନାହିଁ | କାହା ନଜର ରେ ଝାଡୁ ପଡିଲେ ଆର୍ଥିକ ସଙ୍କଟ ର ସାମ୍ନା କରିବା ପାଇଁ ପଡ଼େ ଏବଂ ଏହା ଦ୍ୱାରା ଘରେ ଖର୍ଚ୍ଚ ମଧ୍ୟ ବଢ଼ି ଥାଏ |
4. କ୍ଷୀର ଉତୁରିବା :-
ଯେଉଁ ଘରେ କ୍ଷୀର ଉତୁରିକି ପଡିଥାଏ , ସେହି ଘରେ ହଠାତ୍ ଟଙ୍କା ର ଖର୍ଚ୍ଚ ବଢିଯାଏ ଏବଂ ଘରର ଲୋକମାନେ ରୋଗରେ ରହିଥାନ୍ତି , ଯଦି ଘରେ ବାରମ୍ୱାର କ୍ଷୀର ଉତୁରି ପଡିଥାଏ ସବୁବେଳେ ଦୈନିକ ଜୀବନରେ ଶୁଭ ନୁହେଁ ତେଣୁ ଆପଣ ମାନେ ସେଥିପ୍ରତି ସର୍ବଦା ସତର୍କ ରହିବା ଉଚିତ୍